Advertisment

ବିବାହର କିଛି ଘଣ୍ଟା ପରେ ଟଳି ପଡିଲେ ସିଙ୍ଗର୍

ଲସ୍‌ଏଞ୍ଜଲିସ: ବିବାହର କିଛି ଘଣ୍ଟା ପରେ ଟଳି ପଡିଲେ ହଲିଉଡର ଫେମସ କଣ୍ଟ୍ରି ସିଙ୍ଗର୍ ଜ୍ୟାକ୍ ଫ୍ଲିଣ୍ଟ। ନଭେମ୍ବର ୨୬ ତାରିଖରେ ସେ ବିବାହ କରିଥିଲେ। ତେବେ ବିବାହର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଥିଲା। ସିଙ୍ଗର୍‌ଙ୍କ ଅଚାନକ ହୋଇଥିବା ଏହି ଦେହାନ୍ତ ଘଟଣା ପରେ ତାଙ୍କ ପତ୍ନୀଙ୍କୁ ଶକ୍ତ ଝଟ୍‌କା ଲାଗିଛି। ମୃତ୍ୟୁ ବେଳକୁ ଜ୍ୟାକ୍‌ଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ତେବେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ […]

author-image
Madhupriya Mistry
ବିବାହର କିଛି ଘଣ୍ଟା ପରେ ଟଳି ପଡିଲେ ସିଙ୍ଗର୍

Wedding

ଲସ୍‌ଏଞ୍ଜଲିସ: ବିବାହର କିଛି ଘଣ୍ଟା ପରେ ଟଳି ପଡିଲେ ହଲିଉଡର ଫେମସ କଣ୍ଟ୍ରି ସିଙ୍ଗର୍ ଜ୍ୟାକ୍ ଫ୍ଲିଣ୍ଟ। ନଭେମ୍ବର ୨୬ ତାରିଖରେ ସେ ବିବାହ କରିଥିଲେ। ତେବେ ବିବାହର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଥିଲା। ସିଙ୍ଗର୍‌ଙ୍କ ଅଚାନକ ହୋଇଥିବା ଏହି ଦେହାନ୍ତ ଘଟଣା ପରେ ତାଙ୍କ ପତ୍ନୀଙ୍କୁ ଶକ୍ତ ଝଟ୍‌କା ଲାଗିଛି। ମୃତ୍ୟୁ ବେଳକୁ ଜ୍ୟାକ୍‌ଙ୍କୁ ୩୭ ବର୍ଷ ବୟସ ହୋଇଥିଲା। ତେବେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment

शादी के चंद घंटों बाद 37 साल केे सिंगर की मौत, शॉक में पत्नी - hollywood  Country singer Jake Flint dies at 37 just hours after his wedding tmovp -  AajTak

ଜ୍ୟାକ୍ ଫ୍ଲିଣ୍ଟ ଓକ୍‌ଲହୋମାର ବାସିନ୍ଦା। ତାଙ୍କର ଦେହାନ୍ତ ଖବର ନେଇ ତାଙ୍କ ପିଆର୍ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ନଭେମ୍ବର ୨୬ ତାରିଖରେ ବ୍ରେଣ୍ଡାଙ୍କ ସହ ତାଙ୍କର ବିବାହ ହୋଇଥିଲା। ତେବେ ବିବାହର କିଛି ଘଣ୍ଟା ପରେ ଜ୍ୟାକ୍ ଫ୍ଲିଣ୍ଟ ଶୋଇ ପଡିଥିଲେ । ଏହାପରେ ସେ ଆଉ ଉଠି ନଥିଲେ। ଶୋଇବା ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସେପଟେ ଜ୍ୟାକ୍‌ଙ୍କ ଏଭଳି ଅଚାନକ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ବ୍ରେଣ୍ଡାଙ୍କୁ ଶକ୍ତ ଆଘାତ ଲାଗିଥିବା ସେ କହିଛନ୍ତି।

https://twitter.com/OKSTProbs/status/1597239295235850246?s=20&t=QtyzvU1x0cf_uo1ejD1Wlg

Advertisment

ନ୍ୟୁଜ୍ ରିପୋର୍ଟ ମୁତାବକ, ଜ୍ୟାକ୍‌ଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଜ୍ୟାକ୍ ଓକ୍ଲହୋମାର ରେଡ୍ ଡର୍ଟ ମ୍ୟୁଜିକ୍ ସିନ୍‌ର୍ର ବ୍ରାଣ୍ଡ ଆମ୍ବାସାଡର ଥିଲେ। ସେ ଜଣେ ଭଲ ସିଙ୍ଗର ମଧ୍ୟ ଥିଲେ। ଏଥିସହ ସେ ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ । ଅନ୍ୟ ସିଙ୍ଗର୍‌ମାନଙ୍କୁ ସେ ସର୍ବଦା ସମର୍ଥନ କରୁଥିଲେ। ଆବଶ୍ୟକ ଥିବା ବ୍ୟକ୍ତିଙ୍କ ପାଇଁ ସେ ସର୍ବଦା ସାହାଯ୍ୟରେ ହାତ ବଢ଼ାଉ ଥିଲେ। ତାଙ୍କର ମଜାଳିଆ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଥିଲା ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି।