/odisha-reporter/media/post_attachments/uploads/2022/10/sacheen-littlefeather.jpg)
sacheen-littlefeather
ଲସ୍ ଏଞ୍ଜଲିସ୍: ଆଖିବୁଜିଲେ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାଚିନ ଲିଟଲଫେଦର୍। ୭୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ବ୍ରେଷ୍ଟ କ୍ୟାନସର୍ରେ ପୀଡିତ ଥିଲେ।
୧୯୪୬ରେ କାଲିଫର୍ଣ୍ଣିଆରେ ଜନ୍ମିତ ସାଚିନ ଲିଟଲ୍ଫେଦର୍ ଆମେରିକାନ୍ମାନଙ୍କ ଅନେକ ପ୍ରସଙ୍ଗକୁ ସମର୍ଥନ କରି ଫିଲ୍ମ 'ଗଡ ଫାଦର୍'ରେ ଭିଟୋ କର୍ଲେଓନ ଚରିତ୍ରରେ ଅଭିନୟ କରିଥିଲେ। ଏଥିପାଇଁ ସେ ଓସ୍କାର ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ସେ ଓସ୍କାର ଆୱାର୍ଡ ନେବାକୁ ମନା କରିଦେଇଥିଲେ।
/odisha-reporter/media/post_attachments/wp-content/uploads/2022/08/Sacheen-Littlefeather-Split-Getty-H-2022.jpg)
୧୯୭୩ରେ ଲିଟଲ୍ଫେଦର ତାଙ୍କ ଓସ୍କାର ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚିଥିଲେ। ହେଲେ ମଞ୍ଚ ଉପରେ ଆମେରିକୀୟମାନଙ୍କ ସମସ୍ୟା ଉପରେ ମାତ୍ର ୧ମିନିଟ୍ କହିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଓସ୍କାର ପୁରସ୍କାରକୁ ନେବାକୁ ସେ ସିଧାସଳଖ ମନା କରିଦେଇଥିଲେ।
ସାଚିନ ଲିଟଲ୍ଫେଦର୍ଙ୍କ ମୃତ୍ୟୁରେ ପୂରା ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ମଧ୍ୟ ଶୋକ ପ୍ରକାଶ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
