ଗୁରୁତର ରୋଗରେ ଆକ୍ରାନ୍ତ ପପ୍‌ ଷ୍ଟାର୍‌ ଜଷ୍ଟିନ ବିବର୍‌

ଲସ୍‌ ଏଞ୍ଜଲିସ: ହଲିଉଡର ଲୋକପ୍ରିୟ ପପ୍‌ ଷ୍ଟାର ଜଷ୍ଟିନ ବିବର୍‌ଙ୍କୁ ଗୁରୁତର ରୋଗ। ତାଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଠିକ୍‌ ନାହିଁ। ସେ ପକ୍ଷାଘାତ (ପାରାଲିସିସ୍‌)ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଖୋଦ୍‌ ସୂଚନା ଦେଇଛନ୍ତି। ଜଣାଶୁଣା ପପ୍‌ ସିଙ୍ଗର ଜଷ୍ଟିନ ବିବର ନିକଟରେ ନିଜ ଆଲବମ୍‌ ‘ଜଷ୍ଟିସ’ର ପ୍ରମୋସନ ପାଇଁ ବିଭିନ୍ନ ଦେଶକୁ ଯିବା ପାଇଁ ଘୋଷଣା କରିଥିଲେ। କିନ୍ତୁ କିଛି ଦିନ ପରେ ସେ ତାଙ୍କର ଏହି ଯାତ୍ରାକୁ ସ୍ଥଗିତ କରିଦେଇଥିଲେ। ଏହି ଖବର ଶୁଣିବା […]

justin-bieber

Madhupriya Mistry
  • Published: Saturday, 11 June 2022
  • , Updated: 11 June 2022, 12:11 PM IST

ଲସ୍‌ ଏଞ୍ଜଲିସ: ହଲିଉଡର ଲୋକପ୍ରିୟ ପପ୍‌ ଷ୍ଟାର ଜଷ୍ଟିନ ବିବର୍‌ଙ୍କୁ ଗୁରୁତର ରୋଗ। ତାଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଠିକ୍‌ ନାହିଁ। ସେ ପକ୍ଷାଘାତ (ପାରାଲିସିସ୍‌)ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଖୋଦ୍‌ ସୂଚନା ଦେଇଛନ୍ତି।

ଜଣାଶୁଣା ପପ୍‌ ସିଙ୍ଗର ଜଷ୍ଟିନ ବିବର ନିକଟରେ ନିଜ ଆଲବମ୍‌ 'ଜଷ୍ଟିସ'ର ପ୍ରମୋସନ ପାଇଁ ବିଭିନ୍ନ ଦେଶକୁ ଯିବା ପାଇଁ ଘୋଷଣା କରିଥିଲେ। କିନ୍ତୁ କିଛି ଦିନ ପରେ ସେ ତାଙ୍କର ଏହି ଯାତ୍ରାକୁ ସ୍ଥଗିତ କରିଦେଇଥିଲେ। ଏହି ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ନିରାଶ ହୋଇପଡିଥିଲେ।

ଏବେ ଗାୟକ ଜଷ୍ଟିନ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ଏହା ପଛର କାରଣ କହିଛନ୍ତି। ଏହି ଭିଡିଓରେ ୨୮ ବର୍ଷୀୟ ଜଷ୍ଟିନ ବିବର୍‌ ଖୁଲାସା କରିଛନ୍ତି ଯେ, ତାଙ୍କ ମୁହଁରେ ପାରାଲିସିସ୍‌ ଆଟାକ ହୋଇଛି। ସେ ଏବେ ଏହି ଭୟଙ୍କର ରୋଗ ସହ ଲଢ଼ୁଛନ୍ତି। ଭିଡିଓରେ ସେ ନିଜ ଫ୍ୟାନ୍‌ମାନଙ୍କୁ ସୁସ୍ଥ ହେବା ଲାଗି କାମନା କରିବାକୁ କହିଛନ୍ତି।

ଭିଡିଓ ଜଷ୍ଟିନ ଆଖି ପଲକ ପକାଇ ପାରୁନାହାନ୍ତି। ତାଙ୍କ ମୁହଁର ଗୋଟିଏ ପାର୍ଶ୍ୱ ପୂରାପୁରି ଅକାମି ହୋଇଯାଇଛି। ଏପରିକି ସେ ଠିକ୍‌ ଭାବେ ହସି ପାରୁନଥିବା କହିଛନ୍ତି। ସେ ରାମସେ ହଣ୍ଟ ସିଣ୍ଡ୍ରୋମ ରୋଗରେ ପୀଡିତ ଥିବା କହିଛନ୍ତି। ଏକ ଭାଇରସ ଯୋଗୁ ସେ ଏହି ରୋଗୀରେ ପୀଡିତ। ଏହି ଭାଇରସ ତାଙ୍କ କାନ, ନାକ ଓ ଶିରା ଉପରେ ଆଟାକ୍‌ କରିଛି। ଏହି କାରଣ ଯୋଗୁଁ ତାଙ୍କ ମୁହଁର ଗୋଟିଏ ପାର୍ଶ୍ୱ ଅକାମି ହୋଇପଡିଥିବା ସେ କହିଛନ୍ତି। ଜଷ୍ଟିନ ବିବରଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି।

ରାମସେ ହଣ୍ଟ ସିଣ୍ଡ୍ରୋମ କ'ଣ?

ରାମସେ ହଣ୍ଟ ସିଣ୍ଡ୍ରୋମ ଏକ ଗୁରୁତର ରୋଗ। ଏଥିରେ, କାନ ଚାରିପାଖରେ, ମୁହଁରେ କିମ୍ବା ରୋଗୀର ପାଟିରେ ଯନ୍ତ୍ରଣାଦାୟକ ଫୋଟକା ଭଳି ବାହାରିଥାଏ। ଏହି ରୋଗ ଭାରିସେଲା ଜୋଷ୍ଟର ଜୀବାଣୁ ଦ୍ୱାରା ହୋଇଥାଏ ଯାହା ମୁଣ୍ଡର ସ୍ନାୟୁକୁ ସଂକ୍ରମିତ କରିଥାଏ। ଏହା ବ୍ୟତୀତ ରୋଗୀର ମୁହଁରେ ପକ୍ଷାଘାତ ମଧ୍ୟ ହୋଇପାରେ। ଏହା କାନରେ ବଧିରତାର ଏକ ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ଏହି ଜୀବାଣୁ ପିଲାମାନଙ୍କଠାରେ ଚିକେନ୍‌ପକ୍ସ ମଧ୍ୟ ସୃଷ୍ଟିକରନ୍ତି।

 

View this post on Instagram

 

A post shared by Justin Bieber (@justinbieber)

Related story