Advertisment

୨୮ ବର୍ଷ ପରେ ରଚିଲେ ଇତିହାସ, ମିଳିଲା ସବୁଠୁ ସମ୍ମାନୀତ ପୁରସ୍କାର

ପ୍ୟାରିସ: ପୁଣି ଦୋହରାଇଲେ ଇତିହାସ। ହାସଲ କଲେ ସବୁଠୁ ପ୍ରତିଷ୍ଠିତ ଆୱାର୍ଡ। ଫ୍ରାନ୍ସରେ ଆୟୋଜି ୭୪ତମ କାନ୍ସ ପିଲ୍ମ ଫେଷ୍ଟିଭାଲରେ ଇତିହାସ ରଚିଛନ୍ତି ହଲିଉଡ ଫିଲ୍ମ ନିର୍ଦ୍ଦେଶକ ଜୁଲିଆ ଡୁକୋର୍ନାଉ। ତାଙ୍କୁ ଗୋଲ୍ଡେନ ପାମ୍ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଏହି ପୁରସ୍କାରରେ ସମ୍ମାନୀତ ହୋଇଥିଲା ଜୁଲାଆ ହେଉଛନ୍ତି ଦ୍ୱିତୀୟ ମହିଳା ଫିଲ୍ମ ନିର୍ଦ୍ଦେଶକ। ୩୮ ବର୍ଷୀୟ ଜୁଲିଆ ହେଉଛନ୍ତି ଜଣେ ଫ୍ରାନ୍ସିସ୍ ନିର୍ଦ୍ଦେଶକ ଏବଂ ସ୍କ୍ରିନ ରାଇଟର। ଫିଲ୍ମ ‘ଟାଇଟନ୍‌’ ପାଇଁ ଜୁଲିଆଙ୍କୁ ପାମ୍ ଡି’ ଅର୍ […]

ଅଦ୍ୟତନ ହୋଇଛି
୨୮ ବର୍ଷ ପରେ ରଚିଲେ ଇତିହାସ, ମିଳିଲା ସବୁଠୁ ସମ୍ମାନୀତ ପୁରସ୍କାର

Julia Ducournau

Advertisment

ପ୍ୟାରିସ: ପୁଣି ଦୋହରାଇଲେ ଇତିହାସ। ହାସଲ କଲେ ସବୁଠୁ ପ୍ରତିଷ୍ଠିତ ଆୱାର୍ଡ। ଫ୍ରାନ୍ସରେ ଆୟୋଜି ୭୪ତମ କାନ୍ସ ପିଲ୍ମ ଫେଷ୍ଟିଭାଲରେ ଇତିହାସ ରଚିଛନ୍ତି ହଲିଉଡ ଫିଲ୍ମ ନିର୍ଦ୍ଦେଶକ ଜୁଲିଆ ଡୁକୋର୍ନାଉ। ତାଙ୍କୁ ଗୋଲ୍ଡେନ ପାମ୍ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଏହି ପୁରସ୍କାରରେ ସମ୍ମାନୀତ ହୋଇଥିଲା ଜୁଲାଆ ହେଉଛନ୍ତି ଦ୍ୱିତୀୟ ମହିଳା ଫିଲ୍ମ ନିର୍ଦ୍ଦେଶକ।

Advertisment

୩୮ ବର୍ଷୀୟ ଜୁଲିଆ ହେଉଛନ୍ତି ଜଣେ ଫ୍ରାନ୍ସିସ୍ ନିର୍ଦ୍ଦେଶକ ଏବଂ ସ୍କ୍ରିନ ରାଇଟର। ଫିଲ୍ମ ‘ଟାଇଟନ୍‌’ ପାଇଁ ଜୁଲିଆଙ୍କୁ ପାମ୍ ଡି’ ଅର୍ ପୁରସ୍କାର ପ୍ରଦାନ କରାଯାଇଛି। ଜୁଲାଇ ୧୩ ତାରିଖରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମର ପ୍ରିମିୟମର ହୋଇଥିଲା। ଏହା ଜୁଲିଆଙ୍କ ଦ୍ୱିତୀୟ ପିଚର ଫିଲ୍ମ ଯାହା ହରର ଡ୍ରାମା ଉପରେ ଆଧାରିତ। ଟାଇଟନ ପୂର୍ବରୁ ତାଙ୍କ ଫିଲ୍ମ ‘ର’ ଅନେକ ଚର୍ଚ୍ଚା ସାଉଁଟିଥିଲା। ଜୁଲିଆ ମୁଖ୍ୟତଃ ହରର ଫିଲ୍ମ ହିଁ ତିଆରି କରନ୍ତି।

ସୂଚନା ମୁତାବକ ଜିଲିଆଙ୍କ ଏହା ହେଉଛି ଦ୍ୱିତୀୟ ଫିଚର ଫିଲ୍ମ। ଏହାପୂର୍ବରୁ ସେ ୨୦୧୧ରେ କ୍ଷୁଦ୍ର ଫିଲ୍ମ ‘ଜୁନିଅର’ କରିଥିଲେ । ଏହି ଫିଲ୍ମଟି ମଧ୍ୟ ସେତେବେଳେ କାନ୍ସରେ ସ୍ଥାନ ପାଇଥିଲା। ଏହାପରେ ୨୦୧୨ରେ ‘ମଙ୍ଗେ’ ଏବଂ ୨୦୧୬ରେ ସେ ‘ର’ର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ‘ର’ ପାଇଁ ତାଙ୍କୁ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ଫିଲ୍ମ କ୍ରିଟିକ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe