Advertisment

ପୁଣି କୋର୍ଟରେ ଗୁହାରି କଲେ ଅମ୍ବର ହାର୍ଡ

ଲସ୍‌ ଏଞ୍ଜଲିସ: ପୁଣି ଚର୍ଚ୍ଚାରେ ହଲିଉଡ ଅଭିନେତ୍ରୀ ଅମ୍ବର ହାର୍ଡ। ଅଭିନେତା ଜନି ଡେପ୍‌ଙ୍କ ସହ ହାଇ ପ୍ରୋଫାଇଲ୍‌ ମାନହାନୀ ମାମଲାକୁ ନେଇ ସେ ପୁଣି ଥରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମାସ ମାସ ଧରି ଲାଗି ରହିଥିବା ଏହି ମାନହାନୀ ମାମଲାରେ ଅନେକ ଖୁଲାସା ହୋଇଛି। ଏହାପରେ କୋର୍ଟ ଜନି ଡେପ୍‌ଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇ କେସ୍‌କୁ ବନ୍ଦ କରିଦେଇଥିଲେ। ଏଥିସହ ଅମ୍ବର ହାର୍ଡଙ୍କୁ ଜରିମାନା ବାବଦକୁ କିଛି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। […]

author-image
Madhupriya Mistry
ପୁଣି କୋର୍ଟରେ ଗୁହାରି କଲେ ଅମ୍ବର ହାର୍ଡ

amber-heard

ଲସ୍‌ ଏଞ୍ଜଲିସ: ପୁଣି ଚର୍ଚ୍ଚାରେ ହଲିଉଡ ଅଭିନେତ୍ରୀ ଅମ୍ବର ହାର୍ଡ। ଅଭିନେତା ଜନି ଡେପ୍‌ଙ୍କ ସହ ହାଇ ପ୍ରୋଫାଇଲ୍‌ ମାନହାନୀ ମାମଲାକୁ ନେଇ ସେ ପୁଣି ଥରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମାସ ମାସ ଧରି ଲାଗି ରହିଥିବା ଏହି ମାନହାନୀ ମାମଲାରେ ଅନେକ ଖୁଲାସା ହୋଇଛି। ଏହାପରେ କୋର୍ଟ ଜନି ଡେପ୍‌ଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇ କେସ୍‌କୁ ବନ୍ଦ କରିଦେଇଥିଲେ। ଏଥିସହ ଅମ୍ବର ହାର୍ଡଙ୍କୁ ଜରିମାନା ବାବଦକୁ କିଛି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Advertisment

Johnny Depp-Amber Heard Verdict in Defamation Court Case – SheKnows

ପୁଣି ଥରେ କୋର୍ଟରେ ଗୁହାରି କରିଛନ୍ତି ଅମ୍ବର ହାର୍ଡ। ନିଷ୍ପତ୍ତିକୁ ଖାରଜ କରିବା ପାଇଁ ନିଜ ଓକିଲ ଜରିଆରେ ସେ କୋର୍ଟରେ ନିବେଦନ କରିଛନ୍ତି। ଏଥିସହ ଉକ୍ତ ମାନହାନୀ ମୁକଦ୍ଦମା ଉପରେ ପୁଣି ଥରେ ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ରିପୋର୍ଟ ମୁତାବକ, ଅମ୍ବରଙ୍କ ଲିଗାଲ ଟିମ୍‌ କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ଦାବି କରିଥିଲେ ଯେ, ଏହି ମାମଲାରେ ଏଭଳି କୌଣସି ପ୍ରମାଣ ନାହିଁ, ଯେଉଁଥିପାଇଁ ଅମ୍ବର ୧୦ କୋଟି ଟଙ୍କାର ଜରିମାନା ଦେବେ। ଏହି ଅର୍ଥ ରାଶି ଢ଼େର ଅଧିକା ବୋଲି ଅମ୍ବରଙ୍କ ଟିମ୍‌ କହିଛନ୍ତି।

Amber Heard Said Poop in Bed with Johnny Depp Was 'Joke': Guard | PEOPLE.com ଉଲ୍ଲେଖଯୋଗ୍ୟ, ୨୦୧୮ରେ ୱାଶିଂଟନ୍‌ ପୋଷ୍ଟରେ ଅମ୍ବର ହାର୍ଡଙ୍କ ଏକ ଆର୍ଟିକେଲ ପ୍ରକାଶ ପାଇଥିଲା। ଏହି ଆର୍ଟିକେଲରେ ଅମ୍ବର ହାର୍ଡ ଜନି ଡେପ୍‌ଙ୍କ ବିରୋଧରେ ଘରୋଇ ହିଂସା ଭଳି ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ଆର୍ଟିକେଲରେ ହାର୍ଡ କୌଣସି ବି ସ୍ଥାନରେ ଜନି ଡେପ୍‌ଙ୍କ ନାଁ ନେଇ ନଥିଲେ। ଏହି ଆର୍ଟିକେଲକୁ ପଢ଼ିବା ପରେ ଅଭିନେତା ଜନି ଡେପ୍‌ ତାଙ୍କ ପୂର୍ବତନ ପତ୍ନୀ ଅମ୍ବରଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ଏହାପରେ ୬ ସପ୍ତାହ ଯାଏଁ ଏହି ମାମଲା ଚାଲିଥିଲା। ପରେ ୨୦୨୨ ଜୁନ୍‌ ୧ ତାରିଖରେ କୋର୍ଟ ଜନିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।

Advertisment