Advertisment

ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲ୍‌

ଲସ୍ ଏଞ୍ଜଲିସ୍‌: ଆଇନ ଜାଲରେ ଫସିଲେ ଅଭିନେତ୍ରୀ। ଶିଶୁ ନିର୍ଯାତନା ମାମଲାରେ ଜେଲ ଦଣ୍ଡରେ ଦଣ୍ଡିତ ହେଲେ। ନିକଟରେ ରିଲିଜ ହୋଇଥିବା ସୁପରହିଟ୍‌ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ର ଅଭିନେତ୍ରୀ ଜାରା ପାଇଥିଅନ୍‌ଙ୍କୁ ୮ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଶିଶୁ ନିର୍ଯାତନା ଓ ଶାରୀରିକ ପ୍ରତାଡନା ମାମଲାରେ ତାଙ୍କୁ ଏହି ଦଣ୍ଡ ମିଳିଛି। ୨୦୦୫ ଓ ୨୦୦୮ରେ ୧୩ରୁ ୧୫ ବର୍ଷର ଜଣେ ଶିଶୁକୁ ଯୌନ ନିର୍ଯାତନା ଦେଇଥିବା ଜାରାଙ୍କ ନାଁରେ ଅଭିଯୋଗ ହୋଇଥିଲା। […]

ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲ୍‌

zara-phythian

Advertisment

ଲସ୍ ଏଞ୍ଜଲିସ୍‌: ଆଇନ ଜାଲରେ ଫସିଲେ ଅଭିନେତ୍ରୀ। ଶିଶୁ ନିର୍ଯାତନା ମାମଲାରେ ଜେଲ ଦଣ୍ଡରେ ଦଣ୍ଡିତ ହେଲେ। ନିକଟରେ ରିଲିଜ ହୋଇଥିବା ସୁପରହିଟ୍‌ ହଲିଉଡ ଫିଲ୍ମ 'ଡକ୍ଟର ଷ୍ଟ୍ରେଞ୍ଜ'ର ଅଭିନେତ୍ରୀ ଜାରା ପାଇଥିଅନ୍‌ଙ୍କୁ ୮ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଶିଶୁ ନିର୍ଯାତନା ଓ ଶାରୀରିକ ପ୍ରତାଡନା ମାମଲାରେ ତାଙ୍କୁ ଏହି ଦଣ୍ଡ ମିଳିଛି।

Advertisment

୨୦୦୫ ଓ ୨୦୦୮ରେ ୧୩ରୁ ୧୫ ବର୍ଷର ଜଣେ ଶିଶୁକୁ ଯୌନ ନିର୍ଯାତନା ଦେଇଥିବା ଜାରାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପରେ ସେ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ନର୍ଟିଙ୍ଘମ କ୍ରାଉନ୍‌ କୋର୍ଟ ତାଙ୍କୁ ୮ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ଜାରା ପାଇଥିଅନ୍‌ଙ୍କ ସ୍ୱାମୀ ଭିକ୍ଟର ମାର୍କେଙ୍କୁ ମଧ୍ୟ ଦଣ୍ଡ ମିଳିଛି।

୫୯ ବର୍ଷୀୟ ଭିକ୍ଟରଙ୍କୁ ଉକ୍ତ ପୀଡିତା ନାବାଳିକାଙ୍କୁ ପ୍ରତାଡିତ କରିବା ଅଭିଯୋଗରେ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ଜାରା ଓ ଭିକ୍ଟର ଭବିଷ୍ୟତରେ ଆଉ କୌଣସି ବି ଶିଶୁଙ୍କ ସହ କାମ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ବେନେଡିକ୍ଟ କମ୍ବରବ୍ୟାଚ୍‌ ଷ୍ଟାର୍‌ର ଫିଲ୍ମ 'ଡକ୍ଟର ଷ୍ଟ୍ରେଞ୍ଜ ଇନ୍‌ ଦ ମଲ୍ଟିଭର୍ସ' ନିକଟରେ ହିଁ ରିଲିଜ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ପାଖାପାଖି ୧୦୦ କୋଟିର ବ୍ୟବସାୟ କରିଥିବା ବେଳେ ୱାର୍ଲ୍ଡୱାଇଡ୍‌ ୨ ହଜାରରୁ ଅଧିକ କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe