Advertisment

ଭୁଲ ହେଇଗଲା ପ୍ଲାଷ୍ଟିକ ସର୍ଜରୀ, ଶେଷରେ ଆଖି ବୁଜିଲେ ଅଭିନେତ୍ରୀ

ଆର୍ଜେଣ୍ଟିନାର ପ୍ରଖ୍ୟାତ ଅଭିନେତ୍ରୀ, ମଡେଲ ଓ ଟିଭି ଉପସ୍ଥାପିକା ସିଲଭିନା ଲୁନା। ପ୍ଲାଷ୍ଟିକ ସର୍ଜରୀ ପରେ ଲୁନା ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ।

Dies

Dies

Advertisment

ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ କରାଯାଉଥିବା ପ୍ଲାଷ୍ଟିକ ସର୍ଜରୀ ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଜୀବନ ନେଇଛି। ପ୍ଲାଷ୍ଟିକ ସର୍ଜରୀ ତ୍ରୁଟିପୂର୍ଣ୍ଣ ରହିବାରୁ ଶେଷରେ ଜୀବନ ହରାଇଛନ୍ତି ଆର୍ଜେଣ୍ଟିନାର ପ୍ରଖ୍ୟାତ ଅଭିନେତ୍ରୀ, ମଡେଲ ଓ ଟିଭି ଉପସ୍ଥାପିକା ସିଲଭିନା ଲୁନା। ପ୍ଲାଷ୍ଟିକ ସର୍ଜରୀ ପରେ ଲୁନା ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସେହିପରି ୨୦୧୧ରୁ ସେ କିଡ୍‌ନୀ ଫେଲ ଜନିତ ରୋଗରେ ମଧ୍ୟ ପଡ଼ିଥିଲେ।

Advertisment

ଆଜି ତାଙ୍କ ଓକିଲ ଫର୍ଣ୍ଣାଡୋ ବୁରଲାଣ୍ଡୋ ଗଣମାଧ୍ୟମକୁ ଲୁନାଙ୍କ ମୃତ୍ୟୁ ଖବର ଦେଇଛନ୍ତି। ତାଙ୍କ ଅବସ୍ଥା ଦିନକୁ ଦିନ ବିଗୁଡ଼ୁ ଥିବା ବେଳେ ପରିବାର ଲୋକ ତାଙ୍କ ଲାଇଫ ସର୍ପୋଟ ସିଷ୍ଟମ କାଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ପୁଣି କୋମାକୁ ଚାଲି ଯିବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା।

ଅଭିନେତା ଗୁଷ୍ଟାଭୋ କୋଣ୍ଟି କହିଛନ୍ତି, “ଆମେ ସବୁବେଳେ ତୁମକୁ ଭଲ ପାଉଥିଲୁ। ଆମେ ସବୁବେଳେ ତୁମକୁ ଭଲ ପାଇବୁ।” ଏତେ କମ ବୟସରେ ଲୁନାଙ୍କ ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି।

Advertisment

କିନ୍ତୁ ଏହା ଅପ୍ରତ୍ୟାଶିତ ନଥିଲା। କାରଣ ସେ ଦୀର୍ଘ ବର୍ଷ ହେଲାଣି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସେ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହେଉଥିଲେ ଓ ପୁଣି ବାହାରୁ ଥିଲେ। ପ୍ଲାଷ୍ଟିକ ସର୍ଜରୀ ପରେ ହିଁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଆରମ୍ଭ ହୋଇଥିଲା।

ତାଙ୍କର କିଡ୍‌ନୀ ଫେଲ ହୋଇଥିବାରୁ ତାଙ୍କୁ ପ୍ରତିରୋପଣର ଆବଶ୍ୟକତା ଥିଲା। ସେ ସପ୍ତାହକୁ ୩ ଥର ଡାଏଲେସିସ ମଧ୍ୟ କରୁଥିଲେ। ଯାହା ୪ ଘଣ୍ଟା ଧରି ଚାଲୁଥିଲା। ସବୁ ପ୍ରକାରର ଚେଷ୍ଟା ଓ ଡାକ୍ତରଙ୍କ ପ୍ରୟାସ ସତ୍ତ୍ୱେ ଲୁନାଙ୍କ ମୃତ୍ୟୁ ଘଟିଛି।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe