Advertisment

ଅଭିନେତା ଜୋ ତୁରକେଲଙ୍କ ଦେହାନ୍ତ

ୱାଶିଂଟନ: ଆଉ ନାହାନ୍ତି ହଲିଉଡ ଅଭନେତା ଜୋ ତୁରକେଲ। ଦି ସାଇନିଂ ଓ ବ୍ଲାଡ ରନର ସିନେମାରେ ଅଭିନୟ କରି ଲୋକ ପ୍ରିୟତା ସାଉଁଟି ଥିବା ତୁରକେଲଙ୍କୁ ମୃତ୍ୟୁ ବେଳକୁ ୯୪ ବର୍ଷ ବୟସ ହୋଇଥିଲା। ବୟସ ଜନିତ ଅସୁସ୍ଥତା କାରଣରୁ ସେ କାର୍ଲିଫର୍ଣ୍ଣିଆର ସେଣ୍ଟ ଜନ୍ସ ହସ୍ପିଟାଲରେ ବେଶ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ସେହିଠାରେ ହିଁ ସେ ଶେଷ ନିଃଶ୍ୱାସତ୍ୟାଗ କରିଛନ୍ତି। ଜୋ ତୁରକେଲ ପ୍ରଥମେ ପାର୍ଶ୍ୱ ଅଭିନେତା ଭାବେ ୩ଟି ଷ୍ଟାନଲେ […]

author-image
Hemant Lenka
ଅଭିନେତା ଜୋ ତୁରକେଲଙ୍କ ଦେହାନ୍ତ

joe-turkle

ୱାଶିଂଟନ: ଆଉ ନାହାନ୍ତି ହଲିଉଡ ଅଭନେତା ଜୋ ତୁରକେଲ। ଦି ସାଇନିଂ ଓ ବ୍ଲାଡ ରନର ସିନେମାରେ ଅଭିନୟ କରି ଲୋକ ପ୍ରିୟତା ସାଉଁଟି ଥିବା ତୁରକେଲଙ୍କୁ ମୃତ୍ୟୁ ବେଳକୁ ୯୪ ବର୍ଷ ବୟସ ହୋଇଥିଲା। ବୟସ ଜନିତ ଅସୁସ୍ଥତା କାରଣରୁ ସେ କାର୍ଲିଫର୍ଣ୍ଣିଆର ସେଣ୍ଟ ଜନ୍ସ ହସ୍ପିଟାଲରେ ବେଶ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ସେହିଠାରେ ହିଁ ସେ ଶେଷ ନିଃଶ୍ୱାସତ୍ୟାଗ କରିଛନ୍ତି।

Advertisment

ଜୋ ତୁରକେଲ ପ୍ରଥମେ ପାର୍ଶ୍ୱ ଅଭିନେତା ଭାବେ ୩ଟି ଷ୍ଟାନଲେ କୁବ୍ରି ସିନେମାରେ ଅଭିନୟ କରି ଲୋକଙ୍କ ଆଗକୁ ଆସିଥିଲେ। ଏହାପରେ ସେ ଅନେକ ସିନେମାନେ ଦମଦାର ଅଭନୟ କରିଥିଲେ। ଦି କିଲିଙ୍ଗ, ପାଥ୍ସ ଅଫ ଗ୍ଲୋରି ଓ ଦି ସାଇନିଂରେ ସେ ଚମତ୍କାର ଅଭିନୟ କରିଥିଲେ। ୧୯୮୨ ପ୍ରଥମ ବ୍ଲାଡ ରନରରେ ମଧ୍ୟ ତାଙ୍କୁ ବଳିଷ୍ଠ ଭୂମିକାରେ ଦେଖିବାକୁ ମିଳିଥିଲା।

ସିନେମା ବ୍ୟତୀତ ସେ ଟିଭିରେ ମଧ୍ୟ କାମ କରିଛନ୍ତି। ଦି ଲାଇଫ ଆଣ୍ଡ ଲିଜେଣ୍ଡ ଅଫ ୱାଟ୍ଟ ଇରପ, ସ୍କାଏ କିଙ୍ଗ, ଟେଲ୍ସ ଫର୍ମ ଦ ଡାର୍କ ସାଇଡ, ଦି ଲୋନ ରେଞ୍ଜର, ସ୍ୱାଟ ଆହମ-୧୨, ଆଇରନ ସାଇଡ, ଦି ଆଣ୍ଡି ଗ୍ରିଫଥ ଶୋ, ବେନ କେସ, ଦି ଅନ ଟଚେବୁଲ୍ସ, ଡ୍ରାଜେଣ୍ଟ, ମିଆମି ଭାରସ ଓ ବୋଞ୍ଜା ଭଳି ଲୋକପ୍ରିୟ ଟିଭି ଶୋ’ରେ ସେ କାମ କରିଛନ୍ତି। ସେ ଶେଷ ଥର ପାଇଁ ଭିଡିଓ ୧୯୯୭ରେ ବ୍ଲାଡ ରନରରେ ଭୟସ ଦେଇଥିଲେ। ଏହାପରେ ସେ ସିନେମା ଓ ଟିଭି ପରଦାରୁ ଦୂରେଇ ଯାଇଥିଲେ।

Advertisment

ଅଭିନୟ କ୍ୟାରିୟର ଆରମ୍ଭ ପୂର୍ବରୁ ଜୋ ତୁରକେଲ ମାତ୍ର ୧୭ ବର୍ଷ ବୟସରେ ଆମେରିକା ଆର୍ମିରେ ଯୋଗ ଦେଇଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ୟୁରୋପରେ କାମ କରିଥିଲେ। ତାଙ୍କ ଦେହାନ୍ତ ଖବର ସମଗ୍ର ହଲିଉଡ ଜଗତରେ ଶୋକର ଚ୍ଛାୟା ଖେଳାଇ ଦେଇଛି।