Advertisment

ବିମାନ ଦୁର୍ଘଟଣାରେ ଦୁଇ ଝିଅଙ୍କ ସହ ହଲିଉଡ ଅଭିନେତାଙ୍କ ମୃତ୍ୟୁ

ଉଡାଣର କିଛି ସମୟରେ ପରେ ଖ୍ରୀଷ୍ଟିଆନଙ୍କ ପ୍ରାଇଭେଟ ବିମାନ କାରିବିଆନ୍ ସାଗରରେ ଖସିପଡିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Christian Oliver File Photo

Christian Oliver File Photo

ଜର୍ମାନରେ ଜନ୍ମିତ ହଲିଉଡ ଅଭିନେତା ଖ୍ରୀଷ୍ଟିଆନ ଅଲିଭଙ୍କ ନିଧନ। ବିମାନ ଦୁର୍ଘଟଣାରେ ଖ୍ରୀଷ୍ଟିଆନଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଉଡାଣର କିଛି ସମୟରେ ପରେ ଖ୍ରୀଷ୍ଟିଆନଙ୍କ ପ୍ରାଇଭେଟ ବିମାନ କାରିବିଆନ୍ ସାଗରରେ ଖସିପଡିଥିଲା।

Advertisment

ରୟାଲ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ପୁଲିସ୍ ଫୋର୍ସ ସୂଚନା ଅନୁସାରେ, ଖ୍ରୀଷ୍ଟିଆନ ଗୁରୁବାର ଘରୋଇ ମାଲିକାନାରେ ଥିବା ଗୋଟିଏ ଇଞ୍ଜିନ ଥିବା ବିମାନରେ ଯାତ୍ରା କରୁଥିଲେ। ତାଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ଥିଲେ। ଏହି ସମୟରେ କାରିବିଆନ ସମୁଦ୍ରରେ ବିମାନ ଦୁର୍ଘଟଣା ହୋଇଥିଲା। 

ସମୁଦ୍ରରେ ବିମାନ ଖସି ପଡିବାରୁ ମତ୍ସ୍ୟଜୀବୀ, ଡାଇଭର ଏବଂ ତଟରକ୍ଷୀ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସେଠାରୁ ଚାରିଟି ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ଖ୍ରୀଷ୍ଟିଆନ ଓଲିଭର୍(51), ତାଙ୍କର ଦୁଇ ଝିଅ ମଦିତା(10) ଓ ଅନ୍ନିକ୍(12) ଏବଂ ପାଇଲଟ୍ ରବର୍ଟ ସାକ୍ସ ଥିଲେ।

Advertisment

ବିମାନଟି ଗୁରୁବାର ମଧ୍ୟାହ୍ନ ପରେ ଗ୍ରେନାଡାଇନ୍ସର ଏକ ଛୋଟ ଦ୍ୱୀପ ବେକିଆରୁ ସେଣ୍ଟ ଲୁସିଆ ଅଭିମୁଖେ ଯାତ୍ରା କରୁଥିଲା। ଖ୍ରୀଷ୍ଟିଆନଙ୍କ ପରିବାର ନୂଆ ବର୍ଷ ଛୁଟିରେ ଥିବା କୁହାଯାଉଛି। କାରଣ ଖ୍ରୀଷ୍ଟିଆନ ନିକଟରେ ଇନଷ୍ଟାଗ୍ରାମରେ ଏକ ଟ୍ରପିକାଲ୍ ବେଳାଭୂମିର ଫଟୋ ପୋଷ୍ଟ କରି ନୂଆ ବର୍ଷ ଶୁଭେଚ୍ଛା ଜଣାଇଥିଲେ। 

ଟିଭି ସିରିଏଲରୁ କ୍ୟାରିଅର୍ ଆରମ୍ଭ କରିଥିବା ଖ୍ରୀଷ୍ଟିଆନ "ଦି ଗୁଡ୍ ଜର୍ମାନ" ଏବଂ 2008 ରେ ଆକ୍ସନ୍-କମେଡି "ସ୍ପିଡ୍ ରେସର୍" ଜରିଆରେ ବଡ ପରଦାରେ ଅଭିନୟ କରିଥିଲେ। ଏଥିସହ ସେ ଲୋକପ୍ରିୟ କପ୍ ଶୋ' "ଆଲାରମ ଫର୍ କୋବ୍ରା 11"ର ଦୁଇଟି ସିଜିନରେ ଅଭିନୟ କରିଥିଲେ। 

Plane Crash Hollywood Actor Christian Oliver Hollywood Actor Plane Crash Christian Oliver Died