Advertisment

ହ୍ୟାରୀ ପୋଟର ଫେମ ସ୍ମିଥ ଆଉ ନାହାନ୍ତି

୨ ପୁଅ ଓ ୫ ନାତି ନାତୁଣୀଙ୍କ ସହ ସ୍ମିଥ ରହୁଥିଲେ। ହେଲେ ଆଜି ସକାଳେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ବୟୟ ଜନିତ ଅସୁସ୍ଥତା କାରଣରୁ ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲେ। ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

smith

smith

Advertisment

'ହ୍ୟାରୀ ପୋଟର୍' ଓ 'ଡାଉନଟନ୍ ଆବି' ଭଳି ହଲିଉଡ ସିନେମା ଅଭିନୟ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଡେମ ମ୍ୟାଗି ସ୍ମିଥଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସ୍ମିଥଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ଦୁଇ ପୁଅ ସୂଚନା ଦେଇଛନ୍ତି।

Advertisment

ବ୍ରିଟିଶ ମଞ୍ଚ ଓ ସିନେମାର ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ହାସଲ କରିଥିବା ସ୍ମିଥ ୨ ଥର ସମ୍ମାନଜନକ ଅସ୍କାର ପୁରସ୍କାର ଜିତିଥିଲେ। ୧୯୬୯ରେ ତାଙ୍କୁ The Prime of Miss Jean Brodie ପ୍ରଥମେ ଅସ୍କାର ମିଳିଥିଲା। ସେହିପରି ୧୯୭୮ରେ 'କାଲିଫର୍ନିଆ ସୁଟ୍' ପାଇଁ ତାଙ୍କୁ ସର୍ପୋଟିଂ ଅଭିନେତ୍ରୀ ଭାବେ ଅସ୍କାର ପ୍ରଦାନ କରାଯାଇଥିଲା।

୨ ପୁଅ ଓ ୫ ନାତି ନାତୁଣୀଙ୍କ ସହ ସ୍ମିଥ ରହୁଥିଲେ। ହେଲେ ଆଜି ସକାଳେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ବୟୟ ଜନିତ ଅସୁସ୍ଥତା କାରଣରୁ ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲେ। ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

1934 ମସିହାରେ ଜନ୍ମଗ୍ରହଣ କରିଥିବା ସ୍ମିଥ୍ ପ୍ଲେହାଉସ୍ ଥିଏଟରରେ ପ୍ରଥମେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୫୮ରେ ସେ ପ୍ରଥମଥର ପାଇଁ ସିନେମାରେ ସୁଯୋଗ ପାଇଥିଲେ। ସେଥ୍ ହୋଲ୍ଟଙ୍କ ଥ୍ରୀଲର 'ନୋହେର୍ ଟୁ ଗୋ'ରେ ତାଙ୍କୁ ପ୍ରଥମେ ସୁଯୋଗ ମିଳିଥିଲା।

ସ୍ମିଥ ଅନ୍ୟତମ ଅଭିନେତା ରବର୍ଟ ଷ୍ଟେଫେନ୍ସକୁ ୧୯୬୭ରେ ବିବାହ କରିଥିଲେ। ଖ୍ରୀଷ୍ଟଫର ଓ ଟୋବେ ନାମରେ ସେମାନଙ୍କର ଦୁଇ ଜଣ ପୁଅ ରହିଛନ୍ତ। କିନ୍ତୁ ୧୯୭୫ରେ ସ୍ମିଥ ଓ ରବର୍ଟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ସେହିବର୍ଷ ସ୍ମିଥ ଲେଖକ ବେଭରେଲୀ କ୍ରସଙ୍କୁ ବିବାହ କରିଥିଲେ। କିନ୍ତୁ ୧୯୯୮ରେ କ୍ରସଙ୍କ ମୃତ୍ୟୁ ହୋଇଯାଇଥିଲା।

Hollywood Oscars 2024 Hollywood Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe