Advertisment

ଜନ୍ମଦିନରେ ଉଲଗ୍ନ ହେଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଜନ୍ମଦିନରେ ଉଲଗ୍ନ ହେଲେ ଅଭିନେତ୍ରୀ। ଉଲଗ୍ନ ହୋଇ କରାଇଲେ ଫଟୋ ସୁଟ୍‌। ହଲିଉଡର ପ୍ରସିଦ୍ଧ ପପ୍‌ ସିଙ୍ଗର ତଥା ଅଭିନେତ୍ରୀ ଜେନିଫର ଲୋପେଜ ନିଜ ଜନ୍ମଦିନକୁ ଏଭଳି କିଛି ନିଆରା ଢ଼ଙ୍ଗରେ ପାଳିଛନ୍ତି। ଯାହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଜୁଲାଇ ୨୪ ତାରିଖରେ ନିଜ ୫୩ ତମ ଜନ୍ମଦିନ ପାଳନ କରିଛନ୍ତି ଜେନିଫର। ବିବାହ ପରେ ଏହା ଥିଲା ତାଙ୍କର ପ୍ରଥମ ଜନ୍ମଦିନ। ତେଣୁ ଏହାକୁ ସ୍ୱତନ୍ତ୍ର […]

ଜନ୍ମଦିନରେ ଉଲଗ୍ନ ହେଲେ ଅଭିନେତ୍ରୀ

jennifer-lopez

Advertisment

ନୂଆଦିଲ୍ଲୀ: ଜନ୍ମଦିନରେ ଉଲଗ୍ନ ହେଲେ ଅଭିନେତ୍ରୀ। ଉଲଗ୍ନ ହୋଇ କରାଇଲେ ଫଟୋ ସୁଟ୍‌। ହଲିଉଡର ପ୍ରସିଦ୍ଧ ପପ୍‌ ସିଙ୍ଗର ତଥା ଅଭିନେତ୍ରୀ ଜେନିଫର ଲୋପେଜ ନିଜ ଜନ୍ମଦିନକୁ ଏଭଳି କିଛି ନିଆରା ଢ଼ଙ୍ଗରେ ପାଳିଛନ୍ତି। ଯାହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

Advertisment

ଜୁଲାଇ ୨୪ ତାରିଖରେ ନିଜ ୫୩ ତମ ଜନ୍ମଦିନ ପାଳନ କରିଛନ୍ତି ଜେନିଫର। ବିବାହ ପରେ ଏହା ଥିଲା ତାଙ୍କର ପ୍ରଥମ ଜନ୍ମଦିନ। ତେଣୁ ଏହାକୁ ସ୍ୱତନ୍ତ୍ର କରିବା ପାଇଁ ଚିନ୍ତା କରିଥିଲେ ସେ। ତେବେ ନିଜ ସ୍ୱାମୀଙ୍କ ସହ ନିଜ ଜନ୍ମଦିନ ପାଳନ କରିବା ପାଇଁ ନୁହେଁ ଅନ୍ୟ ଏକ ବିଷୟ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି।

ଜେନିଫର ଲୋପେଜ ନିକଟରେ ନିଜ ବ୍ୟୁଟି ପ୍ରଡକ୍ସ ଲଞ୍ଚ କରିଛନ୍ତି। ଏହି ବ୍ରାଣ୍ଡ ଲଞ୍ଚ ପାଇଁ ସେ କରାଇଛନ୍ତି ନିଜର ନ୍ୟୁଡ୍‌ ଫଟୋ ସୁଟ୍‌। ନିଜ ବ୍ରାଣ୍ଡର ପ୍ରମୋସନ୍‌ ପାଇଁ କ୍ୟାମେରା ଆଗରେ ଉଲଗ୍ନ ହୋଇ ସେ ଦେଇଛନ୍ତି ପୋଜ୍‌। ୫୩ ବର୍ଷ ବୟସରେ ବି ଜେନିଫର ଦେଖାଇଛନ୍ତି ନିଜ ଗ୍ଲାମର। ସୋଶାଲ ମିଡିଆରେ ନ୍ୟୁଡ୍‌ ଫଟୋ ଶେଆର କରି ସେ ଲଗାଇଛନ୍ତି ନିଆଁ। ଯାହାର ଫଟୋ ଓ ଭିଡିଓକୁ ଜେନିଫର ଖୋଦ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି।

Advertisment

ଅନେକ ଫ୍ୟାନ୍‌ମାନେ ତାଙ୍କର ଏହି ଫଟୋ ତଥା ଭିଡିଓରେ ହଜାର ହଜାର କମେଣ୍ଟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ଲାଗୁଛି ଆପଣ ଯେପରି ୫୩ ବର୍ଷିୟ ଡିଭା'। ସେହିପରି ଆଉ ଜଣେ ଲେଖିଛନ୍ତି, 'ବିଶ୍ୱର ସବୁଠୁ ସୁନ୍ଦର ମହିଳା।'

ଉଲ୍ଲେଖଯୋଗ୍ୟ, ନିକଟରେ ଜେନିଫର୍ ଲାସ୍ ଭେଗାସ୍‌ରେ ଏକ ବ୍ୟକ୍ତିଗତ ସମାରୋହରେ ବେନ୍‌ ଏଫ୍‌ଲେକ୍‌ଙ୍କୁ ବିବାହ କରିଥିଲ। ଏହି ବିବାହର ଖବରକୁ ସେ ନିଜେ ତାଙ୍କ ଫ୍ୟାନ୍‌ମାନଙ୍କୁ ସୋଶାଲ ମିଡିଆ ଜରିଆରେ ଦେବା ସହ ନିଜ ଫିଲିଙ୍ଗସ୍‌ ଶେଆର କରିଥିଲେ। ଯାହାର ବେଶ୍‌ ଚର୍ଚ୍ଚା ସାଉଁଟିଥିଲା, କାରଣ ଜେନିଫରଙ୍କ ଏହା ଥିଲା ଚତୁର୍ଥ ବିବାହ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe