karl
ନୂଆଦିଲ୍ଲୀ : ଭେଟେରାନ୍ ହଲିଉଡ୍ କମେଡିଆନ୍, ଲେଖକ, ଅଭିନେତା ତଥା ନିର୍ଦ୍ଦେଶକ କାର୍ଲ ରିନର୍ଙ୍କର ୯୮ ବର୍ଷରେ ମୃତ୍ୟୁ ହୋଇଛି। କାର୍ଲିଫର୍ଣ୍ଣିଆସ୍ଥିତ ବାସଭବନରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିନର୍ଙ୍କର ଆସିଷ୍ଟାଣ୍ଟ ସୂଚନା ଦେଇଛନ୍ତି। କାର୍ଲଙ୍କ ମୃତ୍ୟୁ ପରେ ସୋଶାଲ ମିଡିଆରେ ଅନେକ ହଲିଉଡ୍ ସେଲେବ୍ରିଟି ତଥା ଫ୍ୟାନ୍ସ ଶୋକବ୍ୟକ୍ତ କରିଛନ୍ତି।
କାର୍ଲ ରିନର୍ ହଲିଉଡ୍ରେ ଜଣେ ଲୋକପ୍ରିୟ କଳାକାର ଥିଲେ। ଆମେରିକାନ୍ ଟିଭି ଶୋ’ ‘ ଦ ଡିକ୍ ଭାନ୍ ଡାଇକ୍ ଶୋ’ ଜରିଆରେ ସେ ଅଧିକ ଲୋକପ୍ରିୟ ହୋଇପାରିଥିଲେ। ସତୁରୀ ଦଶକରେ କାର୍ଲ ବେଷ୍ଟ୍ କ୍ରିଏଟର୍, ପ୍ରଡ୍ୟୁସର, ରାଇଟର୍, କମେଡିଆନ୍ ଓ ଆକ୍ଟର ଭାବରେ ଜଣାଶୁଣା ଥିଲେ। କେବଳ ଫିଲ୍ମ ନୁହେଁ ଅନେକ ଟିଭି ଶୋ’ ମଧ୍ୟ ସେ କାମ କରୁଥିଲେ।
ଇଟସ୍ ଏ ମ୍ୟାଡ୍, ମ୍ୟାଡ୍, ମ୍ୟାଡ୍ ୱାର୍ଲଡ୍, ହାପି ଏନିଭର୍ସରୀ, ଟଏ ଷ୍ଟୋରୀ ୪, ଦ ମ୍ୟାଜିଷ୍ଟିକ୍, ଓସିନସ୍ ୮, ଦ ଜର୍କ ପରି ଫିଲ୍ମରେ ସେ କାମ କରିଛନ୍ତି। ଲୋକପ୍ରିୟ କମେଡି ଫିଲ୍ମ ‘Where's Poppa?’ ରେ କାର୍ଲ ନିର୍ଦ୍ଦେଶନା ଦେଇଥିଲେ।
ଚମତ୍କାର ଅଭିନୟ ଦକ୍ଷତା ପାଇଁ କାର୍ଲ ରିନର୍ ୧୧ ଥର ଏମି ଆୱାର୍ଡ ଏବଂ ଥରେ ଗ୍ରାମି ଆୱାର୍ଡ ପାଇଥିଲେ। ସୋଶାଲ ମିଡିଆରେ ଟ୍ୱିଟର୍ରେ ତାଙ୍କର ପ୍ରଶଂସକମାନେ କାର୍ଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବିଭିନ୍ନ କାର୍ଟୁନ୍ ଶେଆର୍ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/karl.jpg)