Advertisment

ଆଉ ନାହାନ୍ତି ଫେମସ୍‌ ଫ୍ୟାଶନ ଡିଜାଇନର୍‌ ରୋର୍ବେଟୋ

ତାଙ୍କ ଡିଜାଇନ୍ କରିଥିବା ପୋଷାକକୁ ବ୍ରିଗିଟ୍ ବାର୍ଡୋଟ୍, ସୋଫିଆ ଲରେନ୍, କିମ୍ କରଦାସିୟାନ୍, ଜେନିଫର୍ ଲୋପେଜ୍ ଏବଂ ଦୀପିକା ପାଦୁକୋନ୍, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଏବଂ କଙ୍ଗନା ରଣାଓ୍ୱତ ପରି ସେଲେବ୍ରିଟିମାନେ ପିନ୍ଧିଛନ୍ତି।

ଅଦ୍ୟତନ ହୋଇଛି
Roberto cavalli

Roberto cavalli

Advertisment

ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଆଉ ନାହାନ୍ତି ଫେମସ୍‌ ଫ୍ୟାଶନ ଡିଜାଇନର୍‌ ରୋର୍ବେଟୋ କ୍ୟାଭଲ୍ଲି। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ଟିମ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି।

Advertisment

ଇଟାଲିଅନ୍‌ ଫ୍ୟାଶନ ଡିଜାଇନର୍‌ ରୋର୍ବେଟୋ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ଅନେକ ସେଲେବ୍ରିଟି ଓ ଷ୍ଟାର୍‌ଙ୍କ ପାଇଁ ଡ୍ରେସ୍‌ ଡିଜାଇନ୍‌ କରିଥିଲେ। ଆନିମଲ ପ୍ରିଣ୍ଟ ଡିଜାଇନ୍‌ ପାଇଁ ସେ ବେଶ୍‌ ଜଣାଶୁଣା ଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଘରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ଫ୍ଲେରେନ୍ସ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଇଟାଲୀୟ ଫ୍ୟାଶନ୍ ଡିଜାଇନର୍ ରୋର୍ବେଟୋ କ୍ୟାଭଲ୍ଲି ୧୯୭୦ ଦଶକରେ ତାଙ୍କ କମ୍ପାନୀ ପ୍ରତିଷ୍ଠା କରିଥିଲେ। ତାଙ୍କ ଡିଜାଇନ୍ କରିଥିବା ପୋଷାକକୁ ବ୍ରିଗିଟ୍ ବାର୍ଡୋଟ୍, ସୋଫିଆ ଲରେନ୍, କିମ୍ କରଦାସିୟାନ୍, ଜେନିଫର୍ ଲୋପେଜ୍ ଏବଂ ଦୀପିକା ପାଦୁକୋନ୍, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଏବଂ କଙ୍ଗନା ରଣାଓ୍ୱତ ପରି ସେଲେବ୍ରିଟିମାନେ ପିନ୍ଧିଛନ୍ତି। ରୋବର୍ଟୋଙ୍କ କ୍ରିଏଟିଭ୍‌ ନିର୍ଦ୍ଦେଶକ ଫାଉଷ୍ଟୋ ପୁଗଲିସି କହିଛନ୍ତି ଯେ ଡିଜାଇନର୍ ଭଗବାନଙ୍କୁ ସର୍ବଶ୍ରେଷ୍ଠ ଡିଜାଇନର୍ ବୋଲି ମାନୁଥିଲେ। ସେଥିପାଇଁ ତାଙ୍କର ଆନିମଲ ତଥା ପଶୁ ପ୍ରିଣ୍ଟ ଡିଜାଇନ୍ ସମସ୍ତଙ୍କ ଠାରୁ ବେଶ ସ୍ୱତନ୍ତ୍ର ଥିଲା।

Advertisment

ଚକ୍‌ମକ୍ ରଙ୍ଗ ଓ ପ୍ୟାଚ୍‌ ଓ୍ୱକ୍‌ କରି ନିଜର ସ୍ୱତନ୍ତ୍ର ଡ୍ରେସ ଡିଜାଇନ୍ ସହିତ ପୋଷାକକୁ ଏକ ନୂଆ ରୂପ ଦେଉଥିବା ରୋର୍ବେଟୋ ଜଣେ କଳା ପ୍ରେମୀ ଥିଲେ, ଯିଏ ସର୍ବଦା କଳା ଚଷମା ପିନ୍ଧୁଥିଲେ ଏବଂ ସିଗାରେଟ୍ ଟାଣୁଥିଲେ। କାଭାଲୀଙ୍କ ପରିବାରରେ ତାଙ୍କର ଦୀର୍ଘ ଦିନର ସାଥୀ ସାନ୍ଦ୍ରା ବର୍ଗମାନ ନିଲସନ ଏବଂ ସେମାନଙ୍କର ୬ ସନ୍ତାନ ଅଛନ୍ତି। ତାଙ୍କର ଦେହାନ୍ତ ଯୋଗୁ ଫ୍ୟାଶନ ଇଣ୍ଡଷ୍ଟ୍ରିକୁ ଏକ ବଡ ଝଟ୍‌କା ଲାଗିଛି।

Hollywood Roberto Cavalli Fashion Designer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe