Advertisment

ବିବାହର ମାସକ ପରେ ପୁଣି ବାହା ହେଲେ ଅଭିନେତ୍ରୀ

ଲସ୍‌ ଏଞ୍ଜଲିସ୍‌: ପୁଣି ହାତକୁ ଦି ହାତ ହେଲେ ହଲିଉଡ ଅଭିନେତ୍ରୀ ଜେନିଫର ଲୋପେଜ ଓ ବେନ୍‌ ଏଫ୍ଲେକ୍‌। ବିବାହର ମାସକ ପରେ ଦୁହେଁ ପୁଣି ବାହା ହେଲେ। ପ୍ରଥମେ ଲାସ ଭେଗାସ ଆଉ ଏବେ ଜର୍ଜିଆରେ ବିବାହ କଲେ ଅଭିନେତ୍ରୀ। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଶନିବାର ଦିନ ଜର୍ଜିଆରେ ପୁଣି ବିବାହ କରିଛନ୍ତି ଜେନିଫର୍‌। ୮୭ ଏକର ଜମିରେ ଆୟୋଜିତ ହୋଇଥିଲା ଗ୍ରାଣ୍ଡ ୱେଣ୍ଡିଂ। ‘Bennifer 2.0’ କୁହାଯାଉଥିବା ଏହି ଦମ୍ପତ୍ତିଙ୍କ […]

author-image
Madhupriya Mistry
ବିବାହର ମାସକ ପରେ ପୁଣି ବାହା ହେଲେ ଅଭିନେତ୍ରୀ

Jennifer and ben

ଲସ୍‌ ଏଞ୍ଜଲିସ୍‌: ପୁଣି ହାତକୁ ଦି ହାତ ହେଲେ ହଲିଉଡ ଅଭିନେତ୍ରୀ ଜେନିଫର ଲୋପେଜ ଓ ବେନ୍‌ ଏଫ୍ଲେକ୍‌। ବିବାହର ମାସକ ପରେ ଦୁହେଁ ପୁଣି ବାହା ହେଲେ। ପ୍ରଥମେ ଲାସ ଭେଗାସ ଆଉ ଏବେ ଜର୍ଜିଆରେ ବିବାହ କଲେ ଅଭିନେତ୍ରୀ। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଶନିବାର ଦିନ ଜର୍ଜିଆରେ ପୁଣି ବିବାହ କରିଛନ୍ତି ଜେନିଫର୍‌। ୮୭ ଏକର ଜମିରେ ଆୟୋଜିତ ହୋଇଥିଲା ଗ୍ରାଣ୍ଡ ୱେଣ୍ଡିଂ। 'Bennifer 2.0' କୁହାଯାଉଥିବା ଏହି ଦମ୍ପତ୍ତିଙ୍କ ବିବାହରେ ବଡ ବଡ ଷ୍ଟାର୍‌ମାନେ ଯୋଗ ଦେଇଥିଲେ। ବିବାହର ଡ୍ରେସ୍‌କୋଡ୍‌ ଥିଲା ଧଳା।

Jennifer Lopez and Ben Affleck married — again

କୁହାଯାଉଛି ଯେ ଜର୍ଜିଆରେ ଆୟୋଜିତ ଏହି ବିବାହ ସମାରୋହ ଅନେକ ଦିନ ଧରି ଚାଲିବ। ଜୁଲାଇ ମାସରେ ପ୍ରଥମ କରି ଏହି ଦମ୍ପତ୍ତି ବିବାହ କରିଥିଲେ। ଏଥିରେ ମାତ୍ର ଅଳ୍ପ ସଂଖ୍ୟତ ଅତିଥି ଯୋଗ ଦେଇଥିଲେ। ଏବେ କିନ୍ତୁ ଜେନିଫର ଓ ବେନ୍‌ଙ୍କ ଏହି ଦ୍ୱିତୀୟ ବିବାହରେ ସେମାନଙ୍କର ସମସ୍ତ ପରିବାର ଓ ବନ୍ଧୁବାନ୍ଧବମାନେ ଯୋଗ ଦେଇଛନ୍ତି।

Advertisment

Inside Jennifer Lopez and Ben Affleck's lavish, all-white Georgia wedding »  statusmarket

ଲାସ ଭେଗାସରେ ଜେନିଫର୍‌ ବେନ୍‌ଙ୍କ ସହ ପ୍ରଥମେ ବିବାହ କରିବା ପରେ ଏକ ଚିଠି ମାଧ୍ୟମରେ ନିଜର ଖୁସି ପ୍ରକାଶ କରିଥିଲେ। 'ଆମେ ଏହା କରିନେଲୁ। ପ୍ରେମ ବହୁତ ସୁନ୍ଦର। ପ୍ରେମ ନମ୍ର। ପ୍ରେମ ମଧ୍ୟ ବହୁତ ଧୈର୍ଯ୍ୟବାନ। ୨୦ ବର୍ଷର ଅପେକ୍ଷା। ବୋଲି ଚିଠିରେ ଲେଖିଥିଲେ ଜେନିଫର।

7 Exquisite Photos from Jennifer Lopez, Ben Affleck's Extravagant 2nd  Wedding - Tuko.co.ke

ଜେନିଫର୍‌ ଓ ବେନ୍‌ ପରସ୍ପରକୁ ୨୦ ବର୍ଷ ପୂର୍ବେ ଡେଟ୍‌ କରିବା ଆରମ୍ଭ କରିଥିଲେ। ଦୁହେଁ ପରସ୍ପରକୁ ବେଶ୍‌ ଭଲ ପାଉଥିଲେ। ତେଣୁ ଏମାନେ ପ୍ରଥମେ ନିର୍ବନ୍ଧ କରିନେଇଥିଲେ। କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଅନେକ ବାଧାବିଘ୍ନ ଆସିଥିବା ଓ ଦୁହେଁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସମସ୍ତ କଥାକୁ ପଛରେ ପକାଇ ଦୁହେଁ ପୁଣିଥରେ ଏକାଠି ନଜର ଆସିଥିଲେ। ଆଉ ୨୦ ବର୍ଷର ଅପେକ୍ଷା ପରେ ଏବେ ଜେନିଫର ଓ ବେନ୍‌ ବିବାହ କରିଛନ୍ତି।