Advertisment

ଦୁଷ୍କର୍ମ ଅଭିଯୋଗରେ ଦୀପିକାଙ୍କ କୋ-ଷ୍ଟାର ଗିରଫ

ଲସ୍‌ଏଞ୍ଜଲିସ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋ-ଷ୍ଟାର। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ହଲିଉଡର ପପ୍‌ ସିଙ୍ଗର କ୍ରିସ୍‌-ଓ୍ୱୁଙ୍କୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ କ୍ରିସ୍‌-ଓ୍ୱୁଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଜଣେ ପୀଡିତା ଅଭିଯୋଗ ଆଣିଥିଲେ। ଏହାପେର ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରରେ ୨୪ରୁ ଅଧିକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ […]

ଅଦ୍ୟତନ ହୋଇଛି
ଦୁଷ୍କର୍ମ ଅଭିଯୋଗରେ ଦୀପିକାଙ୍କ କୋ-ଷ୍ଟାର ଗିରଫ

Deepika

Advertisment

ଲସ୍‌ଏଞ୍ଜଲିସ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋ-ଷ୍ଟାର। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ହଲିଉଡର ପପ୍‌ ସିଙ୍ଗର କ୍ରିସ୍‌-ଓ୍ୱୁଙ୍କୁ ପୁଲିସ ଗିରଫ କରିଛି।

Advertisment

ସୂଚନା ମୁତାବକ କ୍ରିସ୍‌-ଓ୍ୱୁଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଜଣେ ପୀଡିତା ଅଭିଯୋଗ ଆଣିଥିଲେ। ଏହାପେର ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରରେ ୨୪ରୁ ଅଧିକ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

[caption id="attachment_663700" align="aligncenter" width="650"]Deepika co-star kris wu ଦୀପିକା ପାଦୁକୋନଙ୍କ କୋ-ଷ୍ଟାର କ୍ରିସ୍‌-ଓ୍ୱୁ ଗିରଫ[/caption]

Advertisment

୩୦ ବର୍ଷୀୟ କ୍ରିସ ଯଦି ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ଚାଇନାର ଆଇନ୍‌ ଅନଯାୟୀ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଜୁଲାଇ ମାସରେ କ୍ରିସ୍‌ଙ୍କ ବିରୋଧର ପ୍ରଥମ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଜଣେ ୧୮ ବର୍ଷୀୟ ଯୁବତୀ ଅନ୍‌ଲାଇନ୍‌ ପୋଷ୍ଟ ମାଧ୍ୟମରେ କ୍ରିସ୍‌ ନିଶାଶକ୍ତ ଅବସ୍ଥାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ଆଣିଥିଲେ। କେବଳ ଏହି ଯୁବତୀ ନୁହଁ ଅନ୍ୟ ୭ ଜଣ ଯୁବତୀ ମଧ୍ୟ କ୍ରିସ୍‌ଙ୍କ ବିରୋଧରେ ଏଭଳି ସମାନ ଅଭିଯୋଗ ଆଣିଛନ୍ତି।

[caption id="attachment_663701" align="aligncenter" width="650"]kris-wu ଫିଲ୍ମ `XXX: ରିଟର୍ଣ୍ଣ ଅଫ୍‌ ଜେଣ୍ଡର କେଜ୍'ରେ ଦୀପିକାଙ୍କ ସହ କ୍ରିସ୍ କାମ କରିଥିଲେ[/caption]

ଚୀନର ରାଜଧାନୀ ବିଜିଂର ଚାଓୟାଙ୍ଗ ଜିଲ୍ଲାରେ ଶନିବାର ରାତିରେ ପୁଲିସ ଏକ ବୟାନ ଜାରି କରିଥିଲା। ପୁଲିସ କହିଥିଲା-କ୍ରିସ୍‌-ଓ୍ୱୁଙ୍କ ବିରୋଧରେ ଯୁବତୀଙ୍କୁ ଫସାଇବା ଏବଂ ତାଙ୍କ ସହ ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଆସିଥିବା ଅନ୍‌ଲାଇନ୍‌ ଅଭିଯୋଗର ତଦନ୍ତ ଚାଲିଛି।

ସୂଚନା ମୁତାବକ ଫିଲ୍ମ `XXX: ରିଟର୍ଣ୍ଣ ଅଫ୍‌ ଜେଣ୍ଡର କେଜ୍‌'ରେ ଦୀପିକାଙ୍କ ସହ କ୍ରିସ୍‌ କାମ କରିଥିଲେ। ଏଥିରେ ସେ ତାଙ୍କ କୋ-ଷ୍ଟାର ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe