Richard Donner
ଲସ୍ ଏଞ୍ଜଲିସ୍: ଆରପାରିରେ ପ୍ରସିଦ୍ଧ ନିର୍ଦ୍ଦେଶକ। ଆଉ ନାହାନ୍ତି ହଲିଉଡ ଫିଲ୍ମ ନିର୍ଦ୍ଦେଶକ ରିଚର୍ଡ ଡୋନର। ହଲିଉଡର ସୁପରହିଟ୍ ଫିଲ୍ମ ‘ସୁପର ମ୍ୟାନ୍’ର ନିର୍ଦ୍ଦେଶକଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏନେଇ ତାଙ୍କ ପତ୍ନୀ ସୁଲର ଡୋନର ସୂଚନା ଦେଇଛନ୍ତି। ତେବେ କେଉଁ କାରଣ ଯୋଗୁଁ ରିଚର୍ଡଙ୍କ ମୃତ୍ୟୁ ହେଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ରିଚାର୍ଡ ଡୋନର୍ ୧୯୩୧ ମସିହାରେ ନ୍ୟୁୟର୍କରେ ଜନ୍ମ ହୋଇଥିଲା। ତାଙ୍କ କ୍ୟାରିୟର ଆରମ୍ଭରେ ଡୋନର ଜଣେ ଅଭିନେତା ହେବାକୁ ଚାହୁଁଥିଲେ, କିନ୍ତୁ ସେ ନିର୍ଦ୍ଦେଶନାକୁ ବାଛିଥିଲେ। ସେ ତାଙ୍କ କ୍ୟାରିୟର ଆରମ୍ଭ ଟିଭି ଶୋ’ରୁ କରିଥିଲେ।
‘ଦ ରାଇଫଲ୍ ମ୍ୟାନ୍’, ‘ଦ ଟ୍ୱିଲାଇଟ୍ ଜୋନ୍’, ‘ଗିଲିଗନ୍ସ ଆଇଲ୍ୟାଣ୍ଡ୍’, ‘ପେରୀ ମିସନ୍’ ଭଳି ଟେଲିଭିଜନ୍ ଶୋ’ରେ ଡୋନର୍ ନିର୍ଦ୍ଦେଶନା ଦେଇଛନ୍ତି। ଏକ୍ସ-୧୫ ସହିତ ଡୋନର୍ ନିଜର ଫିଚର୍ ନିର୍ଦ୍ଦଶନର ଆରମ୍ଭ କରିଥିଲେ। ୧୫ ବର୍ଷ ପରେ ୧୯୬୭ ରେ ହରର୍ ଫିଲ୍ମ ‘ଦ ଓମେନ୍’ରୁ ତାଙ୍କୁ ବଡ ସଫଳତା ମିଳିଥିଲା।
ରିଚାର୍ଡ ଡୋନର ୧୯୮୫ ର କମେଡି ଫିଲ୍ମ ‘ଦ ଗୁନିଜ୍’ର ନିର୍ଦ୍ଦେଶନା ପାଇଁ ମଧ୍ୟ ଜଣାଶୁଣା। ଫିଲ୍ମ ନିର୍ମାତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଏକ କାହାଣୀ ଉପରେ ଆଧାରିତ ଏବଂ କ୍ରିସ୍ କୋଲମ୍ବସଙ୍କ ଦ୍ୱାରା ଲିଖିତ ‘ଦ ଗୁନିଜ୍’ ଜବରଦସ୍ତ ହିଟ୍ ହୋଇଥିଲା। ‘ସୁପର୍ ମ୍ୟାନ୍’, ‘ଦ ଗୁନିଜ୍’, ‘ଲିଥଲ୍ ୱେପନ୍’ ଭଳି ବ୍ଲକବଷ୍ଟର୍ ଏବଂ କ୍ଲାସିକ୍ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରିଚର୍ଡ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/Director-Richard-Donner.jpg)