ରାଗିଗଲେ ପ୍ରସିଦ୍ଧ ପପ୍‌ଷ୍ଟାର ମଡୋନା

ଲସ୍‌ଏଞ୍ଜଲିସ୍‌: ସର୍ବଦା ନିଜ ହଟ୍‌ନେସ୍‌ ଆଉ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ରହୁନ୍ତି ହଲିଉଡର ପ୍ରସିଦ୍ଧ ପପ୍‌ଷ୍ଟାର୍‌ ମଡୋନା। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି, ତେବେ ନିଜ ହଟ୍‌ନେସ୍‌ ପାଇଁ ନୁହେଁ, ଏଥିର ନିଜ ରାଗି ଦେଖାଇ ଜୋରଦାର ହଙ୍ଗାମା କରି ସେ ହେଡ୍‌ଲାଇନ୍‌ ଖବର ପାଲଟିଛନ୍ତି। ନିଜ ବୋଲ୍ଡନେସ୍‌ରେ ଫ୍ୟାନ୍‌ଙ୍କୁ ପାଗଳ କରୁଥିବା ମଡୋନା ସୋଶାଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଉପରେ ଭଡକି ଯାଇଛନ୍ତି। ଇନ୍‌ଷ୍ଟାଗ୍ରାମ ତାଙ୍କର କିଛି ଫଟୋକୁ ହଟାଇ ଦେଇଥିବା ନେଇ ସେ […]

madonna

Madhupriya Mistry
  • Published: Monday, 29 November 2021
  • , Updated: 29 November 2021, 05:43 PM IST

ଲସ୍‌ଏଞ୍ଜଲିସ୍‌: ସର୍ବଦା ନିଜ ହଟ୍‌ନେସ୍‌ ଆଉ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ରହୁନ୍ତି ହଲିଉଡର ପ୍ରସିଦ୍ଧ ପପ୍‌ଷ୍ଟାର୍‌ ମଡୋନା। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି, ତେବେ ନିଜ ହଟ୍‌ନେସ୍‌ ପାଇଁ ନୁହେଁ, ଏଥିର ନିଜ ରାଗି ଦେଖାଇ ଜୋରଦାର ହଙ୍ଗାମା କରି ସେ ହେଡ୍‌ଲାଇନ୍‌ ଖବର ପାଲଟିଛନ୍ତି।

ନିଜ ବୋଲ୍ଡନେସ୍‌ରେ ଫ୍ୟାନ୍‌ଙ୍କୁ ପାଗଳ କରୁଥିବା ମଡୋନା ସୋଶାଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଉପରେ ଭଡକି ଯାଇଛନ୍ତି। ଇନ୍‌ଷ୍ଟାଗ୍ରାମ ତାଙ୍କର କିଛି ଫଟୋକୁ ହଟାଇ ଦେଇଥିବା ନେଇ ସେ ରାଗି ଯାଇଛନ୍ତି।

ମଡୋନାଙ୍କ ସୋଶାଲ ମିଡିଆରେ ଜବରଦସ୍ତ ଫ୍ୟାନ୍‌ ଫଲୋଇଂ ଅଛନ୍ତି। ତାଙ୍କର ପ୍ରତିଟି ଫଟୋରେ ଲକ୍ଷାଧିକ ଲାଇକ୍ସ ଏବଂ କେମେଣ୍ଟ ଆସେ। ନିକଟରେ ସେ ଏକ ଫଟୋ ଶେଆର କରିଥିଲେ, ଯେଉଁଥିରେ ସେ ବିକିନି ପିନ୍ଧି ବେଶ୍‌ ବୋଲ୍ଡ ଆଉ ହଟ୍‌ ଅନ୍ଦାଜରେ ନଜର ଆସିଥିଲେ। ତେବେ ତାଙ୍କର ଏହି ଫଟୋଟି ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଥିଲେ ସୁଦ୍ଧା ଇନ୍‌ଷ୍ଟାଗ୍ରାମ ଏହି ଫଟୋଟିକୁ ଡିଲିଟ୍‌ କରିଦେଇଥିଲା।

ଏହାକୁ ନେଇ ଏବେ ଏହି ପପ୍‌ଷ୍ଟାର ଜଣକ ରାଗରେ ତମ୍‌ ତମ୍‌ ହୋଇଯାଇଛନ୍ତି। ସେ ରାଗିଯାଇ ପୁଣି ଥରେ ତାଙ୍କର ସେହି ବୋଲ୍ଡ ଫଟୋଗୁଡିକୁ ଇନଷ୍ଟାଗ୍ରାମରେ ରି-ପୋଷ୍ଟ କରିଛନ୍ତି। ଏଥିସହ କ୍ୟାପ୍‌ସନରେ ଲେଖିଛନ୍ତି, 'ମୁଁ ଏହି ଫଟୋଗୁଡିକୁ ପୁଣି ଥରେ ପୋଷ୍ଟ କରୁଛି, ଯାହାକୁ ଇନ୍‌ଷ୍ଟାଗ୍ରାମ ବିନା ଚେତାବନୀ ବା ସୂଚନା ଦେଇ ହଟାଇ ଦେଇଥିଲା।'

ସେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ। ଆମେ ଏକ ଏଭଳି ସଂସ୍କୃତିରେ ବାସ କରୁଛେ ଯେଉଁଠି ମହିଳାଙ୍କ ଶରୀରର ଗୋଟିଏ ଅଂଶକୁ ଛାଡି ଆଉ ପ୍ରତ୍ୟେକ ଅଂଶକୁ ଦେଖାଇବାକୁ ଅନୁମତି ରହିଛି। ଏହା ବେଶ୍‌ ଦୁଃଖଦାୟକ ବୋଲି ସେ କହିଛନ୍ତି।

ସୂଚନା ମୁତାବକ ବିଶ୍ୱର ସବୁଠୁ ଦାମୀ ପପ୍‌ଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଡୋନା। ୧୯୮୪ରେ ମଡୋନାଙ୍କ ମ୍ୟୁଜିକ୍‌ ଆଲବମ୍‌ 'ଲାଇକ୍‌ ଏ ଭର୍ଜିନ୍‌' ରିଲିଜ ହୋଇଥିଲା, ଯାହା ଜବରଦସ୍ତ ହିଟ୍‌ ପ୍ରମାଣିତ ହୋଇଥିଲା। ମଡୋନାଙ୍କ ବୟସ ୬୩ ବର୍ଷ ଏବଂ ତାଙ୍କର ୬ ଜଣଙ୍କ ଛୁଆ ପିଲା ଅଛନ୍ତି। ମଡୋନା ଦୁଇଥର ବିବାହ କରିଛନ୍ତି। ତାଙ୍କର ଉଭୟ ବିବାହ ଭାଙ୍ଗି ଯାଇଛି। ସେ ବର୍ତ୍ତମାନ ବ୍ରାଜିଲର ମଡେଲ କେଭିନ ସାମପିଓଙ୍କୁ ଡେଟ କରୁଛନ୍ତି, ଯିଏକି ବୟସରେ ତାଙ୍କଠାରୁ ଢ଼େର୍‌ ସାନ। ଏଥିପାଇଁ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି।

 

View this post on Instagram

 

A post shared by Madonna (@madonna)

Related story