Advertisment

ଆଖି ବୁଜିଲେ ଆଉ ଜଣେ ଅଭିନେତା

ଲସ୍‌ ଏଞ୍ଜଲିସ୍‌: ଆଉ ନାହାନ୍ତି ହଲିଉଡର ଷ୍ଟାର୍ ଅଭିନେତା ଲେସ୍‌ଲି ଫିଲିପ୍ସ। ହଲିଉଡ ସୁପରହିଟ୍ ଫିଲ୍ମ ‘ହ୍ୟାରି ପୋଟର୍‌’ ସିରିଜରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ବ୍ରିଟିଶ ଅଭିନେତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ସୂଚନା ମୁତାବକ, ଲେସ୍‌ଲି ଫିଲିପ୍ସ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କର ଜଣେ ଏଜେଣ୍ଟ ସୂଚନା ଦେଇଛନ୍ତି। ତାଙ୍କ କହିବା […]

ଆଖି ବୁଜିଲେ ଆଉ ଜଣେ ଅଭିନେତା

actor-leslie-phillips

Advertisment

ଲସ୍‌ ଏଞ୍ଜଲିସ୍‌: ଆଉ ନାହାନ୍ତି ହଲିଉଡର ଷ୍ଟାର୍ ଅଭିନେତା ଲେସ୍‌ଲି ଫିଲିପ୍ସ। ହଲିଉଡ ସୁପରହିଟ୍ ଫିଲ୍ମ ‘ହ୍ୟାରି ପୋଟର୍‌’ ସିରିଜରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ବ୍ରିଟିଶ ଅଭିନେତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା।

Advertisment

ସୂଚନା ମୁତାବକ, ଲେସ୍‌ଲି ଫିଲିପ୍ସ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କର ଜଣେ ଏଜେଣ୍ଟ ସୂଚନା ଦେଇଛନ୍ତି।

ତାଙ୍କ କହିବା ମୁତାବକ, ଗତକାଲି ସେ ଶୋଇଥିବା ଅବସ୍ଥାରେ ହିଁ ତାଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ହଲିଉଡ ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି।

Advertisment

୨୦ ଏପ୍ରିଲ ୧୯୨୪ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ଫିଲିପ୍ସ। ସେ ତାଙ୍କ କ୍ୟାରିୟର୍‌ରେ ପ୍ରାୟ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ବ୍ୟତୀତ ସେ ଟିଭି ଏବଂ ରେଡିଓ ଶୋ’ରେ ମଧ୍ୟ କାମ କରିଛନ୍ତି। ବଡ ବଡ ବ୍ରିଟିଶ ଅଭିନେତାଙ୍କ ଲିଷ୍ଟରେ ଫିଲ୍ମପ୍ସ ନାଁ ମଧ୍ୟ ସାମିଲ ଅଛି। ହ୍ୟାରି ପୋଟର ଫିଲ୍ମରୁ ଫିଲିପ୍ସ ଯୁବପିଢ଼ୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।

ହ୍ୟାରି ପୋଟର ବ୍ୟତୀତ ଲେସ୍‌ଲି ଫିଲିପ୍ସ ‘କ୍ୟାରି ଅନ୍‌’ ଫିଲ୍ମ ପାଇଁ ମଧ୍ୟ ବେଶ୍ ଜଣାଶୁଣା। କ୍ୟାରି ଅନ୍ ଫିଲ୍ମରେ ଫିଲିପ୍ସଙ୍କ ଅଭିନୟକୁ ଲୋକେ ବେଶ୍ ପସନ୍ଦ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe