Advertisment

ଆଲିଆ ଭଟ୍ଟଙ୍କ ହଲିଉଡ୍ ଡେବ୍ୟୁ ଫିଲ୍ମ ରିଲିଜ୍, ମିଳିଲା ଏପରି ରିଭ୍ୟୁ

ଆଲିଆ ଭଟ୍ଟଙ୍କ ପ୍ରଥମ ହଲିଉଡ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ' ରିଲିଜ୍ ହୋଇଛି। OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଦେଖିଲେ ଦର୍ଶକ। ମିଳିଲା ଏପରି ରିଭ୍ୟୁ...

ଅଦ୍ୟତନ ହୋଇଛି
Heart Of Stone Poster And Alia Bhatt

Heart Of Stone Poster And Alia Bhatt

Advertisment

ବଲିଉଡ୍ ନାମି ଦାମୀ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରଥମ ହଲିଉଡ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ' ରିଲିଜ୍ ହୋଇଛି। OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଗେଲ୍ ଗୋଲୋଟ୍ ନଜର ଆସିଥିବା ବେଳେ ଆଲିଆ ଭଟ୍ଟ ଖଳନାୟିକା ଭୂମିକା ନିଭାଇଛନ୍ତି। କିନ୍ତୁ ନିରାଶ ହୋଇଛନ୍ତି ଆଲିଆଙ୍କ ଫ୍ୟାନ୍ସ, କାରଣ ସିନେମାରେ ଆଲିଙ୍କ ଟାଲେଣ୍ଟର ଜଲୱା ବିଶେଷ ଦେଖିବାକୁ ମିଳିନାହିଁ। ସେପଟେ ସିନେମାର ରିଭ୍ୟୁ ମଧ୍ୟ ଏତେ ଖାସ୍ ନାହିଁ। 

Advertisment

ଆଲିଆ ଭଟ୍ଟଙ୍କ ପ୍ରଥମ ହଲିଉଡ୍ ଡେବ୍ୟୁକୁ ନେଇ ବେଶ୍ ଉତ୍ସାହିତ ଥିଲେ ଫ୍ୟାନ୍ସ। କିନ୍ତୁ ତାଙ୍କର ପ୍ରଥମ ହଲିଉଡ ଫିଲ୍ମରେ କିଛି ବିଶେଷ ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ। ଇଣ୍ଡିଆନ୍ ଏକ୍ସପ୍ରେସ୍ ଏହି ଚଳଚ୍ଚିତ୍ରକୁ ଟୁ ଷ୍ଟାର୍ ଦେଇଛି। ଏହା ସହିତ ସେ ଏହି ଚଳଚ୍ଚିତ୍ରକୁ ୱେବ୍ ସିରିଜ୍ ସିଟାଡେଲ୍ ସହ ତୁଳନା କରିଛି। ସେହିପରି ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ କିଛି ଖାସ୍ ନାହିଁ। ଟାଇମ୍ସ ନାଓ ଏହି ଚଳଚ୍ଚିତ୍ରକୁ ଥ୍ରୀ ଷ୍ଟାର୍ ଦେଇଛି। ଏହା ସହିତ, ରିପୋର୍ଟରେ, ଫିଲ୍ମରେ ଅଭିନୟ ଭଲ ଅଛି, କିନ୍ତୁ ସ୍କ୍ରିପ୍ଟିଂ ଭଲ ନଥିବା ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧ ଦେଖି ଦ୍ୱିତୀୟାର୍ଦ୍ଧ କିପରି ହୋଇଥିବ ତାହା ଅନୁମେୟ ବୋଲି ଟାଇମ୍ସ ନାଓ ରିଭ୍ୟୁରେ ଉଲ୍ଲେଖ କରିଛି।

ଏହି ଚଳଚ୍ଚିତ୍ରକୁ 2.5 ଷ୍ଟାର୍ ଦେଇଛି ପିଙ୍କଭିଲ୍ଲା। ଚଳଚ୍ଚିତ୍ରର ଆକ୍ସନ୍ ସିନ୍ ଏବଂ ଷ୍ଟାରକାଷ୍ଟଙ୍କୁ ପ୍ରଶଂସା କରିଛି। ଚଳଚ୍ଚିତ୍ରର ଷ୍ଟ୍ରଙ୍ଗ୍ ଷ୍ଟାରକାଷ୍ଟ ଉତ୍କୃଷ୍ଟ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଛନ୍ତି, କିନ୍ତୁ କୌଣସି ସ୍ଥାନରେ ସ୍କ୍ରିପ୍ଟରେ ଅଭାବ ରହିଯାଇଥିବା କହିଛି। ଏଥି ସହିତ, ଫିଲ୍ମରେ ପ୍ରଦର୍ଶିତ ଆକ୍ସନ୍ ସିନ୍ ମଧ୍ୟ ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ବୋଲି କହିଛି। ତେବେ ଗର୍ଭବତୀ ଥିବା ସମୟରେ ଏହି ଫିଲ୍ମ ପାଇଁ ଅଭିନୟ କରିଥିଲେ ଆଲିଆ ଭଟ୍ଟ। ପରେ ସେ ତାଙ୍କର ହଲିଉଡ୍ ଡେବ୍ୟୁକ ନେଇ ଖୁବ୍ ଚର୍ଚ୍ଚିତ ହୋଇଥିଲେ।

Advertisment
Alia Bhatt NetFlix Heart Of Stone Heart Of Stone Review Hollywood Movie OTT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe