Advertisment

‘ଥର୍‌' ଫେମ୍ ଅଭିନେତା କ୍ରିସ୍ ହେମସୱର୍ଥ ଗୁରୁତର ରୋଗରେ ପୀଡିତ

ଲସ୍ ଏଞ୍ଜଲିସ୍‌: ହଲିଉଡର ସୁପରହିଟ୍ ଫିଲ୍ମ ଆଭେଞ୍ଜର୍ସର ‘ଥର୍‌’ ଓରଫ କ୍ରିସ୍ ହେମସୱର୍ଥ। ତାଙ୍କର ବଡି ଫିଟ୍‌ନେସ୍ ଓ ଲୁକ୍ ଦେଖି ଲକ୍ଷ ଲକ୍ଷ ପ୍ରଶଂସକ ପାଗଳ। ତେବେ ପୂରାପୁରି ଫିଟ୍ ଦେଖାଯାଉଥିବା ଏହି ଅଭିନେତା ଏବେ ଗୁରୁତର ରୋଗରେ ପୀଡିତ। ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥର୍ ଭାବେ ପରିଚିତ ଏହି ଅଭିନେତାଙ୍କୁ ଅଲଝାଇମର୍ ହୋଇଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। କ୍ରିସ୍ ଏହି ରୋଗ ନେଇ ତାଙ୍କ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଛନ୍ତି […]

author-image
Madhupriya Mistry
‘ଥର୍‌' ଫେମ୍ ଅଭିନେତା କ୍ରିସ୍ ହେମସୱର୍ଥ ଗୁରୁତର ରୋଗରେ ପୀଡିତ

actor-chris-hemsworth

ଲସ୍ ଏଞ୍ଜଲିସ୍‌: ହଲିଉଡର ସୁପରହିଟ୍ ଫିଲ୍ମ ଆଭେଞ୍ଜର୍ସର ‘ଥର୍‌' ଓରଫ କ୍ରିସ୍ ହେମସୱର୍ଥ। ତାଙ୍କର ବଡି ଫିଟ୍‌ନେସ୍ ଓ ଲୁକ୍ ଦେଖି ଲକ୍ଷ ଲକ୍ଷ ପ୍ରଶଂସକ ପାଗଳ। ତେବେ ପୂରାପୁରି ଫିଟ୍ ଦେଖାଯାଉଥିବା ଏହି ଅଭିନେତା ଏବେ ଗୁରୁତର ରୋଗରେ ପୀଡିତ। ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥର୍ ଭାବେ ପରିଚିତ ଏହି ଅଭିନେତାଙ୍କୁ ଅଲଝାଇମର୍ ହୋଇଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି।

Advertisment

କ୍ରିସ୍ ଏହି ରୋଗ ନେଇ ତାଙ୍କ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଛନ୍ତି । ଏହି ରୋଗ ବଢ଼ିବା ସମ୍ଭାବନା ଅଧିକ ଥିବା ଜାଣିବା ପରେ ଏବେ ସେ ନିଜ କାମରୁ ବ୍ରେକ୍ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କ୍ରିସ୍ କହିଛନ୍ତି, ତାଙ୍କ ପାଖରେ ଅଲଝାଇମର ରୋଗର ଲକ୍ଷଣ ଅଛି। ଯାହା ଜେନେଟିକ୍ ।

ଋିପୋର୍ଟ ମୁତାବକ, ଏହି ରୋଗ ବିଷୟରେ ଜାଣିବା ପରେ କ୍ରିସ୍ ବେଶ୍ ଭୟଭୀତ ହୋଇପଡିଥିଲେ। କିନ୍ତୁ ପରେ ସେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ଚିନ୍ତା କରିଥିଲେ। ଏଥିପାଇଁ ସେ ନିଜ କାମରୁ ବ୍ରେକ୍ ନେଇଛନ୍ତି । ସେ କହିଛନ୍ତି, ‘ମୋର ଏକମାତ୍ର ଚିନ୍ତା ହେଉଛି ଯେ ମୁଁ ଏହାକୁ ବଡ କରିବାକୁ ଚାହୁଁନି। ମୁଁ ମୋର କାମକୁ ସମ୍ପୂର୍ଣ୍ଣ ଭାବେ ଛାଡୁନାହିଁ। ମୁଁ କିଛି ସମୟ ବିଶ୍ରାମ ନେବାକୁ ଚାହୁଁଛି । ଘରକୁ ଯାଇ ଶାନ୍ତିରେ କିଛି ସମୟ ବିତାଇବି । ସେହି ସମୟ ମୁଁ ମୋ ପିଲା ଏବଂ ପତ୍ନୀଙ୍କ ସହିତ ବିତାଇବି।’

Advertisment

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ କ୍ରିସ୍‌ଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ସମସ୍ତେ ତାଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି।

ରିପୋର୍ଟ ଅନୁଯାୟୀ, କ୍ରିସ୍‌ଙ୍କ ଜେଜେବାପାଙ୍କର ମଧ୍ୟ ଅଲଝାଇମର ରୋଗ ରହିଛି। ଆଗକୁ କ୍ରିସ୍‌ଙ୍କ ଅପ୍‌କମିଂ ହଲିଉଡ ଫିଲ୍ମ ‘ଏକ୍ସଟ୍ରାକ୍ସନ୍‌-୨’ ରିଲିଜ ହେବାକୁ ଅଛି। ଏହି ଫିଲ୍ମ ନେଟ୍‌ଫ୍ଲିକ୍‌ସରେ ରିଲିଜ ହେବ।