Advertisment

ରାପର୍‌ଙ୍କ ଉପରେ କେସ୍ କଲେ ପୂର୍ବତନ ପ୍ରେମିକା, ମାଗିଲେ ୩୩୦ କୋଟି

ଲାଇମଲାଇଟରେ ଥିବା ହଲିଉଡ୍ ରାପର ବ୍ୟାଡ ବନିଙ୍କୁ ଲାଗିଛି ଝଟକା।

Hollywood singer Bad Bunny

Hollywood singer Bad Bunny

Advertisment

ବିନା ଅନୁମତିରେ ପୂର୍ବତନ ପ୍ରେମିକାଙ୍କ ସ୍ୱର ବ୍ୟବହାର କରିବା ମହଙ୍ଗା ପଡିଛି ରାପର୍‌ଙ୍କୁ। ମାମଲା ହୋଇଛି। ଏଥିପାଇଁ ୩୩୦ କୋଟି ଟଙ୍କା ଦାବି ବି କରିଛନ୍ତି। ଲାଇମଲାଇଟରେ ଥିବା ହଲିଉଡ୍ ରାପର ବ୍ୟାଡ ବନିଙ୍କୁ ଲାଗିଛି ଝଟକା। ଆଉ ତାଙ୍କୁ ଏହି ଜୋରଦାର ଝଟକା ଦେଇଛନ୍ତି ପୂର୍ବତନ ପ୍ରେମିକା କାର୍ଲିଜ ଡି ଲା କ୍ରୁଜ୍। 

Advertisment

କେତେବେଳେ ଗୀତ ତ ଆଉ କେତେବେଳେ ରାପ୍ କୁ ନେଇ ଚର୍ଚ୍ଚାରେ ହଲିଉଡ୍ ସିଙ୍ଗର ତଥା ରାପର ବ୍ୟାଡ୍ ବନି। ଏବେ ଚର୍ଚ୍ଚା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ତାଙ୍କ ପୂର୍ବତନ ପ୍ରେମିକା କାର୍ଲିଜ କ୍ରୁଜ୍ ଏବେ ବ୍ୟାଡ ବନିଙ୍କୁ ପକାଇଛନ୍ତି ହରଡଘଣାରେ। ସିଧା ସିଧା ମାଗିଛନ୍ତି ୪୦ ମିଲିୟନ ଡଲାର। 

ବନି ଏବଂ କ୍ରୁଜ୍ ପରସ୍ପରକୁ ପ୍ରେମ କରୁଥିଲେ। ଦୀର୍ଘ ବର୍ଷ ଯାଏଁ ଉଭୟେ ସମ୍ପର୍କରେ ଥିଲେ। ତେବେ ୨୦୧୬ରେ କୌଣସି କାରଣରୁ ଉଭୟେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଭାଙ୍ଗିଯାଇଥିଲା ସମ୍ପର୍କ। ଏବେ ବନିଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି କ୍ରୁଜ୍। ମାମଲା ବି କରିଛନ୍ତି। ଆଉ ଅଭିଯୋଗ ହେଉଛି ଯେ, ବନି ଗାଇଥିବା ଦୁଇଟି ଗୀତରେ କ୍ରୁଜଙ୍କ ବିନା ଅନୁମତିରେ ତାଙ୍କ ସ୍ୱର ବ୍ୟବହାର କରିଛନ୍ତି।

Advertisment

ଦୁଇଟି ଯାକ ଗୀତ ବେଶ୍ ପପୁଲାର ହୋଇଛି। ତେବେ ତାଙ୍କ ବିନା ଅନୁମତିରେ ଏହି ଗୀତକୁ ପ୍ରମୋସନ ପାଇଁ ବ୍ୟବହାର କରାଯାଇଥିବାରୁ ସେ ମାମଲା କରିଛନ୍ତି। ଏଥିପାଇଁ ୩୩୦ କୋଟି ଟଙ୍କା ଦାବି କରିଛନ୍ତି। 

Hollywood Bad Bunny
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe