Advertisment

୬ ବର୍ଷରୁ ଡ୍ରଗ୍ସ ଖାଉଥିଲେ ଆଇରନ୍ ମ୍ୟାନ୍‌

ଲସ୍ ଏଞ୍ଜଲିସ୍‌: ହଲିଉଡର ସୁପର୍‌ହିରୋ ଆଇରନ୍ ମ୍ୟାନ୍‌ଙ୍କୁ ନେଇ ସାରା ବିଶ୍ୱରେ କ୍ରେଜ୍ ରହିଛି । ଯେତେବେଳେ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ରେ ପରଦାରେ ଆଇରନ୍ ମ୍ୟାନ୍‌ଙ୍କ ମୃତ୍ୟୁ ଦେଖାଗଲା, ସେତେବେଳେ ସିନେମା ହଲରେ ଲୋକେ କାନ୍ଦି ପକାଇଥିଲେ । ଗତ ୨୦ ବର୍ଷ ଧରି ‘ଆଇରନ୍ ମ୍ୟାନ୍’ ଭୂମିକାରେ ଅଭିନୟ କରୁଥିବା ହଲିଉଡ ସୁପରଷ୍ଟାର ରବର୍ଟ ଡାଉନି ଜୁନିଅର୍‌ଙ୍କୁ ଲୋକେ ବେଶ୍ ପସନ୍ଦ କରନ୍ତି। ତେବେ ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କ ଏହି ଫେଭରେଟ୍ ହିରୋ ଦିନେ ଡ୍ରଗ୍ସ […]

author-image
Madhupriya Mistry
ଅଦ୍ୟତନ ହୋଇଛି
୬ ବର୍ଷରୁ ଡ୍ରଗ୍ସ ଖାଉଥିଲେ ଆଇରନ୍ ମ୍ୟାନ୍‌

robert-downey-jr

ଲସ୍ ଏଞ୍ଜଲିସ୍‌: ହଲିଉଡର ସୁପର୍‌ହିରୋ ଆଇରନ୍ ମ୍ୟାନ୍‌ଙ୍କୁ ନେଇ ସାରା ବିଶ୍ୱରେ କ୍ରେଜ୍ ରହିଛି । ଯେତେବେଳେ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ୍'ରେ ପରଦାରେ ଆଇରନ୍ ମ୍ୟାନ୍‌ଙ୍କ ମୃତ୍ୟୁ ଦେଖାଗଲା, ସେତେବେଳେ ସିନେମା ହଲରେ ଲୋକେ କାନ୍ଦି ପକାଇଥିଲେ । ଗତ ୨୦ ବର୍ଷ ଧରି ‘ଆଇରନ୍ ମ୍ୟାନ୍’ ଭୂମିକାରେ ଅଭିନୟ କରୁଥିବା ହଲିଉଡ ସୁପରଷ୍ଟାର ରବର୍ଟ ଡାଉନି ଜୁନିଅର୍‌ଙ୍କୁ ଲୋକେ ବେଶ୍ ପସନ୍ଦ କରନ୍ତି। ତେବେ ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କ ଏହି ଫେଭରେଟ୍ ହିରୋ ଦିନେ ଡ୍ରଗ୍ସ ନିଶାରେ ପଡିଥିଲେ। ୬ ବର୍ଷ ବୟସରୁ ହିଁ ଏହି ଅଭିନେତା ସ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ ବୋଲି ନିକଟରେ ଖୁଲାସା ହୋଇଛି।

Advertisment

ପ୍ରକୃତରେ ଅଭିନେତା ରବର୍ଟ ଡାଉନି ଜୁନିଅର୍ ବାପା ରବର୍ଟ ଡାଉନି ସିନିଅର୍‌ଙ୍କ ଅତି ଘନିଷ୍ଟ ଥିଲେ। ଦୁର୍ଭାଗ୍ୟବଶତଃ ପିଲାଟି ଦିନରୁ ତାଙ୍କ ଉପରେ ତାଙ୍କ ବାପାଙ୍କ ଖରାପ ପ୍ରଭାବ ପଡିଥିଲା। ରିପୋର୍ଟ ମୁତାବକ, ଗୋଲ୍ଡେନ୍ ଗ୍ଲୋବ ବିଜେତା ରବର୍ଟ ଡାଉନି ସିନିଅର୍ ନିଜ କରିଥିବା ଭୁଲ୍ ଏବଂ ନିଜର କୁପ୍ରଭାବ ତାଙ୍କ ପୁଅ ଉପରେ ପଡିଥିବା ନେଇ ସେ ସ୍ୱୀକାର କରିଥିଲେ ।

Sr.' Netflix documentary review: A deeply personal eulogy from Robert  Downey Jr. | TechieRawଡେଲି ମେଲ୍ ଅନୁସାରେ ଏକ ସାକ୍ଷାତକାର୍‌ରେ ଡାଉନି ଜୁନିଅର୍ କହିଛନ୍ତି, ମୁଁ ଭାବୁଛି ଯେ ମୋ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା ନକରିବା ମୁର୍ଖାମୀ ହେବ। ୧୯୯୦ ଦଶକରେ ଡାଉନି ସିନିଅର ହୃଦୟଙ୍ଗମ କରିଥିଲେ ଯେ ସେ ୬ ବର୍ଷ ବୟସରେ ପୁଅକୁ ଡ୍ରଗ୍ସ ସହ ପରିଚିତ କରାଇ ଏକ ଭୟଙ୍କର ଭୁଲ କରିଛନ୍ତି।

Advertisment

ନିଜେ ଜଣେ ଡ୍ରଗ୍ସ ଆଡିକ୍ଟେଡ୍ ଥିବା ଡାଉନି ସିନିଅର୍ ତଥା ଆଇରନ୍ ମ୍ୟାନ୍‌ଙ୍କ ବାପା ଏକ ସାକ୍ଷାତକାର୍‌ରେ ସ୍ୱୀକାର କରିଥିଲେ ଯେ, ଆମ ଭିତରୁ ଅନେକ ଭାବିଥିଲେ ଯେ ଆମ ପିଲାମାନେ ଗଞ୍ଜେଇ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଠାରୁ ଦୂରେଇ। କିନ୍ତୁ ମୁଁ ନିଜେ ମୋ ପିଲାଙ୍କୁ ଏହି ନିଶା ଦ୍ରବ୍ୟ ସହ ପରିଚିତ କରାଇଥିଲା। ଏହା ସବୁଠାରୁ ମୋର ମୁର୍ଖାମୀ ଥିଲା।

ଉଲ୍ଲେଖଯୋଗ୍ୟ, ଡାଉନି ଜୁନିଅର୍ ତଥା ଆଇରନ୍ ମ୍ୟାନ୍‌ଙ୍କ ବାପା ଡାଉନି ସିନିଅରଙ୍କ ୨୦୨୧ରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ପାର୍କିନ୍ସନ୍ ରୋଗରେ ପୀଡିତ ଥିଲେ ।