Advertisment

ନୀରବି ଗଲେ ବ୍ୟାଟ୍‌ମ୍ୟାନ୍‌ର ଭଏସ୍‌

ଲସ୍‌ଏଞ୍ଜଲିସ୍‌: ଆଉ ଶୁଣିବାକୁ ମିଳିବନି ହଲିଉଡର ଲୋକପ୍ରିୟ ଫିଲ୍ମ ଚରିତ୍ର ବ୍ୟାଟ୍‌ମ୍ୟାନ୍‌ର ଭଏସ୍। ଅଭିନେତା ତଥା ଭଏସଓଭର୍ ଆର୍ଟିଷ୍ଟ କେଭିନ କନରୟଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ କୋ-ଷ୍ଟାର ଡାଏନେ ପର୍ସିଂ ସୂଚନା ଦେଇଛନ୍ତି। ୱାର୍ଣ୍ଣର ବ୍ରଦର୍ସ ଆନିମେସନ ତରଫରୁ ମଧ୍ୟ କେଭିନଙ୍କ ଦେହାନ୍ତ ନେଇ ସୂଚନା ଦିଆଯାଇଛି। କେଭିନ୍ କନରୟ ଆନିମେଟେଡ ସିରିଜ ବ୍ୟାଟମ୍ୟାନ୍ ଚରିତ୍ରରେ ନିଜ ଭଏସ୍ ଦେଇଥିଲେ। ନିଜ ଭଏସ୍‌ରେ ସେ ବ୍ୟାଟମ୍ୟାନ୍‌ର […]

author-image
Madhupriya Mistry
ନୀରବି ଗଲେ ବ୍ୟାଟ୍‌ମ୍ୟାନ୍‌ର ଭଏସ୍‌

kevin-conroy

ଲସ୍‌ଏଞ୍ଜଲିସ୍‌: ଆଉ ଶୁଣିବାକୁ ମିଳିବନି ହଲିଉଡର ଲୋକପ୍ରିୟ ଫିଲ୍ମ ଚରିତ୍ର ବ୍ୟାଟ୍‌ମ୍ୟାନ୍‌ର ଭଏସ୍। ଅଭିନେତା ତଥା ଭଏସଓଭର୍ ଆର୍ଟିଷ୍ଟ କେଭିନ କନରୟଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ କୋ-ଷ୍ଟାର ଡାଏନେ ପର୍ସିଂ ସୂଚନା ଦେଇଛନ୍ତି। ୱାର୍ଣ୍ଣର ବ୍ରଦର୍ସ ଆନିମେସନ ତରଫରୁ ମଧ୍ୟ କେଭିନଙ୍କ ଦେହାନ୍ତ ନେଇ ସୂଚନା ଦିଆଯାଇଛି।

Advertisment

କେଭିନ୍ କନରୟ ଆନିମେଟେଡ ସିରିଜ ବ୍ୟାଟମ୍ୟାନ୍ ଚରିତ୍ରରେ ନିଜ ଭଏସ୍ ଦେଇଥିଲେ। ନିଜ ଭଏସ୍‌ରେ ସେ ବ୍ୟାଟମ୍ୟାନ୍‌ର ଚରିତ୍ର ଜରିଆରେ ଚାରିଆଡେ ଲୋକପ୍ରିୟ ହୋଇଥିଲେ।

ରିପୋର୍ଟ ମୁତାବକ, ଅଭିନତୋ କେଭିନ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡିତ ଥିଲେ। କେଭିନଙ୍କ ମୃତ୍ୟୁ ପରେ ୱାର୍ଣ୍ଣର ବ୍ରଦର୍ସ ପକ୍ଷରୁ ଏକ ଷ୍ଟେଟମେଣ୍ଟ ଜାରି କରାଯାଇଛି। କେଭିନଙ୍କ କୋ-ଷ୍ଟାର ମାର୍କ ହ୍ୟାମିଲ କହିଛନ୍ତି, ‘କେଭିନ ଜଣେ ପରଫେକ୍‌ସନିଷ୍ଟ ଥିଲେ। ସେ ମୋର ସବୁଠୁ ପ୍ରିୟ ଲୋକ ଥିଲେ। ମୁଁ ତାଙ୍କୁୂ ଭାଇ ଭଳି ଭଲପାଉଥିଲି। ସେ ତାଙ୍କର ଘନିଷ୍ଠ ଲୋକଙ୍କ ଯତ୍ନ ନେଉଥିଲେ। ତାଙ୍କର ସମସ୍ତ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା।

Advertisment

୮୦ ଦଶକରେ କେଭିନ ଆକ୍ସନ ହିରୋ ରୂପେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେ ଜଣେ ଭଲ ଅଭିନେତା ସହ ଜଣେ ଭଲ ଭଏସ୍ ଆର୍ଟିଷ୍ଟ ମଧ୍ୟ ଥିଲେ। ୧୯୯୨ରେ ସେ ପ୍ରଥମ ଥର ପାଇଁ ବ୍ୟାଟମ୍ୟାନ୍ ସିରିଜରେ ଭଏସ୍ ଦେବା ଆରମ୍ଭ କରିଥିଲେ। ସେବେଠାରୁ ତାଙ୍କୁ ଲୋକେ ବ୍ୟାଟମ୍ୟାନ୍ ବୋଲି ଭାବୁଥିଲେ।

https://twitter.com/Batman/status/1591114856115359745?s=20&t=arfSaezBOhJOtFCdADd2LQ