Advertisment

ବାଥଟବ୍‌ରୁ ମିଳିଲା ଫେମସ୍ ପପ୍ ସିଙ୍ଗର୍‌ଙ୍କ ମୃତଦେହ

ଲସ୍‌ଏଞ୍ଜଲିସ: ପପ୍ ଆଇକନ୍ ଭାବରେ ବେଶ୍ ଜଣାଶୁଣା ଗାୟକ, ଅଭିନେତା ତଥା ରାପର ଆରୋନ୍ କାର୍ଟରଙ୍କ ଦେହାନ୍ତ ହୋଇଛି। ୩୪ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ତାଙ୍କ ଘରୁ ଏକ ବାଥଟବ୍‌ରୁ ତାଙ୍କ ମୃତଦେହ ମିଳିଛି। ୧୯୯୭ରେ ନଅ ବର୍ଷ ବୟସରେ ଆରୋନଙ୍କ ପ୍ରଥମ ଆଲବମ୍ ରିଲିଜ ହୋଇଥିଲା। ସିଙ୍ଗର ତଥା ରାପର ଆରୋନ କାର୍ଟରଙ୍କ ଶେଷ ଆଲବମ୍ ‘ଲଭ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ଯାହାକୁ ଲୋକମାନେ ବହୁତ […]

ଅଦ୍ୟତନ ହୋଇଛି
ବାଥଟବ୍‌ରୁ ମିଳିଲା ଫେମସ୍ ପପ୍ ସିଙ୍ଗର୍‌ଙ୍କ ମୃତଦେହ

singer-aaron-carter

Advertisment

ଲସ୍‌ଏଞ୍ଜଲିସ: ପପ୍ ଆଇକନ୍ ଭାବରେ ବେଶ୍ ଜଣାଶୁଣା ଗାୟକ, ଅଭିନେତା ତଥା ରାପର ଆରୋନ୍ କାର୍ଟରଙ୍କ ଦେହାନ୍ତ ହୋଇଛି। ୩୪ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ତାଙ୍କ ଘରୁ ଏକ ବାଥଟବ୍‌ରୁ ତାଙ୍କ ମୃତଦେହ ମିଳିଛି।

Advertisment

୧୯୯୭ରେ ନଅ ବର୍ଷ ବୟସରେ ଆରୋନଙ୍କ ପ୍ରଥମ ଆଲବମ୍ ରିଲିଜ ହୋଇଥିଲା। ସିଙ୍ଗର ତଥା ରାପର ଆରୋନ କାର୍ଟରଙ୍କ ଶେଷ ଆଲବମ୍ ‘ଲଭ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଆରୋନ୍‌ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଛନ୍ତି।

ରିପୋର୍ଟ ମୁତାବକ, କାଲିଫର୍ଣ୍ଣିଆ ଅଥରିଟିଜକୁ ଶନିବାର ସକାଳ ୧୧ଟାରେ ଜଣେ ବ୍ୟକ୍ତି ବାଥଟବରେ ବୁଡିଯାଉଥିବା ନେଇ ଏମରଜେନ୍ସି ଫୋନ କଲ୍ ଆସିଥିଲା। ଏହାପରେ ଏକ ଟିମ୍ କାର୍ଟରଙ୍କ ଘରକୁ ଯାଞ୍ଚ ପାଇ ଯାଇଥିଲେ। ଟିମ୍ ପହଞ୍ଚିବା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା।

Advertisment

ଦୀର୍ଘ ଦିନ ଧରି କାର୍ଟର ଡିପ୍ରେସନରେ ଥିଲେ। ଏନେଇ ସେ ଅନେକ ଥର ସମସ୍ତଙ୍କ ଆଗରେ କହି ମଧ୍ୟ ସାରିଛନ୍ତି। ୨୦୧୯ରେ ସେଲେବ୍ରିଟି ୱେଲନେଓ ଶୋ ଦ ଡକ୍ଟର୍ସରେ ସେ ଔଷଧ ଭର୍ତ୍ତି ଏକ ବ୍ୟାଗ୍ ଦେଖାଇ ଡିପ୍ରେସନର ଶିକାର ଥିବା ନେଇ ଖୁଲାସା କରିଥିଲେ। ତାଙ୍କୁ ପର୍ସନାଲିଟି ଡିସଅର୍ଡର, ସିଜୋଫ୍ରେନିଆ ଓ ଏନ୍‌ଜାଇଟି ପାଇଁ ଏତେ ସବୁ ମେଡିସିନ୍ ଡାକ୍ତର ପ୍ରେସକ୍ରାଇବ କରିଥିବା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe