Advertisment

ସ୍ୱାମୀଙ୍କ ସହ ଯାଉଥିବା ବେଳେ ହଲିଉଡ ଅଭିନେତ୍ରୀ ଡେନିସ୍‌ଙ୍କୁ ଗୁଳିମାଡ଼

ଲସ୍‌ଏଞ୍ଜଲିସ୍‌: ବିଚ୍ ରାସ୍ତାରେ ଅଭିନେତ୍ରୀଙ୍କ ଉପରକୁ ଗୁଳିମାଡ। ହଲିଉଡ ଫିଲ୍ମ ‘ୱାଇଲ୍ଡ ଥିମ୍‌’ର ଅଭିନତ୍ରେୀ ଡେନିସ୍ ରିଚର୍ଡଙ୍କୁ ଗୁଳିମାଡ ହୋଇଛି। ସେ ତାଙ୍କ ସ୍ୱାମୀଙ୍କ ସହ ଷ୍ଟୁଡିଓ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛି। ରିିପୋର୍ଟ ମୁତାବକ, ବୁଧବାର ଡେନିସ୍ ତାଙ୍କ ସ୍ୱାମୀଙ୍କ ସହ ମିଶି କାର୍‌ରେ ଷ୍ଟୁଡିଓ ଯାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ କାର୍ ସାମ୍ନାକୁ ଆସି ଗୁଳିମାଡ କରିଥିଲା। ତେବେ ଏଥିରୁ ଏହି ଷ୍ଟାର୍ ଦମ୍ପତି […]

ସ୍ୱାମୀଙ୍କ ସହ ଯାଉଥିବା ବେଳେ ହଲିଉଡ ଅଭିନେତ୍ରୀ ଡେନିସ୍‌ଙ୍କୁ ଗୁଳିମାଡ଼

actress-denise-richards

Advertisment

ଲସ୍‌ଏଞ୍ଜଲିସ୍‌: ବିଚ୍ ରାସ୍ତାରେ ଅଭିନେତ୍ରୀଙ୍କ ଉପରକୁ ଗୁଳିମାଡ। ହଲିଉଡ ଫିଲ୍ମ ‘ୱାଇଲ୍ଡ ଥିମ୍‌’ର ଅଭିନତ୍ରେୀ ଡେନିସ୍ ରିଚର୍ଡଙ୍କୁ ଗୁଳିମାଡ ହୋଇଛି। ସେ ତାଙ୍କ ସ୍ୱାମୀଙ୍କ ସହ ଷ୍ଟୁଡିଓ ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଛି।

Advertisment

ରିିପୋର୍ଟ ମୁତାବକ, ବୁଧବାର ଡେନିସ୍ ତାଙ୍କ ସ୍ୱାମୀଙ୍କ ସହ ମିଶି କାର୍‌ରେ ଷ୍ଟୁଡିଓ ଯାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ କାର୍ ସାମ୍ନାକୁ ଆସି ଗୁଳିମାଡ କରିଥିଲା। ତେବେ ଏଥିରୁ ଏହି ଷ୍ଟାର୍ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେହି ମୃତାହତ ହୋଇନାହାନ୍ତି।

ରିିପୋର୍ଟ ଅନୁଯାୟୀ ଡେନିସ୍‌ଙ୍କ ସ୍ୱାମୀ ଆରୋନ୍ ଗାଡି ଚଳାଉଥିଲେ। ଷ୍ଟୁଡିଓରେ ପହଞ୍ଚିବା ପରେ ସେ ଗାଡି ପାର୍କ କରୁଥିଲେ। ଏତିକି ବେଳେ ଜଣେ ବ୍ୟକ୍ତି ରାଗରେ ପଛରୁ ପାଟି କରିଥିଲେ। ଏହାପରେ ଉକ୍ତ ବ୍ୟକ୍ତି ଜଣକ ଏହି ହଲିଉଡ ଦମ୍ପତିଙ୍କ ଉପରକୁ ଗୁଳିମାଡ କରିଥିଲା।

Advertisment

ଏହି ଘଟଣାକୁ ନେଇ ଅଭିନେତ୍ରୀ ବେଶ୍ ଭୟଭୀତ ହୋଇପଡିଛନ୍ତି। ସେପଟେ ଲସ୍‌ଏଞ୍ଜଲିସ୍ ପୁଲିସ ମାମଲା ତଦନ୍ତ ଜାରି ରଖିଛି। ପୁଲିସର କହିବା ମୁତାବକ, ଏହି ଦୁର୍ଘଟଣା ସଲେସନ୍ ଓ ୱେଷ୍ଟର୍ଣ୍ଣ ଏଭେନ୍ୟୁର ଇଣ୍ଟରସେକ୍‌ସନ୍ ନିକଟରେ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ହଲିଉଡ ଅଭିନତ୍ରେୀ ଡେନିସ୍ ଓ ଏରନ୍ ୨୦୧୮ରେ ବିବାହ କରିଥିଲେ। ଏରନଙ୍କ ପୂର୍ବରୁ ଡେନିସ୍ ହଲିଉଡର ଫେମସ ଅଭିନେତା ଚାର୍ଲି ସିନ୍‌ଙ୍କ ସହ ବିବାହ କରିଥିଲେ। ଏମାନଙ୍କ ଦୁଇଟି ଝିଅ ମଧ୍ୟ ଅଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe