Advertisment

ଓସ୍କାର ବିଜେତା ସିଡ୍‌ନୀ ପୋଟିୟରଙ୍କ ଦେହାନ୍ତ

ୱାଶିଂଟନ: ହଲିଉଡର ପ୍ରଥମ ବ୍ଲାକ ମୁଭି ଷ୍ଟାର ସିଡନୀ ପୋଟିୟରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଏହି ଓସ୍କାର ବିଜେତା ଅଭିନେତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ୧୯୫୦ ଓ ୬୦ ଦଶକରେ ଏକାଧିକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ସିଡ୍‌ନୀ ପୋଟିୟର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଲିଲିଜ ଅଫ୍ ଫିଲ୍ଡରେ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଅସ୍କାର ପୁରସ୍କାର ମିଳିଥିଲା। ସେ ପ୍ରଥମ କୃଷ୍ଣକାୟ ଅଭିନେତା […]

ଅଦ୍ୟତନ ହୋଇଛି
ଓସ୍କାର ବିଜେତା ସିଡ୍‌ନୀ ପୋଟିୟରଙ୍କ ଦେହାନ୍ତ

Sidney-Poitier

Advertisment

ୱାଶିଂଟନ: ହଲିଉଡର ପ୍ରଥମ ବ୍ଲାକ ମୁଭି ଷ୍ଟାର ସିଡନୀ ପୋଟିୟରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଏହି ଓସ୍କାର ବିଜେତା ଅଭିନେତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ୧୯୫୦ ଓ ୬୦ ଦଶକରେ ଏକାଧିକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ସିଡ୍‌ନୀ ପୋଟିୟର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Advertisment

ଲିଲିଜ ଅଫ୍ ଫିଲ୍ଡରେ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଅସ୍କାର ପୁରସ୍କାର ମିଳିଥିଲା। ସେ ପ୍ରଥମ କୃଷ୍ଣକାୟ ଅଭିନେତା ଯିଏକି ଓସ୍କାର ଜିତିବାର ରେକର୍ଡ କରିଥିଲେ। ଏହାପୂର୍ବରୁ ୧୯୫୮ରେ ସିଡ୍‌ନୀ ପ୍ରଥମ କୃଷ୍ଣକାୟ ବ୍ୟକ୍ତି ଭାବେ କୌଣସି ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାର କିଛି ବର୍ଷ ପରେ ଅର୍ଥାତ ୧୯୬୩ରେ ତାଙ୍କୁ ଅସ୍କାର ମିଳିଥିଲା।

ଉଭୟ ଆମେରିକା ଓ ବାହାମିଆନ ନାଗରିକ ହେବାର ପ୍ରମାଣପତ୍ର ହାସଲ କରିଥିବା ସିଡ୍‌ନୀ ପୋଟିୟରଙ୍କ ପରଲୋକରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବାହାମିଆନର ଉପ ପ୍ରଧାନମନ୍ତ୍ରୀ ଚେଷ୍ଟର କୋପର କହିଛନ୍ତି, “ସିଡ୍‌ନୀ ପୋଟିୟର ଜଣେ ଆଇକର, ହିରୋ, ମେଣ୍ଟୋର, ଯୋଦ୍ଧା ଓ ଜାତୀୟ ସମ୍ପତ୍ତି ଥିଲେ।”

Advertisment

ସିଡନୀ ପୋଟିୟର୍ ୧୯୬୭ରେ ଗୋଟିଏ ବର୍ଷରେ ତିନୋଟି ଫିଲ୍ମରେ ଅଭିନୟ କରି ନୂଆ ଇତହାସ ସୃଷ୍ଟି କରିଥିଲେ। ସେ Guess Who's Coming to Dinner" and "In the Heat of the Night ଭଳି ହିଟ୍‌ ଫିଲ୍ମରେ ଅଭିନୟ କରି ରାତାରାତି ଷ୍ଟାର ବନି ଯାଇଥିଲେ। Guess Who's Coming to Dinner ଫିଲ୍କରେ ସେ ଜଣେ କୃଷ୍ଣକାୟ ବ୍ୟକ୍ତି ଭୋଗୁଥିବା ସମସ୍ୟାଗୁଡ଼ିକ ନିଜର ଅଭିନୟ ଦ୍ୱାରା ସାରା ବିଶ୍ୱକୁ ଦେଖାଇଥିଲେ।

ସିଡନୀ ପୋଟିୟର୍ ୯୨୭ ମସିହା ଫେବୃଆରୀ ୨୦ରେ ଆମେରିକାର ମିଆମିରେ ଜନ୍ମଗ୍ରହଣ କରିଥିଲା। ତାଙ୍କ ପରିବାର କୃଷି କାର୍ଯ୍ୟ କରୁଥିଲେ। ତେବେ ପିଲାଟି ବେଳକୁ ସିଡ୍‌ନୀ ପୋଟିୟର ଅଭିନୟର ପ୍ରେମରେ ପଡ଼ି ସିନେମା ଜଗତରେ ପ୍ରବେଶ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe