Advertisment

ଚାଲିଗଲେ ‘ବ୍ୟାଟମ୍ୟାନ୍‌’ ନିର୍ଦ୍ଦେଶକ ଜୋଏଲ୍‌ ଶୁମାକର

ନୂଆଦିଲ୍ଲୀ : କଷ୍ଟ୍ୟୁମ୍ ଡିଜାଇନର୍‌ରୁ ହଲିଉଡ୍‌ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ୮୦ ବର୍ଷୀୟ ଜୋଏଲ୍‌ ଶୁମାକର୍‌ଙ୍କର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ସୋମବାର ସେ ନ୍ୟୁୟର୍କରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜୋଏଲ୍‌ ‘ବ୍ୟାଟମ୍ୟାନ୍‌’ ,‘ସେଣ୍ଟ ଏଲମୋସ୍‌ ଫାୟାର୍‌’ ଓ ‘ଫଲିଙ୍ଗ୍‌ ଡାଉନ୍‌’ ପରି ଲୋକପ୍ରିୟ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ଜଣେ କଷ୍ଟ୍ୟୁମ୍ ଡିଜାଇନର୍‌ ଭାବରେ ଜୋଏଲ୍‌ କ୍ୟାରିଅର୍‌ର ଆରମ୍ଭ କରିଥିଲେ। ସେହି ସମୟରେ ସେ ‘ସ୍ଲୀପର୍‌’, ‘ଇଣ୍ଟିରୟର୍ସ’, […]

ଚାଲିଗଲେ ‘ବ୍ୟାଟମ୍ୟାନ୍‌’ ନିର୍ଦ୍ଦେଶକ ଜୋଏଲ୍‌ ଶୁମାକର

joel

Advertisment

ନୂଆଦିଲ୍ଲୀ : କଷ୍ଟ୍ୟୁମ୍ ଡିଜାଇନର୍‌ରୁ ହଲିଉଡ୍‌ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ୮୦ ବର୍ଷୀୟ ଜୋଏଲ୍‌ ଶୁମାକର୍‌ଙ୍କର ମୃତ୍ୟୁ ହୋଇଛି। ସେ ଅନେକ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ସୋମବାର ସେ ନ୍ୟୁୟର୍କରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜୋଏଲ୍‌ ‘ବ୍ୟାଟମ୍ୟାନ୍‌’ ,‘ସେଣ୍ଟ ଏଲମୋସ୍‌ ଫାୟାର୍‌’ ଓ ‘ଫଲିଙ୍ଗ୍‌ ଡାଉନ୍‌’ ପରି ଲୋକପ୍ରିୟ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।

Advertisment

ଜଣେ କଷ୍ଟ୍ୟୁମ୍ ଡିଜାଇନର୍‌ ଭାବରେ ଜୋଏଲ୍‌ କ୍ୟାରିଅର୍‌ର ଆରମ୍ଭ କରିଥିଲେ। ସେହି ସମୟରେ ସେ ‘ସ୍ଲୀପର୍‌’, ‘ଇଣ୍ଟିରୟର୍ସ’, ‘ଦ ଲାଷ୍ଟ ଅଫ୍‌ ସିଲା’, ‘ଦ ପ୍ରିନ୍ସ ଅଫ୍‌ ଏଭିନ୍ୟୁ’, ‘ବ୍ଲୁମ୍‌ ଇନ୍‌ ଲଭ୍‌’ ପରି ଫିଲ୍ମରେ କଷ୍ଟ୍ୟୁମ୍‌ ଡିଜାଇନର୍‌ ଭାବରେ କାର୍ଯ୍ୟ କରିଛନ୍ତି।

୧୯୭୪ ମସିହାରେ ଟେଲିଫିଲ୍ମ ‘କିଲର୍‌ ବିଜ୍‌’ରେ ଜୋଏଲ୍‌ ପ୍ରଡକ୍ସନ୍‌ ଡିଡାଇନର୍‌ ରହିଥିଲେ। ଏହାପରେ ସେ ଲେଖକ ଭାବରେ କିଛିଦିନ କାର୍ଯ୍ୟ କରିଥିଲେ। ୧୯୮୧ରେ ସାଇନ୍ସ ଫିକ୍ସନ୍ ଫିଲ୍ମ ‘ଦ ଇନ୍‌କ୍ରିଡେବଲ୍‌ ସ୍ରିଙ୍କିଙ୍ଗ୍‌ ୱୋମେନ୍‌’ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା। ଏହା ପରେ ପରେ ସେ ‘ଫ୍ଲଲେସ୍‌’, ‘ଡିସି କୈବ୍‌’, ‘ଦ ଲାଷ୍ଟ ବଏଜ୍‌’, ‘ଫଲିଙ୍ଗ୍‌ ଡାଉନ୍‌’, ‘ଦ କ୍ଲାଏଣ୍ଟ’, ‘ଏ ଟାଇମ୍‌ ଟୁ କିଲ୍‌’ ପରି ହଲିଉଡ୍‌ ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଥିଲେ।

Advertisment

ଜୋଏଲ୍‌ ଶୁମାକର୍‌ଙ୍କର ମୃତ୍ୟୁ ପରେ ଅନେକ ହଲିଉଡ୍‌ ସେଲେବ୍ରିଟି ତାଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି। ହଲିଉଡ୍‌ ଅଭିନେତା ଜିମ୍‌ କାରି ସୋଶାଲ ମିଡିଆରେ ଟ୍ୱିଟ୍‌ କରି ଜୋଏଲ୍‌ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe