Advertisment

ଗାର୍ଲଫ୍ରେଣ୍ଡକୁ ମାଡ଼ ମାରି ବନ୍ଧା ହେଲେ ଅଭିନେତା ଜୋନାଥନ

ନିକଟରେ ତାଙ୍କର ଫିଲ୍ମ ‘କ୍ରିଡ୍ ୩' ଏବଂ ‘ଆଣ୍ଟ ମ୍ୟାନ୍ ଆଣ୍ଡ ଦା ୱାସ୍ କ୍ୱାଣ୍ଟମାନିଆ' ମୁକ୍ତିଲାଭ କରିଥିଲା।

ଅଦ୍ୟତନ ହୋଇଛି
Jonathan Majors

Jonathan Majors

Advertisment

ଗାର୍ଲଫ୍ରେଣ୍ଡକୁ ମାଡ଼ ମାରିଲେ। କେବଳ ମାଡ଼ ନୁହେଁ ତାଙ୍କ ଗଳା ମଧ୍ୟ ଦବାଇଲେ। ଏପରିକି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲେ। ଏହାପରେ ହଲିଉଡ ଅଭିନେତାଙ୍କୁ ବାନ୍ଧିଲା ପୁଲିସ। 

Advertisment

ମାର୍ବଳ ଫିଲ୍ମ ‘ଆଣ୍ଟ ମ୍ୟାନ୍ ଆଣ୍ଡ ଦ ୱାସ୍ପ କ୍ୱାଣ୍ଟମାନିଆ'ର ଅଭିନେତା ଜୋନାଥନ ମେଜର୍ସଙ୍କ ଶନିବାର ନ୍ୟୁୟର୍କ ପୁଲିସ ଗିରଫ କରିଛି। ଜଣେ ୩୦ ବର୍ଷୀୟ ମହିଳା ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, ଅଭିନେତା ଜଣକ ମହିଳାଙ୍କୁ ଗାଳିଗୁଲଜ କରିବା ସହ ମରପିଟ୍ କରିବା, ଗଳା ଦବାଇବା, ନିର୍ଯାତନା ଦେବା ଏବଂ ଶୋଷଣ କରିଥିବା ଅଭିଯୋଗ ହୋଇଛି।

ମାର୍ଚ୍ଚ ୨୫, ଶନିବାର ସକାଳେ ନ୍ୟୁୟର୍କର ଚେଲ୍ସରେ ଅବସ୍ଥିତ ଏକ ଆପାର୍ଟମେଣ୍ଟରୁ ଜୋନାଥନ୍ ମେଜର୍ସଙ୍କୁ ଗିରଫ କରାଯାଇଥିଲା। ଫୋନ ଯୋଗେ ଅଭିନେତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରାଯାଇଥିଲା। ମହିଳାଙ୍କ ମୁଣ୍ଡ ଏବଂ ବେକରେ ଆଘାତ ଲାଗିଛି। ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଅଭିନେତା ଜୋନାଥନ ତାଙ୍କୁ ମାର୍‌ପିଟ୍ କରିଥିବା ପୁଲିସକୁ ମହିଳା ନିଜ ବୟାନରେ କହିଛନ୍ତି।

Advertisment

ଟିଏମଜି ରିପୋର୍ଟ ଅନୁଯାୟୀ, ଅଭିଯୋଗ କରିଥିବା ମହିଳା ହେଉଛନ୍ତି ଜୋନାଥନ ମେଜର୍ସଙ୍କ ଗର୍ଲଫ୍ରେଣ୍ଡ। ମହିଳା ଜଣକ ପୁଲିସକୁ କହିଥିଲେ ଯେ ଦୁହେଁ ବ୍ରୁକଲିନର ଏକ ବାରରୁ ଟ୍ୟାକ୍ସିରେ ଘରକୁ ଫେରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହିଳାଙ୍କ ମୁଣ୍ଡ ଓ ପିଠିରେ ସାମାନ୍ୟ ଆଘାତ ଲାଗିଛି। ତାଙ୍କ କାନ ପଛରେ ଆଘାତ ଲାଗିଛି ଏବଂ ମୁହଁରେ ମଧ୍ୟ ମାଡ଼ ଚିହ୍ନ ରହିଛି। ମହିଳାଙ୍କ ଅଭିଯୋଗ ପରେ ୩୩ ବର୍ଷୀୟ ଅଭିନେତାଙ୍କୁ ଗିରଫ କରାଯାଇଥିବା ନ୍ୟୁୟର୍କ ପୁଲିସ ବିଭାଗ ବିବୃତ୍ତି ଜାରି କରି କହିଛି।

କିଛି ସମୟ ପୂର୍ବରୁ ଜୋନାଥନ୍ ମେଜର୍ସ ଦୁଇଟି ବଡ ହଲିଉଡ ଫିଲ୍ମରେ ନଜର ଆସିଥିଲେ। ନିକଟରେ ତାଙ୍କର ଫିଲ୍ମ ‘କ୍ରିଡ୍ ୩' ଏବଂ ‘ଆଣ୍ଟ ମ୍ୟାନ୍ ଆଣ୍ଡ ଦା ୱାସ୍ କ୍ୱାଣ୍ଟମାନିଆ' ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ସୁପରଷ୍ଟାର ମାଇକେଲ ବି ଜୋର୍ଡାନଙ୍କ ସହ ଜୋନାଥନ ମେଜର୍ସ ମଧ୍ୟ ହଲିଉଡର ପ୍ରସିଦ୍ଧ ଓସ୍କାର ପୁରସ୍କାର-୨୦୨୩ର ମଞ୍ଚରେ ପହଞ୍ଚିଥିଲେ। 

Jonathan Majors Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe