ପପ୍‌ ଷ୍ଟାର୍‌ ବ୍ରିଟନୀ ସ୍ପିୟର୍ସଙ୍କୁ କାମୁଡିଲା ସାପ

ଲସ୍‌ ଏଞ୍ଜଲିସ୍‌: ପ୍ରସିଦ୍ଧ ପପ୍‌ ଷ୍ଟାର୍‌ ବ୍ରିଟନୀ ସ୍ପିୟର୍ସଙ୍କୁ କାମୁଡିଲା ସାପ। ତାଙ୍କ ହାତକୁ ଏକ ଛୋଟ ସାପ କାମୁଡି ଦେଇଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ ସେ ଖୋଦ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଆମେରିକାର ପ୍ରସିଦ୍ଧ ପପ୍‌ ଷ୍ଟାର ବ୍ରିଟନୀ ସ୍ପିୟର୍ସ ନିଜ ପ୍ରଫେସନାଲ ଲାଇଫ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ପ୍ରାୟତଃ ତାଙ୍କ ଫଟୋ […]

britney-spears

Madhupriya Mistry
  • Published: Wednesday, 18 May 2022
  • , Updated: 18 May 2022, 11:40 AM IST

ଲସ୍‌ ଏଞ୍ଜଲିସ୍‌: ପ୍ରସିଦ୍ଧ ପପ୍‌ ଷ୍ଟାର୍‌ ବ୍ରିଟନୀ ସ୍ପିୟର୍ସଙ୍କୁ କାମୁଡିଲା ସାପ। ତାଙ୍କ ହାତକୁ ଏକ ଛୋଟ ସାପ କାମୁଡି ଦେଇଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ ସେ ଖୋଦ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଆମେରିକାର ପ୍ରସିଦ୍ଧ ପପ୍‌ ଷ୍ଟାର ବ୍ରିଟନୀ ସ୍ପିୟର୍ସ ନିଜ ପ୍ରଫେସନାଲ ଲାଇଫ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ପ୍ରାୟତଃ ତାଙ୍କ ଫଟୋ ଆଉ ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡିଂରେ ଥାଏ। ନିକଟରେ ବ୍ରିଟ୍‌ନୀ ତାଙ୍କର ଏକ ଭିଡିଓକୁ ନିଜ ଫ୍ୟାନ୍‌ମାନଙ୍କ ସହ ଶେଆର କରିଛନ୍ତି। ଏହି ଭିଡିଓରେ ତାଙ୍କ ହାତକୁ ଏକ ଛୋଟ ସାପ ବାରମ୍ବାର କାମୁଡୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଖୁବ୍‌ ଜୋର୍‌ସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଶେଆର କରି ବ୍ରିଟନୀ କ୍ୟାପସନରେ ଲେଖିଛନ୍ତି,' ଛୋଟ ସାପ ବି କେତେ ଭୟଙ୍କର ହୋଇପାରେ ଦେଖନ୍ତୁ।'

ବ୍ରିଟନୀଙ୍କ ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ୯.୫ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି। ତେବେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଅନେକ ୟୁଜର୍ସ ଚିନ୍ତିତ ହୋଇପଡିଛନ୍ତି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, 'ଏହି ସାପ ଭୟଙ୍କର ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।'

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ବ୍ରିଟନୀ ଡିପ୍ରେସନର ଶିକାର ହୋଇଥିଲେ। ତାଙ୍କ ବାପାଙ୍କ ଯୋଗୁ ସେ ନିଜକୁ ସୁରକ୍ଷିତ ମନେ କରିପାରୁ ନଥିଲେ। ବାପା-ଝିଅଙ୍କ ଏହି ମାମଲା କୋର୍ଟ ଯାଏଁ ମଧ୍ୟ ଯାଇଥିଲା। ତାଙ୍କ ବନ୍ଧୁମାନେ ଏହି ପ୍ରସଙ୍ଗରେ ତାଙ୍କୁ ସମର୍ଥନ କରିଥିଲେ।

 

View this post on Instagram

 

A post shared by Britney Spears (@britneyspears)

Related story