Advertisment

'ଆଫଗାନ ମହିଳାଙ୍କୁ ରକ୍ଷା କର' ଗୁହାରି କଲେ ଅଭିନେତ୍ରୀ

ଲସ୍‌ଏଞ୍ଜେଲିସ: ହଳିଉଡର ଅଭିନେତ୍ରୀ ଆଞ୍ଜେଲିନା ଜୋଲି। ସେ ଅଭିନେତ୍ରୀ ହେବା ସହ ଜାତିସଂଘର ଶରଣାର୍ଥୀ ଅଧିକାରର ବ୍ରାଣ୍ଡ ଆମ୍ବାସାଡର। ସାମ୍ପ୍ରତିକ ଆଫଗାନର ସ୍ଥିତିକୁ ନେଇ ସେ ଏବେ ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ ପାଖକୁ ଆଫଗାନିସ୍ତାନରୁ ଆସିଛି ଏକ ଚିଠି। ଯାହା ତାଙ୍କୁ ବେଶ୍‌ ମର୍ମାହତ କରିଛି। ତାଲିବାନର ବର୍ବରତାକୁ ବିରୋଧ କରି ସେ ଏବେ ସ୍ୱର ଉଠାଇବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଆଞ୍ଜେଲିନା ତାଲିବାନୀଙ୍କ ଠାରୁ ମହିଳାଙ୍କୁ ସୁରକ୍ଷା ଦେବାକୁ ଗୁହାରି କରିଛନ୍ତି। ଆଞ୍ଜେଲିନାଙ୍କ ପାଖକୁ […]

ଅଦ୍ୟତନ ହୋଇଛି
'ଆଫଗାନ ମହିଳାଙ୍କୁ ରକ୍ଷା କର' ଗୁହାରି କଲେ ଅଭିନେତ୍ରୀ

angelina-jolie

Advertisment

ଲସ୍‌ଏଞ୍ଜେଲିସ: ହଳିଉଡର ଅଭିନେତ୍ରୀ ଆଞ୍ଜେଲିନା ଜୋଲି। ସେ ଅଭିନେତ୍ରୀ ହେବା ସହ ଜାତିସଂଘର ଶରଣାର୍ଥୀ ଅଧିକାରର ବ୍ରାଣ୍ଡ ଆମ୍ବାସାଡର। ସାମ୍ପ୍ରତିକ ଆଫଗାନର ସ୍ଥିତିକୁ ନେଇ ସେ ଏବେ ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ ପାଖକୁ ଆଫଗାନିସ୍ତାନରୁ ଆସିଛି ଏକ ଚିଠି। ଯାହା ତାଙ୍କୁ ବେଶ୍‌ ମର୍ମାହତ କରିଛି। ତାଲିବାନର ବର୍ବରତାକୁ ବିରୋଧ କରି ସେ ଏବେ ସ୍ୱର ଉଠାଇବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

Advertisment

ଆଞ୍ଜେଲିନା ତାଲିବାନୀଙ୍କ ଠାରୁ ମହିଳାଙ୍କୁ ସୁରକ୍ଷା ଦେବାକୁ ଗୁହାରି କରିଛନ୍ତି। ଆଞ୍ଜେଲିନାଙ୍କ ପାଖକୁ ଆଫଗାନର ଜଣେ ନାବାଳିକା ଚିଠି ଲେଖି ସେଠାକାର ଭୟଙ୍କର ପରିସ୍ଥିତି ବିଷୟରେ ବଖାଣିଛନ୍ତି। ଆଞ୍ଜେଲିନା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଜରିଆରେ ସେହି ଚିଠିକୁ ଶେୟାର କରିଛନ୍ତି। ଆଫଗାନବାସୀଙ୍କ ସ୍ୱର ଉତ୍ତୋଳନ କରିବେ ବୋଲି ଏହି ହଲିଉଡ ଅଭିନେତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସେ ତାଙ୍କ ସୋଶାଲ ମିଡିଆରେ ଲେଖିଛନ୍ତି,'ଏହି ଚିଠିକୁ ଆଫଗାନିସ୍ତାନର ଜଣେ ନାବାଳିକା ପଠାଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନର ଲୋକମାନେ ସୋଶାଲ ମିଡିଆରେ ମଧ୍ୟ ଯୋଗାଯୋଗ ହରାଉଛନ୍ତି ଏବଂ ଖୋଲାଖୋଲି ଭାବେ ନିଜ କଥା ରଖିବାରେ ମଧ୍ୟ ଅସମର୍ଥ। ତେଣୁ ମୁଁ ସେମାନଙ୍କ ସ୍ୱରକୁ ଅନ୍ୟମାନଙ୍କଠାରେ ପହଞ୍ଚାଇବା ପାଇଁ ଇନଷ୍ଟାଗ୍ରାମରେ ଶେୟାର କରୁଛି।'

