Advertisment

ଦୋଷୀ ସାବ୍ୟସ୍ତ ହେଲେ ରାପର୍ ଆର୍ କେଲି, ୨୦ ବର୍ଷ ପାଇଁ ଜେଲ୍‌

ରାପରଙ୍କ ବିରୋଧରେ ୨୦୧୯ ରେ ୧୩ ଟି ଅଭିଯୋଗ କରାଯାଇଥିଲା।

R Kelly

R Kelly

Advertisment

ଆମେରିକା ମ୍ୟୁଜିକ ଇଣ୍ଡଷ୍ଟ୍ରିର ଜଣାଶୁଣା ସିଙ୍ଗର ରବର୍ଟ ସିଲ୍ୱେଷ୍ଟର କେଲି ଓରଫ୍ ଆର୍ କେଲିଙ୍କ ବଢ଼ିଲା ଅଡୁଆ। ସେ ୨୦ ବର୍ଷ ପାଇଁ ଯିବେ। ଚାଇଲ୍ଡ ପର୍ଣ୍ଣଗ୍ରାଫି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Advertisment

ରାପରଙ୍କ ବିରୋଧରେ ୨୦୧୯ ରେ ୧୩ ଟି ଅଭିଯୋଗ କରାଯାଇଥିଲା। ସେଥିମଧ୍ୟରୁ ସେ ୬ଟି ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଗୁରୁତର ଅଭିଯୋଗ ମଧ୍ୟରେ ନାବାଳିକାଙ୍କୁ ଯୌନ କାର‌୍ୟ୍ୟକଳାପରେ ଜଡିତ କରିବା ଠାରୁ ଆରମ୍ଭ କରି ଯୌନ ସମ୍ପର୍କ ତିଆରି କରିବା ନେଇ ତିନୋଟି ମାମଲା ଅନ୍ତର୍ଭୁକ୍ତ ଥିଲା।

କେବଳ ସେତିକି ନୁହେଁ ଆର୍ କେଲି ନିଜ ୧୪ ବର୍ଷର ଝିଅର ଯୌନ ଶୋଷଣର ତିନୋଟି ଭିଡିଓ କରିଥିଲେ। ଏହି ମାମଲାରେ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କେଲି ଜଣେ ୧୪ ବର୍ଷର ଝିଅକୁ ତାଙ୍କ ଝିଅ କରିଥିଲେ। ସେ ଉକ୍ତ ଝିଅର ଯୌନ ଶୋଷଣ କରିବା ସହ ତାକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ତେବେ ସେ ଏହି ମାମଲାରେ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। 

Advertisment

ଏହାପୂର୍ବରୁ ମଧ୍ୟ କେଲିଙ୍କୁ ୩୦ ବର୍ଷର ଜେଲ୍ ଦଣ୍ଡାଦେଶରେ ଦଣ୍ଡିତ କରାଯାଇସାରିଛି। ସେ ଏବେ ଜେଲ୍‌ରେ ସଜା କାଟୁଛନ୍ତି। ଠକେଇ ଓ ଯୌନ କାରବାର ମାମଲାରେ କେଲିଙ୍କୁ ୩୦ ବର୍ଷ କାରାଦଣ୍ଡାଦେଶ ଦିଆଯାଇଥିଲା।

ସୂଚନା ମୁତାବକ, ଆର୍ କେଲି ନାବାଳିକାଙ୍କୁ ପ୍ରଲୋଭିତ କରିବା, ଚାଇଲ୍ଡ ପର୍ଣ୍ଣଗ୍ରାଫି ଓ ଅନ୍ୟ ତିନୋଟି ମାମଲରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଏହାପୂର୍ବରୁ କେଲି ଚାଇଲ୍ଡ ପର୍ଣ୍ଣଗ୍ରାଫ ମୁକ୍ତ କରାଯାଇଛି। ୨୦୧୯ରେ ଏହି ଆମେରିକୀୟ ରାପର୍ ଜଣେ ନାବାଳିକା ସହ ସମ୍ପର୍କ ରଖିବା ଓ ଭିଡିଓ ତିଆରି କରି ଚାଇଲ୍ଡ ପର୍ଣ୍ଣଗ୍ରାଫି କରିଥିବା ଅଭିଯୋଗ ହୋଇଥିଲା।   

Hollywood R Kelly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe