Advertisment

ସନ୍ଦିଗ୍ଧ ଅବସ୍ଥାରେ ଘରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍ ହେତୁ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Dayle Haddon

Dayle Haddon

Advertisment

ଆଖିବୁଜିଲେ ହଲିଉଡ ପ୍ରଖ୍ୟାତ ଅଭିନେତ୍ରୀ ତଥା ମଡେଲ ଡେଲ ହେଡେନ୍‌। ଆମେରିକାର ପେନ୍‌ସିଲଭାନିଆ ସ୍ଥିତ ଘରୁ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍ ହେତୁ ହେଡେନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ବେଳରକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

Advertisment

ପ୍ରକୃତରେ, ବକ୍ସ କାଉଣ୍ଟି ଅଧିକାରୀଙ୍କୁ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତି ସୋଲେବରୀ ଟାଉନସିପ୍ ଘରେ ଚେତାଶୂନ୍ୟ ହୋଇପଡିଥିବା ସୂଚନା ମିଳିଥିଲା। ଚେତାଶୂନ୍ୟ ବ୍ୟକ୍ତି ଜଣକ ୭୬ ବର୍ଷୀୟ ୱାଲ୍ଟର ଜେ ବ୍ଲୁକାସ ବୋଲି ଜଣାପଡିଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଖୋଜାଖୋଜି ପରେ ପୁଲିସକୁ ଘରର ଦ୍ୱିତୀୟ ମହଲାରେ ବେଡ୍‌ରୁମ୍‌ରେ ଅଭିନେତ୍ରୀ ହେଡେନଙ୍କ ମୃତଦେହ ମିଳିଥିଲା।

ପୋଲିସ କହିଛି ଯେ ନ୍ୟୁ ହୋପ୍ ଇଗଲ୍ ସ୍ବେଚ୍ଛାସେବୀ ଅଗ୍ନିଶମ କମ୍ପାନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଘରେ ବହୁ ପରିମାଣର କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍‌ ହୋଇଥିବା ଅଗ୍ନିଶମ ବାହିନୀ ଜାଣିବାକୁ ପାଇଥିଲା। କାର୍ବନ ମନୋକ୍ସାଇଡର ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ଏବଂ ଜଣେ ପୁଲିସ କର୍ମଚାରୀ ମଧ୍ୟ ଚେତାଶୂନ୍ୟ ହୋଇପଡିଥିଲେ।

Advertisment

ବର୍ତ୍ତମାନ ଏହି ମାମଲାର ସୋଲେବରୀ ଟାଉନସିପ୍ ପୁଲିସ ଟିମ୍‌ ତଦନ୍ତ ଜାରି ରଖିଛି। ପୋଲିସର ସୂଚନାନୁସାରେ, ଏକ ଆବର୍ଜନା ଚିମିନି ଏବଂ ନିଷ୍କାସନ ପାଇପ୍ କାରଣରୁ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍ ହୋଇଥିଲା। ଯାହା ଡେଲ ହେଡେନଙ୍କ ଜୀବନ ନେବା ସହ ୪ ଜଣଙ୍କୁ ଚେତାଶୂନ୍ୟ କରିଦେଇଥିଲା।

ଡେଲ ହେଡେନ ୧୯୭୦ ଏବଂ ୧୯୮୦ ଦଶକର ସବୁଠାରୁ ପ୍ରସିଦ୍ଧ ନାମ ଥିଲା। ଜଣେ ମଡେଲ୍ ଭାବରେ ସେ ଭୋଗ୍, କସମୋପଲିଟାନ୍, ଏଲେ ଏବଂ ଏସ୍କେୟାରର କଭରରେ ଅନେକ ଥର ସ୍ଥାନ ପାଇଛନ୍ତି। ୧୯୯୫ ପର୍ଯ୍ୟନ୍ତ ସେ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ଯେଉଁଥିରେ ଜନ୍ କ୍ୟୁସେକ୍‌ ଅଭିନୀତ ୧୯୯୪ର 'ବୁଲେଟ୍ସ ଓଭର ବ୍ରଡୱେ' ମଧ୍ୟ ସାମିଲ ଅଛି।

ହେଡେନ ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ହେଲେ ୧୯୭୦ ଦଶକର ମଧ୍ୟଭାଗରେ ଝିଅ ରୟାନକୁ ଜନ୍ମ ଦେବା ପରେ ମେଡେଲିଂ ଛାଡ଼ି ଦେଇଥିଲେ। ଏହା ପରେ, ସେ ପ୍ରାୟ ଦେଢ଼ ଦଶନ୍ଧି ପର୍ଯ୍ୟନ୍ତ ମଡେଲିଂରୁ ଦୂରେଇ ରହିଥିଲେ, କିନ୍ତୁ ୧୯୯୧ ରେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ପୁନର୍ବାର ମଡେଲିଂ ଦୁନିଆକୁ ଫେରିବାକୁ ପଡିଥିଲା।

Hollywood American Actress Dead Dayle Haddon Die Carbon Monoxide Poisoning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe