batman
ନୂଆଦିଲ୍ଲୀ: ହଲିଉଡ୍ ଫିଲ୍ମ ‘ବ୍ୟାଟ୍ମ୍ୟାନ୍’ ବେଶ୍ ଲୋକପ୍ରିୟ। ସାରା ବିଶ୍ୱରେ ଏହାର ଦର୍ଶକ ରହିଛନ୍ତି। ‘ଗେମସ୍ ଅଫ୍ ଥ୍ରୋନ୍’ ପରି ସୁପର ପାୱାର ଫିଲ୍ମ ରିଲିଜ୍ ହୋଇଥିଲେ ମଧ୍ୟ ‘ବ୍ୟାଟମ୍ୟାନ୍’ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ଏହି ଫିଲ୍ମର ପ୍ରଥମ ସିରିଜ୍ରୁ ହଲିଉଡ୍ ଷ୍ଟାର୍ ବେନ୍ ଆଫଲେକ୍ଙ୍କୁ ବ୍ୟାଟ୍ମ୍ୟାନ୍ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ଏହାପର ସିରିଜ୍ରେ ଅଭିନେତା ରବର୍ଟ ପେଣ୍ଟିସନଙ୍କୁ ବ୍ୟାଟ୍ମ୍ୟାନ୍ ଭାବରେ କାଷ୍ଟ କରାଯାଇଥିଲା।
କିନ୍ତୁ ଏବେ ବ୍ୟାଟମ୍ୟାନ୍ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର। ପୁଣିଥରେ ଫେରୁଛନ୍ତି ଫ୍ୟାନ୍ସଙ୍କ ପ୍ରିୟ ବ୍ୟାଟମ୍ୟାନ୍ ବେନ୍ ଆଫଲେକ୍। ବ୍ୟାଟମ୍ୟାନ୍ର ଆଗାମୀ ସିରିଜ୍ରେ ବେନ୍ଙ୍କୁ ଦେଖିବାକୁ ମିଳିବ।
ଫ୍ୟାନଡମ୍ ଟ୍ୱିଟର ପକ୍ଷରୁ ଏହାର ସୂଚନା ଦିଆଯାଇଛି। ବ୍ୟାଟମ୍ୟାନ୍ଙ୍କର କିଛି ଫଟୋ ଶେଆର୍ କରି ଏଥିରେ ଲେଖାଯାଇଛି, ଫିଲ୍ମ ‘ଦ ଫ୍ଲାସ୍’ରେ ପୁଣିଥରେ ବେନ ଆଫଲେକ ବ୍ୟାଟମ୍ୟାନ୍ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ୨୦୨୨ରେ ରିଲିଜ୍ କରିବାକୁ ଯୋଜନା କରାଯାଇଛି।
ଏହି ଫିଲ୍ମର ନିର୍ଦ୍ଦେଶକ Andy Muschietti ଫିଲ୍ମକୁ ନେଇ କହିଛନ୍ତି, ‘ଏହି ଫିଲ୍ମର ଅନେକ ସିନ୍ରେ ଇମୋସନାଲ୍ ପାର୍ଟକୁ ଦେଖାଯାଇଛି। ଏଥିରେ ଅଭିନେତ୍ରୀ ବେରୀ ଓ ଆଫଲେକ୍ଙ୍କ ପ୍ରଥମ ଦେଖା ସମସ୍ତଙ୍କ ପାଇଁ ଏକ ଭାବବିହ୍ୱଳ ଦୃଶ୍ୟ ହେବ। ଏହା ପୂର୍ବରୁ ଦର୍ଶକେ ଏପରି ଦୃଶ୍ୟ ଦେଖିନଥିବେ। ଏବେ କେବଳ ଦେଖିବାକୁ ବାକି ରହିଲା ‘ବ୍ୟାଟମ୍ୟାନ୍’ ସିରିଜ୍କୁ ବେନ୍ ଆଫଲେକ୍ ଫେରିବା ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/batman.jpg)