Advertisment

ସନ୍ଦିଗ୍ଧ ଅବସ୍ଥାରେ ବାଥଟବ୍‌ ଭିତରୁ ମିଳିଲା ଅଭିନେତାଙ୍କ ମୃତଦେହ

ଅଭିନେତାଙ୍କ ମୃତଦେହକୁ ବାଥରୁମର ଉଷୁମ ପାଣି ଥିବା ବାଥଟବ୍‌ରୁ ଉଦ୍ଧାର କରାଯାଇଛି।

Mattew Perry

Mattew Perry

Advertisment

ଚାଲିଗଲେ ଫେମସ୍‌ ଅଭିନେତା। ସନ୍ଦିଗ୍ଧ ଅବସ୍ଥାରେ ବାଥଟବ୍‌ ଭିତରୁ ମିଳିଲା ତାଙ୍କ ମୃତଦେହ। ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ମେଥ୍ୟୁ ପେରିଙ୍କ ଶନିବାର ପରଲୋକ ହୋଇଛି। ଏହି ଖବର ସାମ୍ନାକୁ ଆସିବା ପରେ ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।

Advertisment

ଶନିବାର ଦିନ ଲସ୍‌ ‌ଏଞ୍ଜେଲ୍‌ସ୍‌ ସ୍ଥିତ ବାସଭବନରୁ ସୁପର୍‌ ହିଟ୍‌ ଟେଲିଭିଜନ୍‌ କମେଡି ସିରିଏଲ୍‌ ‘ଫ୍ରେଣ୍ଡସ୍‌’ର ଅଭିନେତା ମାଥ୍ୟୁ ପେରିଙ୍କ ମୃତଦେହ ବାଥରୁମର ଉଷୁମ ପାଣି ଥିବା ବାଥଟବ୍‌ରୁ ଉଦ୍ଧାର କରାଯାଇଛି। ଏନେଇ ଆମେରିକୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି।

ଆମେରିକୀୟ-କ୍ୟାନେଡିଅନ୍‌ ଅଭିନେତା ମାଥ୍ୟୁ ପେରିଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହୋଇଥିଲା। ପୁଲିସ ସୂଚନା ମୁତାବକ, ତାଙ୍କ ବାସଭବନର ବାଥରୁମରେ ଥିବା ବାଥଟବ୍‌ରେ ସେ ଅଚେତ ଅବସ୍ଥାରେ ପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇସାରିଥିବା ଜଣାଇଥିଲେ। ଘଟଣାସ୍ଥଳରୁ କୌଣସି ଡ୍ରଗ୍‌ କିମ୍ବା କୌଣସି ନିଶାଜାତ ଦ୍ରବ୍ୟ ମିଳିନଥିବାରୁ ‘ଜାକୁଜି’ ତଥା ବାଥଟବ୍‌ରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହା ହତ୍ୟାକାଣ୍ଡ ନୁହେଁ ବୋଲି ମଧ୍ୟ ପୁଲିସ କହିଛି।

Advertisment

ଡ୍ରଗ୍‌ ସେବନ ଯୋଗୁଁ ୨୦୧୮ରେ ତାଙ୍କର ଅନ୍ତଃନଳୀ ଫାଟିଯାଇଥିଲା। ସେଥିପାଇଁ ଏକାଧିକ ଥର ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିଲା। ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସେତେଟା ଭଲ ନଥିଲା।

୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ୧୦ଟି ସେସନ୍‌ରେ ପ୍ରସାରିତ ହୋଇଥିବା ଅତ୍ୟନ୍ତ ଲୋକପ୍ରିୟ କମେଡି ଟେଲିଭିଜନ୍‌ ଧାରାବାହିକ ‘ଫ୍ରେଣ୍ଡସ୍‌’ରେ ଚାଣ୍ଡଲର୍‌ ଓ୍ୱିଙ୍ଗ୍‌ ଚରିତ୍ରରେ ଅଭିନୟ କରି ମାଥ୍ୟୁ ରାତାରାତି ଫେମସ ହୋଇଥିଲେ। ଏହା ସହିତ ସେ 'ବୟଜ୍‌ ଓ୍ୱିଲ୍‌ ବି ବୟଜ୍‌'ରେ ଚେଜ୍‌ ରେସଲ ଭୂମିକାରେ ଅଭିନୟ କରି ବେଶ୍‌ ପପୁଲାର ହୋଇପାରିଥିଲେ। ମାଥ୍ୟୁ କେବଳ ସିରିଏଲ୍‌ ନୁହେଁ ଅନେକ ହଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି।

୧୯୬୯ ମସିହା ଅଗଷ୍ଟ ୧୯ରେ ମାସାଚ୍ୟୁସେଟ୍‌ସ୍‌ ଅନ୍ତର୍ଗତ ୱିଲିୟମସ୍‌ ଟାଉନ୍‌ରେ ଜନ୍ମ ଗ୍ରହଣ କରିଥିଲେ ମାଥ୍ୟୁ ପେରି। ଛୋଟ ବେଳରୁ ହିଁ ତାଙ୍କ ଜୀବନଯାତ୍ରା ଥିଲା ସଫଳତା ଓ ସଂଗ୍ରାମରେ ପରିପୂର୍ଣ୍ଣ। ଅଭିନୟ ପ୍ରତି ଥିବା ଅଭିଳାଷ ପୂରଣ ପାଇଁ ସେ ଛୋଟ ବେଳୁ ହିଁ ଲସ୍‌ ଏଞ୍ଜେଲ୍‌ସ୍‌କୁ ଆସିଥିଲେ। କେତୋଟି ଟେଲିଭିଜନ୍‌ ସ‌ୋ’ରେ ଅତିଥି କଳାକାର ଭୂମିକାରେ ଅଭିନୟ କରିବା ପରେ ବିଭିନ୍ନ ହଲିଉଡ ସିରିଏଲ୍‌ରେ ମୁଖ୍ୟ ଭୂମିକା ଅଭିନୟ କରି ଲୋକପ୍ରିୟ ହାସଲ କରିଥିଲେ ମାଥ୍ୟୁ।

Hollywood Matthew Perry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe