Advertisment

ସପ୍ତମ ଥର ପାଇଁ ବାପା ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ପୁଣି ବାପା ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି। ସପ୍ତମ ଥର ପାଇଁ ଏଲନ ମସ୍କ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ହଲିଉଡ ସିଙ୍ଗର ଗ୍ରିମ୍ସ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ୩୩ ବର୍ଷୀୟ ଗ୍ରିମ୍ସ ଭ୍ୟାନିଟି ଫେୟାର ମାଗାଜିନର ଏପ୍ରିଲ ମାସର ସଂସ୍କରଣରେ ଏ ନେଇ ଖୁଲାସା କରିଛନ୍ତି। ଏହାପୂର୍ବରୁ ଗ୍ରିମ୍ସ ଏବଂ ଏଲନ୍‌ ମସ୍କଙ୍କ X Æ A-12 ନାମକ ୨ ବର୍ଷର ଏକ ପୁତ୍ର ସନ୍ତାନ ଅଛି। ୫୦ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସପ୍ତମ ଥର ପାଇଁ ବାପା ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

elon-musk-and-grimes

ନୂଆଦିଲ୍ଲୀ: ପୁଣି ବାପା ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି। ସପ୍ତମ ଥର ପାଇଁ ଏଲନ ମସ୍କ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତଥା ହଲିଉଡ ସିଙ୍ଗର ଗ୍ରିମ୍ସ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ୩୩ ବର୍ଷୀୟ ଗ୍ରିମ୍ସ ଭ୍ୟାନିଟି ଫେୟାର ମାଗାଜିନର ଏପ୍ରିଲ ମାସର ସଂସ୍କରଣରେ ଏ ନେଇ ଖୁଲାସା କରିଛନ୍ତି। ଏହାପୂର୍ବରୁ ଗ୍ରିମ୍ସ ଏବଂ ଏଲନ୍‌ ମସ୍କଙ୍କ X Æ A-12 ନାମକ ୨ ବର୍ଷର ଏକ ପୁତ୍ର ସନ୍ତାନ ଅଛି।

Advertisment

୫୦ ବର୍ଷୀୟ ଏଲନ୍‌ ମସ୍କ ଏବଂ ଗ୍ରିମ୍ସ ଡିସେମ୍ବର ୨୦୨୧ରେ ଗୁପ୍ତ ଭାବେ ବିବାହ କରିନେଇଥିଲେ ଏବଂ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ। ଦୁହେଁ ଚଳିତଥର ଏକ କନ୍ୟା ସନ୍ତାନର ବାପା-ମା' ହୋଇଛନ୍ତି। ଏଲନ୍‌ ଏବଂ ଗ୍ରିମ୍ସ ସରୋଗେସି ଜରିଆରେ ଝିଅକୁ ଜନ୍ମ ଦେଇଛନ୍ତି। ତେବେ ଚଳିତ ଥର ବି ଏଲନ୍‌ ନିଜ ଝିଅର ନାଁ ଏକ ଅଦ୍ଭୁତ ରଖିଛନ୍ତି।

ଭ୍ୟାନିଟି ଫେୟାର ମାଗାଜିନ୍‌ ମୁତାବକ, ଦୁହେଁ ନିଜ ଝିଅର ନାଁ Exa Dark Sideræl ରଖିଛନ୍ତି। ସେହିପରି ଝିଅର ନିକ୍‌ ନାଁ Y ରଖିଛନ୍ତି। ଏହା ଏଲନ୍‌ ମସ୍କଙ୍କ ସପ୍ତମ ଛୁଆ। ଏହା ପୂର୍ବରୁ ତାଙ୍କ ପ୍ରଥମ ପତ୍ନୀ Justine Wilsonଙ୍କ ୫ଟି ପୁଅ ଅଛନ୍ତି। ଏହି ୫ ଜଣ ପୁଅଙ୍କ ନାଁ  Xavier Musk, Griffin Musk, Kai Musk, Saxon Musk ଏବଂ Damian Musk ରଖିଛନ୍ତି ଏଲନ୍‌।

Advertisment

ସିପ୍ଟେମ୍ବର ୨୦୨୧ରେ ଏଲନ୍‌ ଏବଂ ଗ୍ରିମ୍ସଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଦୁହେଁ ତିନି ବର୍ଷ ଯାଏଁ ପରସ୍ପରଠାରୁ ଅଲଗା ରହିବା ପରେ ନିଜ ସମ୍ପର୍କକୁ ଭାଙ୍ଗି ଦେଇଥିଲେ। ଏବେ କିନ୍ତୁ ପୁଣି ଥରେ ଏଲନ୍‌ ଏବଂ ସେ ଏକାଠି ହୋଇଥିବା ନେଇ ଗ୍ରିମ୍ସ କହିଛନ୍ତି।

Elon Musk And Grimes Secretly Welcomed SECOND Child By Surrogate Mother - Olx Praca