Advertisment

ଗତବର୍ଷ ଦେହାନ୍ତ ହୋଇଥିଲା, ଏବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଲା

ୱାଶିଂଟନ: ହଲିଉଡର ‘ବ୍ଲାକ ପାନ୍ଥର’। ମୃତ୍ୟୁ ପରେ  ଦିବଙ୍ଗତ ପ୍ରସିଦ୍ଧ ଅଭିନେତା ଚାଦୱିକ ବୋସମ୍ୟାନଙ୍କୁ ହଲିଉଡ ଫିଲ୍ମ ଜଗତର ପ୍ରତିଷ୍ଠିତ ଗୋଲ୍ଡେନ ଗ୍ଲୋବ ଆୱାର୍ଡରେ ସମ୍ମାନୀତ କରାଯାଇଛି। ବର୍ଷ ୨୦୨୦ର ଶ୍ରେଷ୍ଠ ଅଭିନେତା ରୂପେ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ୨୦୨୦ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ମା ରେନି ବ୍ଲାକ ବଟମ୍‌’ରେ ଲିଭ ଗ୍ରୀନ୍‌ ଚରିତ୍ର ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଛି। ଚାଦୱିକଙ୍କ ତରଫରୁ ତାଙ୍କ ପତ୍ନୀ ସିମୋନ ଲେଡୱର୍ଡ ଉକ୍ତ […]

ଗତବର୍ଷ ଦେହାନ୍ତ ହୋଇଥିଲା, ଏବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଲା 

Chadwick Boseman

Advertisment

ୱାଶିଂଟନ: ହଲିଉଡର 'ବ୍ଲାକ ପାନ୍ଥର'। ମୃତ୍ୟୁ ପରେ  ଦିବଙ୍ଗତ ପ୍ରସିଦ୍ଧ ଅଭିନେତା ଚାଦୱିକ ବୋସମ୍ୟାନଙ୍କୁ ହଲିଉଡ ଫିଲ୍ମ ଜଗତର ପ୍ରତିଷ୍ଠିତ ଗୋଲ୍ଡେନ ଗ୍ଲୋବ ଆୱାର୍ଡରେ ସମ୍ମାନୀତ କରାଯାଇଛି। ବର୍ଷ ୨୦୨୦ର ଶ୍ରେଷ୍ଠ ଅଭିନେତା ରୂପେ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି।

Advertisment

୨୦୨୦ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ 'ମା ରେନି ବ୍ଲାକ ବଟମ୍‌'ରେ ଲିଭ ଗ୍ରୀନ୍‌ ଚରିତ୍ର ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଛି। ଚାଦୱିକଙ୍କ ତରଫରୁ ତାଙ୍କ ପତ୍ନୀ ସିମୋନ ଲେଡୱର୍ଡ ଉକ୍ତ ଆୱର୍ଡକୁ 'ଜୁମ୍‌ କଲ୍‌' ଜରିଆରେ ଗ୍ରହଣ କରିଛନ୍ତି।  ଚାଦୱିକଙ୍କୁ ଏହି ପୁରସ୍କାର ମିଳିବା ପରେ ତାଙ୍କ ପତ୍ନୀ ଭାବବିହ୍ୱଳ ହୋଇପଡିଛନ୍ତି। ସେ କହିଛନ୍ତି, ଆଜି ଯଦି ଚାଦୱିକ ଜୀବିତ ଥା'ନ୍ତେ ତେବେ ସେ ପ୍ରଥମେ ଭଗବାନଙ୍କୁ ଧନ୍ୟବାଦ ଦେଇଥାନ୍ତେ। ତାଙ୍କ ପିତାମାତାଙ୍କୁ ଓ ପୂର୍ବ ପୁରୁଷମାନଙ୍କୁ ତାଙ୍କ ମାର୍ଗଦର୍ଶନ ଓ ବଳିଦାନ ପାଇଁ ଧନ୍ୟବାଦ ଦେଇଥାନ୍ତେ। ”

ସୂଚନାଯୋଗ୍ୟ ଯେ, ହଲିଉଡ ଫିଲ୍ମ 'ବ୍ଲାକ ପାନ୍ଥର'ରୁ ଲୋକପ୍ରିୟତା ହାସଲ କରିଥିବା ଦିବଙ୍ଗତ ଅଭିନେତା ବୋସମ୍ୟାନଙ୍କ ଏହା ପ୍ରଥମ ଗୋଲ୍ଡେନ ଗ୍ଲୋବ ପୁରସ୍କାର। ଦୀର୍ଘ ଦିନ ଧରି କ୍ୟାନ୍‌ସରରେ ପୀଡିତ ହେବା ପରେ ଗତବର୍ଷ ଅଗଷ୍ଟ ମାସରେ ଚାଦୱିକଙ୍କ ଦେହାନ୍ତ ହୋଇଥିଲା।

Advertisment

https://twitter.com/goldenglobes/status/1366246220113575945?s=20

ଗୋଲ୍ଡେନ ଗ୍ଲୋବ ଆୱର୍ଡରେ ନେଟ୍‌ଫ୍ଲିକ୍ସ ସର୍ବାଧିକ ୧୦ଟି ପୁରସ୍କାର ହାସଲ କରିଛି। ସେହିପରି ଶ୍ରେଷ୍ଠ ଫିଲ୍ମ ପୁରସ୍କାର ହାସଲ କରିଛି 'ନୋମାଡ୍‌ଲ୍ୟାଣ୍ଡ'। ଅନ୍ୟପକ୍ଷରେ ଅଭିନେତା ଜନ ବିୟେଗାଙ୍କୁ ଫିଲ୍ମ ସିରିଜ 'ସ୍ମଲ ଏକ୍ସ' ପାଇଁ ଟେଲିଭିଜନ ଶ୍ରେଣୀରେ ସର୍ବଶ୍ରେଷ୍ଠ ସହାୟକ ଭୂମିକା ପାଇଁ ଗୋଲ୍ଡେନ ଗ୍ଲୋବ ପୁରସ୍କାର ମିଳିଛି। ସେହିପରି ଅଭିନେତା ଡାନିଏଲ କାଲୁଆଙ୍କୁ ଫିଲ୍ମ 'ଜୁଡସ ଆଣ୍ଡ ଦ ବ୍ଲାକ ମସିହା' ପାଇଁ ମୋଶନ ପିକ୍‌ଚର ଶ୍ରେଣୀରେ ସମ୍ମାନୀତ କରାଯାଇଛି। ବିୟେଗା ଏବଂ କାଲୁଆଙ୍କ ମଧ୍ୟ ଏହା ପ୍ରଥମ ଗୋଲ୍ଡେନ ଗ୍ଲୋବ ଆୱାର୍ଡ।

ମହାମାରୀ କରୋନା ଯୋଗୁଁ ହଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଏହି ଆୱାର୍ଡ ପ୍ରୋଗ୍ରାମଙ୍କୁ ଭର୍ଚୁଆଲ ମୋଡରେ କରାଯାଇଥିଲା। ଭର୍ଚୁଆଲ ମୋଡରେ ହୋଇଥିଲେ ମଧ୍ୟ ହଲିଉଡ ଅଭିନେତା ତଥ ଅଭିନେତ୍ରୀମାନେ ଏହାକୁ ଆକର୍ଷଣୀୟ ଢ଼ଙ୍ଗରେ ପରିବେଷଣ କରିଥିଲେ। ଅନେକ ଷ୍ଟାରମାନଙ୍କୁ ତାଙ୍କର ରେଡ୍‌ କାର୍‌ପେଟ ଲୁକରେ ଦେଖିବାକୁ ମିଳିଥିଲା। ସେହିପରି ଦର୍ଶକଙ୍କ ରୂପେ ପ୍ରଥମ ଥର ପାଇଁ ପ୍ରଣ୍ଟଲାଇନ ୱର୍କରମାନଙ୍କୁ ଏହି ସମାରୋହରେ ସାମିଲ କରାଯାଇଥିଲା।

Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe