Advertisment

ବ୍ରାଡ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଏଞ୍ଜଲିନା

ଲସ୍‌ ଏଞ୍ଜଲିସ: ପୁଣି ଚର୍ଚ୍ଚାରେ ହଲିଉଡ ଅଭିନେତ୍ରୀ ଏଞ୍ଜଲିନା ଜଲି ଓ ତାଙ୍କ ପୂର୍ବତନ ସ୍ୱାମୀ ବ୍ରାଡ୍‌ ପିଟ୍‌। ନିଜର ବ୍ୟକ୍ତିଗତ ଝଗଡାକୁ ନେଇ ଏ ଦୁଇ ଷ୍ଟାର୍‌ ପୁଣି ଥରେ ହେଡ୍‌ଲାଇନ୍‌ ପାଲଟିଛନ୍ତି। ପୁଣିଥରେ ସେ ବ୍ରାଡ୍‌ ପିଟ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ତାଙ୍କୁ କାଠଗଡାକୁ ଟାଣିଛନ୍ତି। ୨୦୧୬ରେ ବ୍ରାଡ୍‌ ପିଟ୍‌ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ଏଞ୍ଜଲିନାଙ୍କୁ ପିଟ୍‌ ମାରପିଟ୍‌ କରିଥିଲେ। ପିଲାମାନେ ଯେତେବେଳେ ମା’ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ପିଟ୍‌ […]

ବ୍ରାଡ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଏଞ୍ଜଲିନା

angelina-jolie-brad-pitt

Advertisment

ଲସ୍‌ ଏଞ୍ଜଲିସ: ପୁଣି ଚର୍ଚ୍ଚାରେ ହଲିଉଡ ଅଭିନେତ୍ରୀ ଏଞ୍ଜଲିନା ଜଲି ଓ ତାଙ୍କ ପୂର୍ବତନ ସ୍ୱାମୀ ବ୍ରାଡ୍‌ ପିଟ୍‌। ନିଜର ବ୍ୟକ୍ତିଗତ ଝଗଡାକୁ ନେଇ ଏ ଦୁଇ ଷ୍ଟାର୍‌ ପୁଣି ଥରେ ହେଡ୍‌ଲାଇନ୍‌ ପାଲଟିଛନ୍ତି। ପୁଣିଥରେ ସେ ବ୍ରାଡ୍‌ ପିଟ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ତାଙ୍କୁ କାଠଗଡାକୁ ଟାଣିଛନ୍ତି।

Advertisment

୨୦୧୬ରେ ବ୍ରାଡ୍‌ ପିଟ୍‌ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ଏଞ୍ଜଲିନାଙ୍କୁ ପିଟ୍‌ ମାରପିଟ୍‌ କରିଥିଲେ। ପିଲାମାନେ ଯେତେବେଳେ ମା'ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ପିଟ୍‌ ପିଲାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିଥିବା ଅଭିଯୋଗ କରି ଏଞ୍ଜଲିନା କୋର୍ଟରେ ମାମଲା ଦାୟର କରିଛନ୍ତି। ଏଥିସହ ନିଜ ଅଭିଯୋଗରେ ଏଞ୍ଜଲିନା ଫ୍ରାନ୍ସର ଏକ ଘର, ମଦ କାରଖାନା ସହ ଜଡିତ ବିବାଦ ଓ ଘରୋଇ ବିମାନ ଭିତରେ ହୋଇଥିବା ଝଗଡା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ଏଞ୍ଜଲିନା ଜଲିଙ୍କ ଏହି ଅଭିଯୋଗକୁ ପିଟ୍‌ଙ୍କ ଜଣେ ପ୍ରତିନିଧି ଖଣ୍ଡନ କରିଛନ୍ତି।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବକ, ଏଞ୍ଜଲିନା ଜଲି ଦାଏର କରିଥିବା ମାମଲାରେ କୁହାଯାଇଛି, ୧୪ ସେପ୍ଟେମ୍ବର ୨୦୧୬ରେ ପିଟ୍ ଏକ ଘରୋଇ ବିମାନ ଉଡ଼ାଣ ବେଳେ ଜଲି ଏବଂ ସେମାନଙ୍କ ଛଅ ପିଲାଙ୍କୁ ଦୁର୍ବ୍ୟବହାର କରିଥିଲେ। ପିଟଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଜୋରଜବରଦସ୍ତି ଜୋଲିଙ୍କୁ ଶୌଚାଳୟକୁ ନେଇ ତାଙ୍କ ସହ ଝଗଡା ଲାଗିବା ଆରମ୍ଭ କରିଥିଲେ। ଏଥିସହ ତାଙ୍କୁ ଧକ୍କା ମଧ୍ୟ ଦେଇଥିଲେ। ତେବେ ଏଥିରୁ ଜଲିଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିଥିବା ଜଣେ ପିଲାଙ୍କୁ ମଧ୍ୟ ପିଟ୍‌ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ଓସ୍କାର ବିଜେତା ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ଏଞ୍ଜଲିନା ଜଲି ଓ ଅଭିନେତା ବ୍ରାଡ ପିଟ୍‌ ୨୦୧୪ରେ ବିବାହ କରିଥିଲେ। ଏହାପରେ ୨୦୧୬ରେ ଜଲି ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୧୯ରେ କୋର୍ଟ ଉଭୟ ଅଲଗା ହୋଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ ପିଲାଙ୍କ ଦେଖାରଖା ଓ ଆର୍ଥିକ ପ୍ରସଙ୍ଗରେ ଏବେବି ବିବାଦ ଜାରି ରହିଥିବାରୁ ଏହି ଛାଡପତ୍ର ମାମଲା ସମାଧାନ ହୋଇପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe