Advertisment

୭ଟି ଓସ୍କାର ଆୱାର୍ଡ ପୋଛି ନେଲା ଏହି ହଲିଉଡ ଫିଲ୍ମ

ଏକାଥରକେ ୭ଟି ଆୱାର୍ଡ ହାତେଇ ରଚିଲା ଇତିହାସ।

author-image
Madhupriya Mistry
Oscar Winners

Oscar Winners

୯୫ତମ ଏମାଡେମି ଆୱାର୍ଡରେ ସମସ୍ତ ପୁରସ୍କାର ପୋଛି ନେଲା ହଲିଉଡ ଫିଲ୍ମ ଏଭ୍ରିଥିଙ୍ଗ ଏଭ୍ରିହ୍ୱେର୍ ଅଲ୍ ଆଟ୍ ୱାନ୍ସ। ଏକାଥରକେ ୭ଟି ଆୱାର୍ଡ ହାତେଇ ରଚିଲା ଇତିହାସ। 

Advertisment

ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ଅଭିନେତ୍ରୀ, ସେର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ ଫିଲ୍ମ ସମ୍ପାଦନ, ସର୍ବଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟିଂ, ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଓ ସର୍ବଶ୍ରେଷ୍ଠ ସହାୟକ ଅଭିନେତା କ୍ୟାଟେଗୋରୀରେ ହଲିଉଡ ଫିଲ୍ମ ଏଭ୍ରିଥିଙ୍ଗ ଏଭ୍ରିହ୍ୱେର୍ ଅଲ୍ ଆଟ୍ ୱାନ୍ସ ପୁରସ୍କାର ହାତେଇ ନୂଆ ରେକର୍ଡ ସୃଷ୍ଟି କରିଛି। 

ସେହିପରି ଆଉ ଏକ ହଲିଉଡ ଫିଲ୍ମ ୪ଟି ଓସ୍କାର ପୁରସ୍କାର ନିଜ ନାଁରେ କରିଛି। ‘ଅଲ କ୍ୱିଟ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ’ରେ ଅବିଶ୍ୱସନୀୟ କାର‌୍ୟ୍ୟ ପାଇଁ ଜେମ୍ସ ଫ୍ରେଣ୍ଡ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ଓସ୍କାର ଜିତିଥିଲେ। ବେଷ୍ଟ୍ ରାଇଟିଂ (ରୂପାନ୍ତରିତ ପଟ୍ଟକଥା)- ଅଲ୍ କ୍ୱେଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ୍ ଏଡୱାର୍ଡ ବର୍ଜର,, ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ – ଅଲ୍ କ୍ୱେଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ, ଜର୍ମାନୀ, ବେଷ୍ଟ ପ୍ରଡକ୍ସନ ଡିଜାଇନ – ଅଲ୍ କ୍ୱେଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ।

Advertisment

ସେହିପରି ସର୍ବଶ୍ରେଷ୍ଠ ଅଭିନେତା କ୍ୟାଟେଗୋରୀରେ ଦ ହ୍ୱେଲ୍ ଫିଲ୍ମ ପାଇଁ ବ୍ରେଡନ୍ ଫେଜରଙ୍କୁ ପୁରସ୍କୃତ କରାଯାଇଛି।  ଓସ୍କାର ୨୦୨୩ରେ ଗୁଏଲର୍ମୋ ଡେଲ ଟୋରୋଙ୍କ ପିନୋଚିଓ ଶ୍ରେଷ୍ଠ ଆନିମେଟେଡ୍ ଫିଚର ଫିଲ୍ମ ପୁରସ୍କାର ଜିତିଛି। ଡ୍ୱେନ୍ ଜନ୍‌ସନ ଏବଂ ଏମିଲି ବ୍ଲଣ୍ଟ ଏହି ପୁରସ୍କାର ପ୍ରଦାନ କରିଥିଲେ। ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ବିଭାଗରେ ‘ନାଭାଲ୍‌ନୀ’ ପୁରସ୍କାର ଜିତିଛି। ‘ଆନ୍ ଆଇରିଶ୍ ଗୁଡ୍‌ବାଏ’କୁ ଲାଇଭ୍ ଆକ୍ସନ ଶର୍ଟ ଫିଲ୍ମ ବିଭାଗରେ ପୁରସ୍କାର ମିଳିଛି। ବେଷ୍ଟ ମେକ୍‌ଅପ୍ ଏବଂ ହେୟାର – ଦ ହ୍ୱେଲ୍‌, ବେଷ୍ଟ୍ କୁଷ୍ଟ୍ୟୁମ୍ ଡିଜାଇନ: ରୁଥ୍ କାର୍ଟର (ବ୍ଲାକ ପାନ୍ଥର: ୱାକାଣ୍ଡା ଫରଏଭର୍‌)ଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଛି।  

ଅନ୍ୟପଟେ ପ୍ରଥମ ଥର ପାଇଁ ଭାରତକୁ ୯୫ତମ ଏକାଡେମି ଆୱାର୍ଡ ସମାରୋହରେ ମିଳିଛି ବଡ଼ ସଫଳତା। ଦୁଇ ଦୁଇଟି ଓସ୍କାର ପୁରସ୍କାର ହାତେଇଛି ଭାରତ। ଫିଲ୍ମ ଆର୍‌ଆର୍‌ଆର୍ ଓ ଡକ୍ୟୁମେଣ୍ଟାରୀ ଫିଲ୍ମ ଦ ଏଲିଫ୍ୟାଣ୍ଡ ହ୍ୱିସପର୍ସ ଆୱାର୍ଡ ପାଇଛି।  

Hollywood Oscar 2023