Advertisment

ଅଭିନେତା ରସେଲ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ରେଷ୍ଟୁରାଣ୍ଟରେ ମିଳିଲାନି ଏଣ୍ଟ୍ରି

ଆଉଟ୍‌ଫିଟ୍ ଦେଖି ଏହି ହଲିଉଡ ଅଭିନେତା ଓ ତାଙ୍କ ଗାର୍ଲଫ୍ରେଣ୍ଡକୁ ରେଷ୍ଟୁରାଣ୍ଟର କର୍ମଚାରୀମାନେ ସର୍ଭିସ ଦେବାକୁ ସଫା ସଫା ମନା କରିଦେଇଥିଲେ।

Russell crowe and his girlfriend

Russell crowe and his girlfriend

Advertisment

ହାଇପ୍ରୋଫାଇଲ୍ ସେଲେବ୍ରିଟି ତଥା ସୁପରଷ୍ଟାର୍‌ଙ୍କୂୁ ରେଷ୍ଟୁରାଣ୍ଟରେ ମିଳିଲାନି ଏଣ୍ଟ୍ରି। ଗ୍ଲାଡିଏଟର ଫେମ୍ ତଥା ହଲିଉଡ ଅଭିନେତା ରସେଲ କ୍ରୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ବ୍ରିଟନୀ ଥେରିୟଟ୍‌ଙ୍କୁ ଅଷ୍ଟ୍ରେଲିଆର ଏକ ରେଷ୍ଟୁରାଣ୍ଟ ବାହାରର ରାସ୍ତା ଦେଖାଇଛି। ଏହି ମାମଲା ଏବେ ସାମ୍ନାକୁ ଆସିବା ପରେ, ଏହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି।

Advertisment

ନିକଟରେ ଏହି ଷ୍ଟାର୍ କପଲ ଟେନିସ୍ ଖେଳୁଥିଲେ। ଟେନିସ୍ ଖେଳିବା ପରେ ରସେଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ମେଲବର୍ଣ୍ଣର ‘ମିଷ୍ଟର୍ ମିୟାଗୀ’ ଫ୍ୟୁଜ୍‌ନ ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଯାଇଥିଲେ। ଏହି ସମୟରେ ରସେଲ କ୍ରୋ ରାଲ୍ଫ ଲରେନ୍ ପୋଲୋ ଶର୍ଟ ପିନ୍ଧିଥିବା ବେଳେ ତାଙ୍କ ଗାର୍ଲଫ୍ରେଣ୍ଡ ପିନ୍ଧିଥିଲେ ଟେନିସ୍ ସ୍କର୍ଟ। ତେବେ ଉଭୟଙ୍କ ଏହି ଆଉଟ୍‌ଫିଟ୍ ଦେଖି ରେଷ୍ଟୁରାଣ୍ଟର କର୍ମଚାରୀମାନେ ତାଙ୍କୁ ସର୍ଭିସ ଦେବାକୁ ସଫା ସଫା ମନା କରିଦେଇଥିଲେ ଓ ବାହାରର ରାସ୍ତା ଦେଖାଇ ଥିଲେ। ସ୍ମାର୍ଟ କାଜୁଏଲ୍ ଡ୍ରେସ୍ କୋଡ୍‌କୁ ଫଲୋ କରିନଥିବା ଯୋଗୁଁ ଏହି ହଲିଉଡ ଅଭିନେତା ଓ ତାଙ୍କ ଗାର୍ଲଫ୍ରେଣ୍ଡକୁ ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ମିଳିନଥିଲା। 

ରେଷ୍ଟୁରାଣ୍ଟ ମାଲିକଙ୍କ କହିବା ମୁତାବକ, ‘ଏହି ସେଲେବ୍ରିଟି କପଲ୍ ସ୍ଲବି ଜିମ୍ ଗିୟର୍ ଡ୍ରେସ୍ କୋଡ୍ ପିନ୍ଧିଥିଲେ। ଆମେ ସମସ୍ତଙ୍କ ସହ ଏକା ଭଳି ବ୍ୟବହାର କରୁ। ଆପଣ ରସେଲ କ୍ରୋ ହୁଅନ୍ତି ଅବା ଆଉ କେଉଁ ସେଲେବ୍ରିଟି ଏଥିରୁ ଆମକୁ କିଛି ଫର୍‌କ ପଡୁନି। ଆମ ରେଷ୍ଟୁରାଣ୍ଟର ଗୋଟିଏ ଡ୍ରେସ୍ କୋଡ୍ ରହିଛି, ଯାହାକୁ ଆମେ ସବୁ ସ୍ତରରେ ପାଳନ କରୁ। ରେଷ୍ଟୁରାଣ୍ଟର ଯେଉଁ କର୍ମଚାରୀ ଦମ୍ପତ୍ତିକୁ ସର୍ଭିସ ଦେବା ପାଇଁ ମନା କରିଥିଲେ, ସେ ଏହି ହଲିଉଡ ଅଭିନେତାଙ୍କୁ ଚିହ୍ନି ନଥିଲେ।’  

Advertisment

ଏସବୁ ପରେ ରେଷ୍ଟୁରାଣ୍ଟ ତରଫରୁ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ହଲିଉଡ ଅଭିନେତାଙ୍କୁ କ୍ଷମା ମଗାଯାଇଛି। ପୋଷ୍ଟ ଶେଆର କରି ରେଷ୍ଟୁରାଣ୍ଟ ତରଫରୁ କୁହାଯାଇଛି, ‘ପ୍ରିୟ ରସେଲ, ତୁମର ପୂର୍ବ ଦେଖାସାକ୍ଷାତ ସମୟରେ, ଲାଗୁଥିଲା ଯେ ଆମେ ଭୁଲ୍ କରୁଥିଲୁ। ଏହାର ଯଥେଷ୍ଟ ବିଚାର ପରେ, ଆମେ ଆମର ଡ୍ରେସ କୋଡ୍‌ରେ ସ୍ଥାୟୀ ପରିବର୍ତ୍ତନ କରିଛୁ। ଭବିଷ୍ୟତରେ ଆମେ ଆପଣଙ୍କୁ ପୁଣିଥରେ ଦେଖିବାକୁ ଚାହିଁବୁ। ‘ମିଷ୍ଟର ମିୟାଗୀ’କୁ ଆପଣଙ୍କ ସର୍ବଦା ସ୍ୱାଗତ।’ 

Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe