Advertisment

ଚାଲିଥିଲା ଲାଇଭ୍‌ ଶୋ', ହଠାତ୍‌ ଟପ୍‌ଲେସ୍‌ ହୋଇଗଲେ ଗାୟିକା

ଲସ୍‌ ଆଞ୍ଜଲିସ୍‌: କରୋନା କଟକଣା ସତ୍ତ୍ୱେ ଚାରିଆଡେ ଜାରି ରହିଛି ନୂଆବର୍ଷର ଧୁମ୍‌। ନୂଆବର୍ଷର ସ୍ୱାଗତରେ କିଏ ଘରେ ରହି ପାର୍ଟି କରୁଛି ଆଉ କିଏ ଲାଇଭ୍‌ କନ୍‌ସର୍ଟ। ଯିଏ ଯେଉଁ ଉପାୟରେ ପାଇଲା ସେହି ଉପାୟରେ ନୂଆବର୍ଷକୁ ସ୍ୱାଗତ କରୁଛି। ଏଭଳି ହିଁ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକ ଲାଇଭ୍‌ କନ୍‌ସର୍ଟ ଚାଲିଥିଲା। ମ୍ୟୁଜିକର ତାଳେ ତାଳେ ଗୀତ ଗାଉଥିଲେ ପ୍ରସିଦ୍ଧ ଗାୟିକା। ଠିକ୍‌ ଏତିକି ବେଳେ ହଠାତ୍‌ ସେ ହୋଇପଡିଥିଲେ ଟପ୍‌ଲେସ। […]

ଅଦ୍ୟତନ ହୋଇଛି
ଚାଲିଥିଲା ଲାଇଭ୍‌ ଶୋ', ହଠାତ୍‌ ଟପ୍‌ଲେସ୍‌ ହୋଇଗଲେ ଗାୟିକା

miley-cyrus

Advertisment

ଲସ୍‌ ଆଞ୍ଜଲିସ୍‌: କରୋନା କଟକଣା ସତ୍ତ୍ୱେ ଚାରିଆଡେ ଜାରି ରହିଛି ନୂଆବର୍ଷର ଧୁମ୍‌। ନୂଆବର୍ଷର ସ୍ୱାଗତରେ କିଏ ଘରେ ରହି ପାର୍ଟି କରୁଛି ଆଉ କିଏ ଲାଇଭ୍‌ କନ୍‌ସର୍ଟ। ଯିଏ ଯେଉଁ ଉପାୟରେ ପାଇଲା ସେହି ଉପାୟରେ ନୂଆବର୍ଷକୁ ସ୍ୱାଗତ କରୁଛି। ଏଭଳି ହିଁ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକ ଲାଇଭ୍‌ କନ୍‌ସର୍ଟ ଚାଲିଥିଲା। ମ୍ୟୁଜିକର ତାଳେ ତାଳେ ଗୀତ ଗାଉଥିଲେ ପ୍ରସିଦ୍ଧ ଗାୟିକା। ଠିକ୍‌ ଏତିକି ବେଳେ ହଠାତ୍‌ ସେ ହୋଇପଡିଥିଲେ ଟପ୍‌ଲେସ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଆମେରିକାର ଜଣେ ଜଣାଶୁଣା ଗାୟିକା ଭାବେ ପରିଚିତ ମାଇଲି ସାଇରସ। ନିଜ ଗୀତ ପାଇଁ ସେ ସମସ୍ତଙ୍କ ହୃଦୟରେ ରାଜ୍ କରନ୍ତି । ହେଲେ ଏବେ ସେ ନିଜ ଗୀତକୁ ପାଇଁ ନୁହେଁ ବରଂ ଅନ୍ୟ ଏକ ମାମଲାକୁ ନେଇ ଚର୍ଚ୍ଚାର ଆସିଛନ୍ତି । ଲାଇଭ୍‌ କନ୍‌ସର୍ଟରେ ଗୀତ ଗାଉଥିବା ବେଳେ ସେ ହଠାତ୍‌ ଟପ୍‌ଲସ୍‌ ହୋଇପଡିଛନ୍ତି।

ନ୍ୟୁ ଇୟର ସେଲିବ୍ରେସନ ପାଇଁ ଏକ ଲାଇଭ ଶୋ' ଚାଲିଥିଲା । ଏହି ଶୋ'ର ନାଁ ଥିଲା 'ମାଇଲି ନ୍ୟୁ ଇୟର ଇଭ୍‌ ପାର୍ଟି। ଏହି ଶୋ'ରେ ମଞ୍ଚ ଉପରେ ଗୀତ ଗାଉଥିଲେ ମାଇଲି ସାଇରସ। ଏହି ସମୟରେ ସେ ସିଲଭର କଲର୍‌ର ଏକ ବ୍ୟାକ୍‌ଲେସ୍‌ ଡ୍ରେସ୍‌ ପିନ୍ଧିଥିଲେ। ହେଲେ ଗୀତ ଗାଇବା ବେଳେ ହଠାତ୍‌ ଛିଡିଯାଇଥିଲା ତାଙ୍କ ଟପ୍। ସର୍ବସମ୍ମୁଖରେ ସେ ଉପ୍ସ ମୁମେଣ୍ଟର ଶିକାର ହୋଇଥିଲେ।

Advertisment

ତେବେ ସେ ଏହା ଜାଣିପାରି ହଠାତ୍‌ ନିଜର ଅଧାଛିଣ୍ଡା ଟପକୁ ସମ୍ଭାଳି ନେଇଥିଲେ। ତେବେ ମଜା କଥା ଯେ, ଏହା ପରେ ବି ସେ ଗୀତ ଗାଇବା ବନ୍ଦ କରିନଥିଲେ। ମଞ୍ଚ ଉପରେ ନିଜର ଆତ୍ମବିଶ୍ୱାସ ହରାଇନଥିଲେ। ଟପ୍‌ଲେସ୍‌ ହୋଇପଡିବା ପରେ ବି ନିଜ ଗୀତ ଗାଇବା ଜାରି ରଖିଥିଲେ। ନିଜକୁ କଣ୍ଟ୍ରୋଲ କରି ମଞ୍ଚ ଫଛକୁ ଯାଇ ନିଜ ଡ୍ରେସ୍‌ ବଦଳାଇ ଆସିଥିଲେ।

ପ୍ରସିଦ୍ଧ ଗାୟିକା ମାଇଲିଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ ଭିନ୍ନ ଭିନ୍ନ କମେଣ୍ଟ ଆସିଛି। ଅନେକ ଲୋକେ ମାଇଲିଙ୍କ କନ୍‌ଫିଡେନ୍ସ ଦେଖି ପ୍ରଶଂସା କରିଥିବା ବେଳେ ଆଉ କେତେଜଣ ଟ୍ରୋଲ କରିଛନ୍ତି। ତେବେ ଟ୍ରୋଲର୍ସଙ୍କୁ ମାଇଲି ଉଚିତ୍‌ ଜବାବ ମଧ୍ୟ ଦେଇଛନ୍ତି।

https://twitter.com/NineDaves/status/1477146307143909380?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe