Advertisment

ଫସିଲେ ଅଭିନେତା, ବାନ୍ଧବୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଲସ୍‌ ଏଞ୍ଜଲିସ: ଅଡୁଆରେ ହଲିଉଡ ଅଭିନେତା ଡେଭିନ୍‌ ରାତ୍ରେ। ପପୁଲାର ହଲିଉଡ ଫିଲ୍ମ ‘ହୋମ୍‌ ଏଲୋନ୍‌’ର ଏହି ଅଭିନେତାଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ତାଙ୍କର ଜଣେ ବାନ୍ଧବୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଅଭିନେତା ଡେଭିନ୍ ରାତ୍ରେ ତାଙ୍କ ମ୍ୟାନହଟନ୍ ଆପାର୍ଟମେଣ୍ଟରେ କୋଲ୍ଡ ଡ୍ରିଙ୍କରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିବା ଲିସା ସ୍ମିଥ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି। ସେପଟେ ଏହି […]

ଅଦ୍ୟତନ ହୋଇଛି
ଫସିଲେ ଅଭିନେତା, ବାନ୍ଧବୀଙ୍କୁ ଦୁଷ୍କର୍ମ ଅଭିଯୋଗ

devin-ratray

Advertisment

ଲସ୍‌ ଏଞ୍ଜଲିସ: ଅଡୁଆରେ ହଲିଉଡ ଅଭିନେତା ଡେଭିନ୍‌ ରାତ୍ରେ। ପପୁଲାର ହଲିଉଡ ଫିଲ୍ମ 'ହୋମ୍‌ ଏଲୋନ୍‌'ର ଏହି ଅଭିନେତାଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ତାଙ୍କର ଜଣେ ବାନ୍ଧବୀ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

Advertisment

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଅଭିନେତା ଡେଭିନ୍ ରାତ୍ରେ ତାଙ୍କ ମ୍ୟାନହଟନ୍ ଆପାର୍ଟମେଣ୍ଟରେ କୋଲ୍ଡ ଡ୍ରିଙ୍କରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିବା ଲିସା ସ୍ମିଥ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତା।

ଅଭିଯୋଗ ଅନୁଯାୟୀ, ୨୦୧୭ରେ ନିଜ ଭାଇ ଓ ଜଣେ ବନ୍ଧୁଙ୍କ ସହ ଡେଭିନଙ୍କ ଆପାର୍ଟମେଣ୍ଟରେ ଲିସା ପାର୍ଟି କରିବା ସହ ଡ୍ରିଙ୍କ କରିଥିଲେ। ତାଙ୍କ ଡ୍ରିଙ୍କରେ ନିଶା ଦ୍ରବ୍ୟ ଦିଆଯାଇଥିଲା। ସେହି ଡ୍ରିଙ୍କ୍ ପିଇବା ପରେ ସେ କ୍ଳାନ୍ତ ଅନୁଭବ କରିଥିଲେ। ସେ ବସିଥିବା ସ୍ଥାନରୁ ଘୁଞ୍ଚି ପାରି ନଥିଲେ। କିନ୍ତୁ କ’ଣ ଘଟୁଛି, ତାହା ଅନୁଭବ କରିପାରୁଥିଲେ।

Advertisment

ମହିଳା ଜଣକ ଦାବି କରିଛନ୍ତି ଯେ ଶୁଟିଂ ସେଟ୍‌ରେ ଛାଡ଼ିବା ପୂର୍ବରୁ ଡେଭିନ୍ ରାତ୍ରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

ଏକ ପୁରୁଣା ମାମଲାକୁ ନେଇ ଡେଭିନ୍ ରାତ୍ରେ ବର୍ତ୍ତମାନ ଘରୋଇ ହିଂସା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ସେହି ମାମଲାରେ ତାଙ୍କୁ ଗିରଫ କରାଯାଇପାରେ। ଏହାରି ଭିତରେ ଲିସା ସ୍ମିଥ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଡେଭିନ ଓ ଲିସା ୧୫ ବର୍ଷ ଧରି ବନ୍ଧୁ ଥିଲେ। କିନ୍ତୁ ଡେଭିନଙ୍କ ଏଭଳି ଦୁର୍ବ୍ୟବହାର ତାଙ୍କ ଦୀର୍ଘ ଦିନର ବନ୍ଧୁତା ଭାଙ୍ଗି ଦେଇଥିଲା ବୋଲି ଲିସା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe