Advertisment

ଯୌନ ଶୋଷଣ ମାମଲରେ ଦୋଷୀ ସାବ୍ୟସ୍ତ ହେଲେ ଏହି ପ୍ରସିଦ୍ଧ ସିଙ୍ଗର

ଉଟାୱା: ଚର୍ଚ୍ଚାରେ ପ୍ରସିଦ୍ଧ ଗାୟକ ଜାକବ ହୋଗାର୍ଡ। ତାଙ୍କ ବିରୋଧରେ ନିକଟରେ ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଏବେ ଏହି ପ୍ରସିଦ୍ଧ କାନାଡିଆନ୍‌ ଗାୟକ ଜାକବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରବିବାର ଦିନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଏକ ନାବାଳିକା ପ୍ରଶଂସକ ତାଙ୍କ ବିରୋଧରେ ଆଣିଥିବା ଯୌନ ଉତ୍ପୀଡନ ମାମଲାରେ କୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି। ୩୭ ବର୍ଷୀୟ ହୋଗାର୍ଡ ମଧ୍ୟ ଜଣେ […]

ଅଦ୍ୟତନ ହୋଇଛି
ଯୌନ ଶୋଷଣ ମାମଲରେ ଦୋଷୀ ସାବ୍ୟସ୍ତ ହେଲେ ଏହି ପ୍ରସିଦ୍ଧ ସିଙ୍ଗର

jacob-hoggard

Advertisment

ଉଟାୱା: ଚର୍ଚ୍ଚାରେ ପ୍ରସିଦ୍ଧ ଗାୟକ ଜାକବ ହୋଗାର୍ଡ। ତାଙ୍କ ବିରୋଧରେ ନିକଟରେ ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଏବେ ଏହି ପ୍ରସିଦ୍ଧ କାନାଡିଆନ୍‌ ଗାୟକ ଜାକବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରବିବାର ଦିନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ଏକ ନାବାଳିକା ପ୍ରଶଂସକ ତାଙ୍କ ବିରୋଧରେ ଆଣିଥିବା ଯୌନ ଉତ୍ପୀଡନ ମାମଲାରେ କୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି।

Advertisment

୩୭ ବର୍ଷୀୟ ହୋଗାର୍ଡ ମଧ୍ୟ ଜଣେ ନାବାଳକ ପ୍ରଶଂସକଙ୍କୁ ଭୁଲ୍‌ ରୂପେ ଛୁଇଁବା ମାମଲାରେ ମଧ୍ୟ ନିର୍ଦ୍ଦୋଶ ପ୍ରମାଣିତ ହୋଇଛନ୍ତି। ଘଟଣା ସମୟରେ ପୀଡିତାର ବୟସ ୧୬ ବର୍ଷରୁ କମ୍ ଥିଲା। ବିଚାରପତି ଏହି ରାୟ ଘୋଷଣା କରିବା ପରେ ଗାୟକ ତାଙ୍କ ପତ୍ନୀଙ୍କୁ କୋର୍ଟ ରୁମ୍‌ରେ ଖୁସିରେ ଆଲିଙ୍ଗନ କରି ନେଇଥିଲେ।

ଅଭିଯୋଗ ଅନୁଯାୟୀ ଏପ୍ରିଲ ୨୦୧୬ରେ ଟରଣ୍ଟୋରେ ହେଡଲି ଶୋ ’ପରେ ହୋଗାର୍ଡ ଜଣେ ନାବାଳିକାଙ୍କୁ ଭୁଲ୍‌ ରୂପେ ଛୁଇଁଥିଲେ, ସେତେବେଳେ ଉକ୍ତ ନାବାଳିକାଙ୍କ ବୟସ ୧୫ ବର୍ଷ ଥିଲା। ଯେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା, ହୋଗାର୍ଡ ଟରଣ୍ଟୋରେ ଥିବା ଏକ ହୋଟେଲ ରୁମରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

Advertisment

କେବଳ ସେତିକି ନୁହେଁ ନଭେମ୍ବର ୨୦୧୬ରେ ଉଟାୱାର ଜଣେ ମହିଳାଙ୍କୁ ମଧ୍ୟ ହୋଗାର୍ଡ ଟରଣ୍ଟୋର ଏକ ହୋଟେଲରେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ ଆଣିଥିଲେ। ଦୁଷ୍କର୍ମ ପରେ ସେମାନଙ୍କ ଶରୀରରେ ଏକାଧିକ କ୍ଷତ ଥିବା ଉଭୟ ମହିଳା ବୟାନ ଦେଇଥିଲେ। ହୋଗାର୍ଡ ତାଙ୍କୁ ଚାପୁଡ଼ା ମାରିବା, ପାଟିରେ ଛେପ ପକାଇବା ଏବଂ ତାଙ୍କ ବିରୁଦ୍ଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ମଧ୍ୟ ଉଭୟ ମହିଳା ଅଭିଯୋଗ କରିଥିଲେ।

ଏହି ମାମଲାରେ ରବିବାର କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ବେଳେ ହୋଗାର୍ଡ ଓଟାଭାର ମହିଳାଙ୍କ ସହ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଉକ୍ତ ସିଙ୍ଗର କୋର୍ଟ ରୁମରେ ନିଜ ପକ୍ଷ ରଖିଛନ୍ତି। ହୋଗାର୍ଡ କୋର୍ଟଙ୍କୁ କହିଛନ୍ତି, ଉକ୍ତ ନାବାଳିକାଙ୍କୁ ୧୬ ବର୍ଷ ହେବା ପରେ ତାଙ୍କ ସହମତିରେ ତାଙ୍କ ସହ ଯୌନ ସମ୍ବନ୍ଧ ରଖିଥିଲେ। ୧୬ ବର୍ଷ ବୟସ ନହେବା ଯାଏଁ ସେ ନାବାଳିକାଙ୍କ ସହ କେବେବି ଦୁର୍ବ୍ୟବହାର କରି ନାହାନ୍ତି କି ତାଙ୍କୁ ଛୁଇଁ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୪ରେ 'କାନାଡା ଆଇଡଲ୍'ରେ ତିନି ନମ୍ବର ସ୍ଥାନରେ ରହିବା ପରେ ହୋଗାର୍ଡ ଲାଇମଲାଇଟ୍କୁ ଆସିଥିଲେ। ଏହା ପରେ ହିଁ ତାଙ୍କ ସିଙ୍ଗିଙ୍ଗ କ୍ୟାରିଅର୍ ଆରମ୍ଭ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe