Advertisment

ଫେମସ୍‌ ଗାୟକଙ୍କୁ ୩୦ ବର୍ଷ ଜେଲ

ଲସ୍‌ ଏଞ୍ଜଲିସ: ଲୋକପ୍ରିୟ ଗାୟକଙ୍କୁ ଜେଲ। ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ବଢ଼ିଲା ଜଣାଶୁଣା ହଲିଉଡ ସିଙ୍ଗର ଆର୍‌ କେଲିଙ୍କ ବଢ଼ିଲା ଅଡୁଆ। ମହିଳା, ଯୁବତୀ ଓ ଯୁବକଙ୍କ ଯୌନ ଶୋଷଣ କରିବା ଅଭିଯୋଗରେ ତାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଉଲ୍ଲେଖଯୋଗ୍ୟ, ଗାୟକ ଆର୍‌ କେଲିଙ୍କ ବିରୋଧରେ ଗତ ୨୦ ବର୍ଷ ହେଲା ମକଦ୍ଦମା ଚାଲିଥିଲା। ୫୫ ବର୍ଷୀୟ ଆମେରିକାନ ଗାୟକ କେଲି ୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। […]

ଫେମସ୍‌ ଗାୟକଙ୍କୁ ୩୦ ବର୍ଷ ଜେଲ

R kelly

Advertisment

ଲସ୍‌ ଏଞ୍ଜଲିସ: ଲୋକପ୍ରିୟ ଗାୟକଙ୍କୁ ଜେଲ। ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ବଢ଼ିଲା ଜଣାଶୁଣା ହଲିଉଡ ସିଙ୍ଗର ଆର୍‌ କେଲିଙ୍କ ବଢ଼ିଲା ଅଡୁଆ। ମହିଳା, ଯୁବତୀ ଓ ଯୁବକଙ୍କ ଯୌନ ଶୋଷଣ କରିବା ଅଭିଯୋଗରେ ତାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

Advertisment

ଉଲ୍ଲେଖଯୋଗ୍ୟ, ଗାୟକ ଆର୍‌ କେଲିଙ୍କ ବିରୋଧରେ ଗତ ୨୦ ବର୍ଷ ହେଲା ମକଦ୍ଦମା ଚାଲିଥିଲା। ୫୫ ବର୍ଷୀୟ ଆମେରିକାନ ଗାୟକ କେଲି ୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ବ୍ରୁକଲିନ୍‌ ଫେଡେରାଲ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୋଗକାରୀ ଆର୍‌ କେଲିଙ୍କୁ ଅତି କମ୍‌ରେ ୨୫ ବର୍ଷର ଜେଲ ସଜା ହେଉ ବୋଲି କୋର୍ଟରେ ଦାବି କରିଥିଲେ। କାରଣ ଏଭଳି ବ୍ୟକ୍ତି ସମାଜ ପାଇଁ ବିପଦ ବୋଲି ସେ ନିଜ ଅଭିଯୋଗରେ କହିଥିଲେ। ଗାୟକ ଆର୍‌ କେଲିଙ୍କୁ ଶିକାଗୋରେ ଆଉ ଏକ ମାମଲାର ସାମ୍ନା କରିବାକୁ ମଧ୍ୟ ପଡିବ। ଆସନ୍ତା ଅଗଷ୍ଟ ୧୫ରେ ଏହି ମାମଲାର ଟ୍ରାଏଲ ରହିଛି।

ସୂଚନା ମୁତାବକ କେଲି ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ୨୦୦୮ରେ ଫର୍ଣ୍ଣଗ୍ରାଫି ଟେଷ୍ଟରେ ହେରଫେର୍‌ କରିବା ସହ ମିଛ ସାକ୍ଷୀ ଦେବା ଅଭିଯୋଗ ରହିଛି । ଏହି ମାମଲାର ଶୁଣାଣି ବେଳେ କୋର୍ଟରେ ୪୫ ଜଣ ସାକ୍ଷୀ କେଲିଙ୍କ ବିରୋଧରେ ବୟାନ ଦେଇଛନ୍ତି। କେବଳ ସେତିକି ନୁହେଁ ଦିବ୍ୟାଙ୍ଗ ଗାୟିକା ଆଲିଆଙ୍କ ସହ ସେ ଅବୈଧ ରୂପେ ବିବାହ କରିଥିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe