Advertisment

କାନ୍ଦିଲେ 007 'ଜେମ୍ସ ବଣ୍ଡ'

ଲସ୍‌ ଏଞ୍ଜଲିସ: ପରଦାର ଦମ୍‌ଦାର ଆକ୍ସନ ସାଙ୍ଗକୁ ଷ୍ଟ୍ରଙ୍ଗ ରହୁଥିବା ହଲିଉଡ ଷ୍ଟାର ଜେମ୍ସ ବଣ୍ଡ ହଠାତ ଭାବୁକ ହୋଇପଡିଛନ୍ତି। ସମସ୍ତଙ୍କ ଆଗରେ କାନ୍ଦି ପକାଇଛନ୍ତି ଜେମ୍ସ ବଣ୍ଡ ଓରଫ ଡାନିଏଲ୍‌ କ୍ରେଗ। ସେ କହିଛନ୍ତି, ଜେମ୍ସ ବଣ୍ଡର ଚରିତ୍ରରେ ଅଭିନୟ କରିବା ତା’ ଜୀବନର ସବୁଠାରୁ ବଡ ସମ୍ପାନ ଥିଲା। ୨୦୦୬ରୁ ଡାନିଏଲ୍‌ ଫିଲ୍ମ ‘କେସିନୋ ରୟାଲ’ରୁ ଜେମ୍ସ ବଣ୍ଡ ଚରିତ୍ରରେ ଏଣ୍ଟ୍ରି କରିଥିଲେ। ଏବେ ତାଙ୍କର ଶେଷ ଫିଲ୍ମ ‘ନୋ ଟାଇମ୍‌ ଟୁ ଡାଏ’ […]

କାନ୍ଦିଲେ 007 'ଜେମ୍ସ ବଣ୍ଡ'

Daniel craig

Advertisment

ଲସ୍‌ ଏଞ୍ଜଲିସ: ପରଦାର ଦମ୍‌ଦାର ଆକ୍ସନ ସାଙ୍ଗକୁ ଷ୍ଟ୍ରଙ୍ଗ ରହୁଥିବା ହଲିଉଡ ଷ୍ଟାର ଜେମ୍ସ ବଣ୍ଡ ହଠାତ ଭାବୁକ ହୋଇପଡିଛନ୍ତି। ସମସ୍ତଙ୍କ ଆଗରେ କାନ୍ଦି ପକାଇଛନ୍ତି ଜେମ୍ସ ବଣ୍ଡ ଓରଫ ଡାନିଏଲ୍‌ କ୍ରେଗ। ସେ କହିଛନ୍ତି, ଜେମ୍ସ ବଣ୍ଡର ଚରିତ୍ରରେ ଅଭିନୟ କରିବା ତା' ଜୀବନର ସବୁଠାରୁ ବଡ ସମ୍ପାନ ଥିଲା।

Advertisment

୨୦୦୬ରୁ ଡାନିଏଲ୍‌ ଫିଲ୍ମ 'କେସିନୋ ରୟାଲ'ରୁ ଜେମ୍ସ ବଣ୍ଡ ଚରିତ୍ରରେ ଏଣ୍ଟ୍ରି କରିଥିଲେ। ଏବେ ତାଙ୍କର ଶେଷ ଫିଲ୍ମ 'ନୋ ଟାଇମ୍‌ ଟୁ ଡାଏ' ଆସୁଛି। ଏହି ଫିଲ୍ମ ପରେ ତାଙ୍କୁ ଆଉ ଜେମ୍ସ ବଣ୍ଡ ଚରିତ୍ରରେ ଦେଖିବାକୁ ମିଳିବ ନାହିଁ। ଜଣେ ନୂଆ ମୁହଁ ନଜର ଆସିବେ। ତେଣୁ ଏହା ଡାନିଏଲଙ୍କ ଶେଷ ଫିଲ୍ମ ହୋଇଥିବାରୁ ସେ କାନ୍ଦି ପକାଇଛନ୍ତି।

'କେସିନୋ ରୟାଲ'ରୁ 'ନୋ ଟାଇମ୍‌ ଟୁ ଡାଏ' ଭିତରେ କ୍ରେଗ ଜେମ୍ସ ବଣ୍ଡର ୫ଟି ଫିଲ୍ମରେ ଜାସୁସ ଭୂମିକାରେ ନଜର ଆସିଛନ୍ତି।

Advertisment

ନିକଟରେ ଅପ୍‌କମିଂ ଫିଲ୍ମର ସେଟ୍‌ ଉପରେ କେଗ୍ରଙ୍କ ଶେଷ ଯାତ୍ରାକୁ ୦୦୭ ରୂପେ ଦର୍ଶାଯାଇଛି। ବିଙ୍ଗ ଜେମ୍ସ ବଣ୍ଡରେ ଶେଆର ହୋଇଛି ଏକ ଭିଡିଓ। ଏଥିରେ କ୍ରେଗ କହିଛନ୍ତି, ପରଦାରେ ହିରୋର ଭୂମିକା ନିଭାଇବା ପାଇଁ ସେ ପ୍ରତି ସେକେଣ୍ଡକୁ ଭଲ ପାଇଛନ୍ତି। ଏଥିସହ ଭାଷଣ ଦେଉଥିବା ସମୟରେ ୫୩ ବର୍ଷୀୟ କ୍ରେଗ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି।

ସେ କହିଛନ୍ତି, 'ଏଠାରେ ଅନେକ ଲୋକ ମୋ ସହ ପାଞ୍ଚଟି ସିରିଜରେ କାମ କରିଥିଲେ। ମୁଁ ଜାଣେ ଏହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ମୁଁ ଯାହା ଭାବୁଛି ସେ ବିଷୟରେ ଅନେକ କଥା କୁହାଯାଇଛି। କିନ୍ତୁ ଯିଏ ଯାହା କହୁଛି କହୁ, ମୁଁ ଏହି ଫିଲ୍ମର ପ୍ରତି ସେକେଣ୍ଡକୁ ପ୍ରେମ କରିଛି। ଏହା ମୋ ଜୀବନର ସବୁଠୁ ବଡ଼ ସମ୍ମାନ।'

ଉଲ୍ଲେଖ ଯୋଗ୍ୟ ଯେ, ଡାନିଏଲ କ୍ରେଗ କ୍ୱାଣ୍ଟମ ଅଫ୍‌ ସୋଲସ୍‌, ସ୍କାଏଫଲ୍ସ ଏବଂ ସ୍ପେକ୍ଟରରେ ମଧ୍ୟ ଜେମ୍ସ ବଣ୍ଡ ରୂପେ ଅଭିନୟ କରିଛନ୍ତି। ଏହାପୂର୍ବରୁ ଯେତେବେଳେ ସେ ପ୍ରଥମେ 007ର ଅଂଶ ହୋଇଥିଲେ ସେତେବଳେ ମାନସିକ ଏବଂ ଶାରୀରିକ ରୂପେ ବନ୍ଦୀ ହୋଇଯାଇଥିବା ଅନୁଭବ କରିଥିଲେ ବୋଲି କ୍ରେଗ କହିଥିଲେ।

https://twitter.com/CultureCrave/status/1438865725054017542?s=20

Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe