Advertisment

ଧନୁଷଙ୍କ ହଲିଉଡ ଫିଲ୍ମ 'ଦ ଗ୍ରେ ମ୍ୟାନ୍‌'କୁ ନେଇ ସସ୍‌ପେନ୍ସ, ଟ୍ରେଲର୍‌ରେ ମାତ୍ର ଗୋଟିଏ ସିନ୍‌

ମୁମ୍ବାଇ: ଖୁବଶୀଘ୍ର ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି କୋଲାଭରି ଡି’ ଷ୍ଟାର ତଥା ସାଉଥ ସୁପରଷ୍ଟାର୍‌ ଧନୁଷ। ସେ ଅପ୍‌କମିଂ ହଲିଉଡ ଫିଲ୍ମ ‘ଦ ଗ୍ରେ ମ୍ୟାନ୍‌’ରେ ନଜର ଆସିବେ। ତେବେ ଏହି ଫିଲ୍ମକୁ ନେଇ କିନ୍ତୁ ସସ୍‌ପେନ୍ସ ଜାରି ରହିଛି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଳିଜ ହୋଇସାରିଛି। ଟ୍ରେଲର୍‌ରେ କିନ୍ତୁ ଧନୁଷଙ୍କ କେବଳ ଗୋଟିଏ ଝଲକ୍‌ ଦେଖିବାକୁ ମିଳିଛି। ତାଙ୍କୁ ଏଥିରେ ଅଧିକ ସିନ୍‌ ଦିଆଯାଇ ନାହିଁ। ଧନୁଷଙ୍କ ଏହି ଗୋଟିଏ ଝଲକ୍‌କୁ ନେଇ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଧନୁଷଙ୍କ ହଲିଉଡ ଫିଲ୍ମ 'ଦ ଗ୍ରେ ମ୍ୟାନ୍‌'କୁ ନେଇ ସସ୍‌ପେନ୍ସ, ଟ୍ରେଲର୍‌ରେ ମାତ୍ର ଗୋଟିଏ ସିନ୍‌

Dhanush

ମୁମ୍ବାଇ: ଖୁବଶୀଘ୍ର ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି କୋଲାଭରି ଡି' ଷ୍ଟାର ତଥା ସାଉଥ ସୁପରଷ୍ଟାର୍‌ ଧନୁଷ। ସେ ଅପ୍‌କମିଂ ହଲିଉଡ ଫିଲ୍ମ 'ଦ ଗ୍ରେ ମ୍ୟାନ୍‌'ରେ ନଜର ଆସିବେ। ତେବେ ଏହି ଫିଲ୍ମକୁ ନେଇ କିନ୍ତୁ ସସ୍‌ପେନ୍ସ ଜାରି ରହିଛି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଳିଜ ହୋଇସାରିଛି। ଟ୍ରେଲର୍‌ରେ କିନ୍ତୁ ଧନୁଷଙ୍କ କେବଳ ଗୋଟିଏ ଝଲକ୍‌ ଦେଖିବାକୁ ମିଳିଛି। ତାଙ୍କୁ ଏଥିରେ ଅଧିକ ସିନ୍‌ ଦିଆଯାଇ ନାହିଁ।

Advertisment

ଧନୁଷଙ୍କ ଏହି ଗୋଟିଏ ଝଲକ୍‌କୁ ନେଇ ଏବେ ପ୍ରଶ୍ନ ଉଠିଛି। ଫିଲ୍ମରେ ତାଙ୍କର କିଛି ସିନ୍‌ ଅଛି ନା କେବଳ କେମିଓ ରୋଲ୍‌ କରିବେ, ତାକୁ ନେଇ ପ୍ରଶଂସକ ଚିନ୍ତାରେ ପଡିଛନ୍ତି। ଏହି ହଲିଉଡ ଫିଲ୍ମରେ ଧନୁଷଙ୍କ କେତେ ସିନ୍‌ ରହିଛି ତାହା ଜାଣିବା ପାଇଁ ଏବେ ସମସ୍ତେ ଉତ୍ସୁକ ଅଛନ୍ତି।

Russo Brothers say a spin-off movie on Dhanush's The Gray Man character in offing: 'He plays one of the top assassins in the world' | Entertainment News,The Indian Express

'ଦ ଗ୍ରେ ମ୍ୟାନ୍‌' ଫିଲ୍ମରେ ଧନୁଷଙ୍କୁ ଜଣେ ସୁପର ଭିଲେନ୍‌ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ରୁସୋ ବ୍ରଦର୍ସ ନିର୍ଦ୍ଦେଶନା ଦେଇଛନ୍ତି। ଧନୁଷଙ୍କ ଭୂମିକାକୁ ନେଇ ଏବେ ଏହି ରୁସୋ ବ୍ରଦର୍ସ ଖୁଲାସା କରିଛନ୍ତି। ଫିଲ୍ମରେ ଧନୁଷ ଭୂମିକା ବେଶ୍‌ କୌତୁହଳ ଓ ରୋଚକ ରହିଛି। ସେ ତାଙ୍କ ଭୂମିକାକୁ ନେଇ ସ୍ପିନ୍‌ ଅଫ୍‌ କରିବାକୁ ଯୋଜନା କରୁଥିବା କହିଛନ୍ତି।

Advertisment

ଜୋ ରୁସୋଙ୍କ କହିବା ମୁତାବକ, ଏହି ଫିଲ୍ମରେ ଧନୁଷ ଜଣେ ଟପ୍‌ ଆସୋସିଏସନ୍‌ର ଚରିତ୍ରରେ ନଜର ଆସିବେ। ଜୋ ଆଉ ଏନ୍ଥନୀ ଧନୁଷଙ୍କ ଜଣେ ବଡ ପ୍ରଶଂସକ। ଫିଲ୍ମରେ ଏହି ଚରିତ୍ର ବିଶେଷ କରି ଧନୁଷଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି। ତାଙ୍କୁ ଏଥିରେ ଜଣେ କ୍ଲାସିକ୍‌ ଭିଲେନ ଭୂମିକାରେ ଦେଖିବାକୁ ମିଳିବ। ଧନୁଷଙ୍କ ଏହି ଚରିତ୍ର ବେଶ୍‌ ମଜାଦାର ଓ ଭିନ୍ନ। ଯଦି ଦର୍ଶକଙ୍କୁ ଏହି ଫିଲ୍ମ ପସନ୍ଦ ଆସେ ତେବେ ଆଗକୁ ଧନୁଷଙ୍କୁ ନେଇ ଏଭଳି ଆହୁରି ଫିଲ୍ମ ତିଆରି କରାଯିବ ବୋଲି ନିର୍ଦ୍ଦେଶକ ଜୋ ବ୍ରଦର୍ସ କହିଛନ୍ତି।

ଫିଲ୍ମ 'ଦ ଗ୍ରେ ମ୍ୟାନ୍‌'ରେ ଧନୁଷଙ୍କ ସହ ହଲିଉଡ ଅଭିନେତା କ୍ରିସ ଇଭାଂସ, ରାୟନ ଗୋସଲିଙ୍ଗ ଏବଂ ଏନା ଦେ ଅରମାସ ଲିଡ୍‌ ରୋଲରେ ନଜର ଆସିବେ। ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇସାରିଛି। ଏହା ଏକ ଜବରଦସ୍ତ ହଲିଉଡ ଆକ୍ସନ ଫିଲ୍ମ। କୁହାଯାଉଛି ଯେ, ଏହା ନେଟ୍‌ଫ୍ଲିକ୍ସର ବର୍ତ୍ତମାନର ସବୁଠାରୁ ଦାମୀ ଫିଲ୍ମ ମଧ୍ୟରୁ ଗୋଟିଏ। ଆସନ୍ତା ଜୁଲାଇ ୨୨ରେ ଏହି ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ରିଲିଜ ହେବ।