Advertisment

[caption id="attachment_668794" align="aligncenter" width="650"]Jennifer-1 ଜେନିଫର ଏନିଷ୍ଟନ ମଧ୍ୟ ଆଫଗାନବାସୀଙ୍କୁ ସହାୟତା କରିବାକୁ ଆଗକୁ ଆସିଛନ୍ତି[/caption]

ଯେଉଁ ବର୍ବରତାକୁ ଆଫଗାନବାସୀ ସାମ୍ନା କରୁଛନ୍ତି ତାକୁ ସେ କେବେ ବି ସହିବେ ନାହିଁ। ଏନେଇ ସେ ସ୍ୱର ଉଠାଇବେ।  ସେ କେବେ ବି ପଛକୁ ହଟିବେ ନାହିଁ, ଲୋକଙ୍କ ସହାୟତା କରିବେ। ଲୋକେ ତାଙ୍କୁ ଏଥିରେ ସମର୍ଥନ କରିବେ ବୋଲି ଆଞ୍ଜେଲିନା ଆଶା ରଖିଛନ୍ତି।

ସେପଟେ ଆଉ ଜଣେ ହଲିଉଡ ଅଭିନେତ୍ରୀ ଜେନିଫର ଏନିଷ୍ଟନ ମଧ୍ୟ ଆଫଗାନବାସୀଙ୍କୁ ସହାୟତା କରିବାକୁ ଆଗକୁ ଆସିଛନ୍ତି। ଆଫଗାନ ମହିଳା, ଶରଣାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସହାଯ୍ୟ କରିବାକୁ ହାତ ବଢ଼ାଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କ ଏକ ଆର୍ଟିକେଲକୁ ଶେୟାର କରିଛନ୍ତି।

[caption id="attachment_668784" align="aligncenter" width="650"]Jennifer ଆଫଗାନ ମହିଳା, ଶରଣାର୍ଥୀଙ୍କୁ ସହାଯ୍ୟ କରିବାକୁ ହାତ ବଢ଼ାଇଛନ୍ତି ଜେନିଫର[/caption]

ଜେନିଫର୍ ଲେଖିଛନ୍ତି, ଆଫଗାନିସ୍ତାନର ମହିଳା ଏବଂ ବାଳିକାମାନଙ୍କ ପାଇଁ ଏହା ଏକ ଭୟଙ୍କର ମୁହୂର୍ତ୍ତ। ଏଥିସହ ଜେନିଫର ଅସୁବିଧାରେ ଥିବା ଲୋକଙ୍କୁ କିପରି ସାହାଯ୍ୟ ଏବଂ ଦାନ କରିବେ ତାହା ବାଖ୍ୟା କରିଛନ୍ତି। ଆସନ୍ତୁ ଏହି ମହିଳା ଏବଂ ସେମାନଙ୍କ ପରିବାରକୁ ଯଥାଶୀଘ୍ର ବାହାରକୁ ଆଣିବା ବୋଲି ଜେନିଫର୍ ଆନିଷ୍ଟନ୍ ଲେଖିଛନ୍ତି।

ସୂଚନା ମୁତାବକ, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ଅବସ୍ଥା ବିଗିଡିବାରେ ଲାଗିଛି। ମହିଳା ଏବଂ ଶିଶୁଙ୍କ ଉପରେ ଅତ୍ୟାଚାର ହେଉଛି। ପୁରୁଷମାନଙ୍କୁ ହତ୍ୟା କରାଯାଉଛି। ଏହି ଭୟରେ ଲକ୍ଷ ଲକ୍ଷ ଲୋକ ଆଫଗାନିସ୍ତାନ ଛାଡୁଛନ୍ତି। ଆଫଗାନିସ୍ତାନର ଏଭଳି ଅବସ୍ଥା ଦେଖି ମଧ୍ୟ ବିଶ୍ୱର ଶକ୍ତିଶାଳୀ ଦେଶଗୁଡିକ ଚୁପ୍‌ ବସିଛନ୍ତି। କିନ୍ତୁ ଚାରିଆଡୁ  ବଲିଉଡ ଏବଂ ହଲିଉଡ ସେଲେବ୍ରିଟି ତଥା କଳକାରମାନେ ତାଲିବାନ ବିରୋଧରେ ସ୍ୱର ଉଠାଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe