Advertisment

ଯୁଦ୍ଧ ଭିତରେ ଫସିଗଲେ ଅଭିନେତା, ଚାଲିଲେ ମାଇଲ ମାଇଲ୍‌ ବାଟ

କିଭ୍‌: ଚାଲିଛି ଘନ ଘନ ବୋମା ମାଡ, ଗୁଳିବର୍ଷା। ଜଳୁଛି ବିଲ୍ଡିଂ, ଧ୍ୱଂସ ହେଉଛି ସହର। ୟୁକ୍ରେନ୍‌କୁ ଅକ୍ତିଆର କରିବାକୁ ରୁଷ କରୁଛି ରକେଟ୍‌ ମାଡ। ଏହି ଘମାଘୋଟ ଯୁଦ୍ଧ ଭିତରେ ସୁଟିଂ କରିବାକୁ ଯାଇ ଫସିଗଲେ ଅଭିନେତା। ନିଜ ଜୀବନ ବଞ୍ଚାଇବାକୁ ଚାଲିଲେ ମାଇଲ ମାଇଲ୍‌ ବାଟ। ୟୁକ୍ରେନରୁ ଚାଲିଚାଲି ଗଲେ ଅନ୍ୟ ଦେଶ। ହଲିଉଡ ଅଭିନେତା ସେନ୍‌ ପେନ୍‌। କିଭ୍‌ ଉପରେ ରୁଷର ଆକ୍ରମଣକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ କରିବା ପାଇଁ ୟୁକ୍ରେନ୍‌ର […]

ଯୁଦ୍ଧ ଭିତରେ ଫସିଗଲେ ଅଭିନେତା, ଚାଲିଲେ ମାଇଲ ମାଇଲ୍‌ ବାଟ

actor-sean-penn

Advertisment

କିଭ୍‌: ଚାଲିଛି ଘନ ଘନ ବୋମା ମାଡ, ଗୁଳିବର୍ଷା। ଜଳୁଛି ବିଲ୍ଡିଂ, ଧ୍ୱଂସ ହେଉଛି ସହର। ୟୁକ୍ରେନ୍‌କୁ ଅକ୍ତିଆର କରିବାକୁ ରୁଷ କରୁଛି ରକେଟ୍‌ ମାଡ। ଏହି ଘମାଘୋଟ ଯୁଦ୍ଧ ଭିତରେ ସୁଟିଂ କରିବାକୁ ଯାଇ ଫସିଗଲେ ଅଭିନେତା। ନିଜ ଜୀବନ ବଞ୍ଚାଇବାକୁ ଚାଲିଲେ ମାଇଲ ମାଇଲ୍‌ ବାଟ। ୟୁକ୍ରେନରୁ ଚାଲିଚାଲି ଗଲେ ଅନ୍ୟ ଦେଶ।

Advertisment

ହଲିଉଡ ଅଭିନେତା ସେନ୍‌ ପେନ୍‌। କିଭ୍‌ ଉପରେ ରୁଷର ଆକ୍ରମଣକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ କରିବା ପାଇଁ ୟୁକ୍ରେନ୍‌ର ଯାଇଥିଲେ ସେନ୍‌। ନିଜ ଦୁଇ ସହଯୋଗୀଙ୍କୁ ନେଇ ଅଭିନେତା ସେନ୍‌ ଜୀବନକୁ ବାଜି ଲାଗାଇ ୟୁକ୍ରେନ୍‌ରେ ରହିଥିଲେ। ଆଉ ସୁଟ୍‌ କରିଥିଲେ ଡକ୍ୟୁମେଣ୍ଟାରୀ ଫିଲ୍ମ। ତେବେ କାମ ପୂରା ହେବା ପରେ ସେ ଫସିଯାଇଥିଲେ ୟୁକ୍ରେନ୍‌ରେ। ଯୁଦ୍ଧ ଭିତରେ ଜୀବନ ବଞ୍ଚାଇ ନିଜ ସହଯୋଗୀଙ୍କୁ ନେଇ ସେ ଚାଲି ଥିଲେ ମାଇଲ ମାଇଲ୍‌ ବାଟ। ଶରଣାର୍ଥୀଙ୍କ ସହ ସାମିଲ ହୋଇ ସେ ଛାଡିଥିଲେ ଦେଶ। ଚାଲିଚାଲି ଆସି ପୋଲାଣ୍ଡ ସୀମାରେ ପହଞ୍ଚିଥିଲେ ସେନ୍‌।

Oscar Winner Sean Penn Abandons Car, Walks Miles To Reach Polish Border To  Flee Ukraine ଟ୍ୱିଟର ଆକାଉଣ୍ଟରେ ସିଏନ୍‌ ପେନ୍ ଲଗେଜ୍ ସହିତ ରାସ୍ତାରେ ଯାଉଥିବା ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତା ଲେଖିଛନ୍ତି, 'ଅଧ ବାଟ ତାଙ୍କୁ ତାଙ୍କ କାର୍‌ ଛାଡିବାକୁ ପଡିଥିଲା। ଅଧିକାଂଶ କାରରେ ମହିଳା ଏବଂ ଶିଶୁମାନେ ଅଛନ୍ତି। ମୁଁ ଏବଂ ମୋର ଦୁଇ ସହକର୍ମୀ ରାସ୍ତା କଡ଼ରେ ଆମ କାରକୁ ଛାଡି ଦେଇଥିଲୁ । ପରେ ପୋଲାଣ୍ଡ ସୀମାକୁ ଚାଲି ଚାଲି ଆସିଥିଲୁ।'

Advertisment

ୟୁକ୍ରେନ୍‌ ଛାଡି ପୋଲାଣ୍ଡରେ ପହଞ୍ଚିବା ପରେ ଯୁଦ୍ଧ ବିଭୀଷିକା ବଖାଣିଛନ୍ତି ଅଭିନେତା। ସେ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରିଛନ୍ତି। ସେପଟେ ଏହି ୬୧ ବର୍ଷୀୟ ଅଭିନେତାଙ୍କ ଏହି ସାହସିକତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁଦ୍ଧ ଭିତରେ ବି ନିଜ ଡକ୍ୟୁମେଣ୍ଟରୀ କାମ ପୂରଣ କରିଦେଇଥିବା ଲାଗୁ ତାଙ୍କୁ ପ୍ରଶଂସା କରାଯାଇଛି।

ଡକ୍ୟୁମେଣ୍ଟାରୀ ତିଆରି ବଳେ ସେ ୟୁକ୍ରେନ୍‌ର କିଛି ରାଜନୈତିକ, ସେନା ଅଧିକାରୀ ଏବଂ କିଛି ସାମ୍ବାଦିକଙ୍କ ସହ ଇଣ୍ଟରଭ୍ୟୁ କରିଛନ୍ତି। ଏଥିପାଇଁ ସେ ଗତ ନଭେମ୍ବରରେ ୟୁକ୍ରେନ୍‌ ଯାଇଥିଲେ। ଗତ ସପ୍ତାହରେ ଜାରି କରିଥିବା ଏକ ବୟାନରେ ସେନ୍‌ ୟୁକ୍ରେନ୍‌ବାସୀଙ୍କୁ 'ସାହସୀ' ବୋଲି ସମ୍ମାନୀତ କରିଥିଲେ।

https://twitter.com/SeanPenn/status/1498390093375016965?s=20&t=ibDhqSsMlikeYp7LyCNgOQ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe