KIm kardashian
ଲସ୍ଏଞ୍ଜଲିସ: ହଲିଉଡ ଷ୍ଟାର୍ ତଥା ସୋଶାଲ ମିଡିଆ ସେଲେବ୍ରିଟି କିମ୍ କାରଦାସିଆନ୍। ସେ ନିଜ କିଲର୍ ଲୁକ୍ସ ଓ ସୁନ୍ଦର ବଡି ଫିଟ୍ନେସ୍ ପାଇଁ ବେଶ ପରିଚିତ। ସେ ସର୍ବଦା ନିଜକୁ ସ୍ଲିମ୍ ରଖିବା ପାଇଁ ନୂଆ ନୂଆ ତରିକା ଆପଣାଇଥାଆନ୍ତି। ସେ ଚିର ଯୌବନ ରହିବା ପାଇଁ କିଛି ବି କରିପାରନ୍ତି। ସେ ଏଥିପାଇଁ ଝାଡା ଖାଇବାକୁ ମଧ୍ୟ ରାଜି ଥିବା ନେଇ ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ। ତେବେ ଚିର ଯୌବନ ରହିବା ଜିଦ୍ରେ ସେ ଏବେ ନିଜର ଏକ ଛୋଟ ସର୍ଜରୀ କରାଇଛନ୍ତି।
/odisha-reporter/media/post_attachments/aajtak/images/story/202208/kim_kardashian-sixteen_nine.png)
ନିଜ ଜୀବନୀ ଉପରେ ଆଧାରିତ ରିଆଲିଟି ଶୋ'ର ଷ୍ଟାର୍ କିମ୍ କାର୍ଦାସିଆନ୍ ବିଶ୍ୱାସ କରନ୍ତି ସୁନ୍ଦରତା ହାସଲ କରିବା ପାଇଁ କୌଣସି ସୀମା ନଥାଏ। ଏଥିପାଇଁ ସେ ସବୁ ସୀମା ପାର୍ କରିବାକୁ ରାଜି ଅଛନ୍ତି। କିମ୍ ନିଜ ଫିଗର୍କୁ ବଜାୟ ରଖିବା ପାଇଁ ଅନେକ ସମୟରେ ବିଭିନ୍ନ ଅଦ୍ଭୁତ ଉପାୟ ସବୁ ଆପଣାଇଥାଆନ୍ତି। ଏଥର ସୋସିଆଲ ମିଡିଆ ତାରକା ଏକ ସର୍ଜରୀ କରାଇଛନ୍ତି। ଏନେଇ ସେ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରି ସୂଚନା ଦେଇଛନ୍ତି। କିମ୍ ନିଜ ପେଟର ଟାଇଟେନିଂ ଟ୍ରିଟ୍ମେଣ୍ଟ କରାଇଛନ୍ତି।
![]()
କିମ୍ ନିଜ ଇନ୍ଷ୍ଟାଗ୍ରାମରେ ସର୍ଜରୀ ବେଳର ଫଟୋ ଶେଆର କରି ଲେଖିଛନ୍ତି, 'ଏହା ଏକ ଗେମ୍ ଚେଞ୍ଜର। ମୁଁ ମୋ ପେଟରେ Morpheus Laser Treatment କରାଇଛି। ଏହାଦ୍ୱାରା ମୋ ପେଟ ଆହୁରି ସ୍ଲିମ୍ ଓ ସୁନ୍ଦର ଦେଖାଯିବ। ଏହା ମୋର ଅତି ଫେଭରେଟ୍ ଲେଜର ଟ୍ରିଟମେଣ୍ଟ। ଏହା ଯନ୍ତ୍ରଣାଦାୟକ କିନ୍ତୁ ମୁଁ ଏହା କରିପାରେ।'
କିମ ଯୌବନ ଦେଖାଯିବା ପାଇଁ ଯେ କୌଣସି ପ୍ରକାରର ଯନ୍ତ୍ରଣାକୁ ବି ସହ୍ୟ କରିପାରନ୍ତି। ସୁନ୍ଦର ଦେଖାଯିବା ପାଇଁ କିମ୍ ଯେକୌଣସି ସ୍ତରକୁ ଯାଇପାରନ୍ତି। କିମ୍ ତାଙ୍କର ସମଗ୍ର ଶରୀରକୁ ପରୀକ୍ଷା କରିଛନ୍ତି, ଯେଉଁଥିରେ ତାଙ୍କର ହାଡର ଘନତା, ଶରୀରର ଭଲ୍ୟୁମ୍ ଏବଂ ଶରୀରରେ କେତେ ଚର୍ବି ଅଛି ତାହା ଜଣା ପଡିବ।
କିମ୍ ଜଣେ ସେଲେବ୍ରିଟି ହେବା ସହ ଜଣେ ସଫଳ ବ୍ୟବସାୟୀ ମଧ୍ୟ। ନିକଟରେ ସେ ତାଙ୍କ ନୂଆ ସ୍କିନ୍କେୟର ବ୍ରାଣ୍ଡ SKKNର ଘୋଷଣା କରିଛନ୍ତି।
/odisha-reporter/media/post_attachments/static/uploads/26/2022/08/GettyImages-978281516-1140x760.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/KIm-kardashian.jpg)