Advertisment

ଚାଲିଗଲେ ମାଇକେଲ୍ ଜ୍ୟାକସନ୍‌ଙ୍କ ପୂର୍ବତନ ପତ୍ନୀ

ଲସ୍‌ଏଞ୍ଜଲିସ୍‌: ହଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଲାଗିଲା ଆଉ ଏକ ଝଟ୍‌କା। ଆସିଲା ଆଉ ଏକ ଦୁଃଖଦ ଖବର। ଦିବଙ୍ଗତ ଫେମସ୍ ପପ୍‌ଷ୍ଟାର୍ ମାଇକେଲ୍ ଜ୍ୟାକସନ୍‌ଙ୍କ ପୂର୍ବତନ ପତ୍ନୀ ଲିସା ମେରୀ ପ୍ରେସ୍‌ଲିଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲିସା ମେରୀ ପ୍ରେସ୍‌ଲି ରକ୍ ଆଣ୍ଡ ରୋଲ୍‌, ଲେଜେଣ୍ଡ ଏଲ୍ୱିସ୍ ପ୍ରେସ୍‌ଲିଙ୍କ ଝିଅ ଥିଲେ। ଜାନୁଆରୀ ୧୨ ତାରିଖରେ ହୃଦ୍‌ଘାତ ଯୋଗୁ ଲିସାଙ୍କୁ ଲସ୍ ଏଞ୍ଜଲିସ୍‌ର ଏକ ହସ୍ପିଟାଲରେ ଭର୍ତ୍ତି […]

ଚାଲିଗଲେ ମାଇକେଲ୍ ଜ୍ୟାକସନ୍‌ଙ୍କ ପୂର୍ବତନ ପତ୍ନୀ

michael-jackson-ex-wife-lisa-marie-presley

Advertisment

ଲସ୍‌ଏଞ୍ଜଲିସ୍‌: ହଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଲାଗିଲା ଆଉ ଏକ ଝଟ୍‌କା। ଆସିଲା ଆଉ ଏକ ଦୁଃଖଦ ଖବର। ଦିବଙ୍ଗତ ଫେମସ୍ ପପ୍‌ଷ୍ଟାର୍ ମାଇକେଲ୍ ଜ୍ୟାକସନ୍‌ଙ୍କ ପୂର୍ବତନ ପତ୍ନୀ ଲିସା ମେରୀ ପ୍ରେସ୍‌ଲିଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲିସା ମେରୀ ପ୍ରେସ୍‌ଲି ରକ୍ ଆଣ୍ଡ ରୋଲ୍‌, ଲେଜେଣ୍ଡ ଏଲ୍ୱିସ୍ ପ୍ରେସ୍‌ଲିଙ୍କ ଝିଅ ଥିଲେ।

Advertisment

ଜାନୁଆରୀ ୧୨ ତାରିଖରେ ହୃଦ୍‌ଘାତ ଯୋଗୁ ଲିସାଙ୍କୁ ଲସ୍ ଏଞ୍ଜଲିସ୍‌ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଲିସାଙ୍କ ମା’ ଘୋଷଣା କରିଛନ୍ତି।

Dies of cardiac arrest, daughter of Elvis Presley, ex-wife of Michael  Jackson at 54

ଲିିସା ମେରୀଙ୍କ ଜନ୍ମ ୧୯୮୬ ମସିହାରେ ହୋଇଥିଲା। ଯେତେବେଳେ ତାଙ୍କୁ ୯ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ବାପା ଏଲ୍ୱିସଙ୍କ ଦେହାନ୍ତ ହୋଇଥିଲା। ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଲିସା ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୩ରେ ତାଙ୍କର ଡେବ୍ୟୁ ଆଲବମ୍ ରିଲିଜ ହୋଇଥିଲା, ଯାହାର ନାଁ ‘ଟୁ ହୁମ୍ ଇଟ୍ ମେ କନ୍ସର୍ଣ୍ଣ’। ଏହାପରେ ୨୦୦୫ରେ ‘ନାଓ ହ୍ୱାଟ୍ ‘ ଆଲବମ୍ ଆସିଥିଲା ଯାହା ବେଶ୍ ହିଟ୍ ହୋଇଥିଲା। ଏହାପରେ ୨୦୧୨ରେ ଲିସା ନିଜର ତୃତୀୟ ଆଲବମ୍ ରିଲିଜ କରିଥିଲେ ଯାହାର ନାଁ ଥିଲା ‘ଷ୍ଟର୍ମ ଆଣ୍ଟ ଗ୍ରେସ’। ନିକଟରେ ଜାନୁଆରୀ ୧୦ ତାରିଖରେ ଆୟୋଜି ଗୋଲ୍ଡେନ୍ ଗ୍ଲୋବ୍ସ ଆୱାର୍ଡରେ ଲିସା ଓ ତାଙ୍କ ମା’ଯୋଗ ଦେଇଥିଲେ।

Advertisment

ଲିସା ୪ଥର ବିବାହ କରିଥିଲେ। ଯେଉଁଥିରୁ ଗୋଟିଏ ବି ସଫଳ ହୋଇନଥିଲା। ସେ ପ୍ରଥମେ ମ୍ୟୁଜିସିଆନ୍ ଡେନି କିୟାଙ୍ଘଙ୍କ ସହ ବିବାହ କରିଥିଲେ। ୧୯୮୮ରୁ ୧୯୯୪ ଯାଏଁ ଦୁହେଁ ଏକାଠି ଥିଲେ। ଏହାପରେ ଉଭୟ ଅଲଗା ହୋଇଯାଇଥିଲେ।

ମାଇକେଲ୍ ଜ୍ୟାକସନ୍‌ଙ୍କୁ ଲିସା ଦ୍ୱିତୀୟ ବିବାହ କରିଥିଲେ। ୧୯୯୪ରୁ ୧୯୯୬ ଯାଏଁ ସେ ତାଙ୍କ ସହ ରହିଥିଲେ। ଏହାପରେ ଲିସା ଅଭିନେତା ନିକୋଲସ୍ କେଜ୍‌ଙ୍କ ସହ ୨୦୦୨ରେ ତୃତୀୟ ବିବାହ କରିଥିଲେ। କିନ୍ତୁ ବିବାହର ଦୁଇ ବର୍ଷ ପରେ ନିକୋଲସ୍‌ଙ୍କୁ ମଧ୍ୟ ସେ ଛାଡପତ୍ର ଦେଇଥିଲେ। ଚତୁର୍ଥ ଥର ପାଇଁ ସେ ମ୍ୟୁଜିକ୍ ପ୍ରଡ୍ୟୁସର ମାଇକଲ ଲକଉଡ୍‌ଙ୍କ ସହ ବିବାହ କରିଥିଲେ। ୨୦୦୬ରୁ ୨୦୨୧ ଯାଏଁ ଦୁହେଁ ଏକାଠି ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe