Advertisment

୬୦ ମହଲା ଉପରୁ ଡେଇଁ ପଡିଲେ ମିସ୍‌ ୟୁଏସ୍‌ଏ

ନୂଆଦିଲ୍ଲୀ: ଜୀବନ ହାରିଲେ ମିସ୍‌ ୟୁଏସ୍‌ଏ ବିଜେତା। ୬୦ ମହଲା ଉପରୁ ଡେଇଁ ପଡିଲେ ସୁନ୍ଦରୀ।  ମିସ୍‌ ୟୁଏସ୍‌ଏ୨୦୧୯ ବିଜେତା ଚେଲ୍‌ସି କ୍ରିଷ୍ଟ ଆତ୍ମହତ୍ୟା କରିଛନ୍ତି। ପେଶାରେ ଓକିଲ ଥିବା ଏହି ଆମେରିକୀୟ ମଡେଲଙ୍କୁ ମୃତ୍ୟୁ ବେଳକୁ ୩୦ ବର୍ଷ ବୟସ ହୋଇଥିଲା। ଚେଲ୍‌ସିଙ୍କ ମୃତ୍ୟୁ ଖବରକୁ ନେଇ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ ଦୁଃଖ ପ୍ରକାଶ କରିଛନ୍ତି। ୨୦୨୧ର ମିସ୍‌ ୟୁନିଭର୍ସ ବିଜେତା ହରନାଜ ସାନ୍ଧୁ ଚେଲ୍‌ସିଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି। ନିଜ […]

୬୦ ମହଲା ଉପରୁ ଡେଇଁ ପଡିଲେ ମିସ୍‌ ୟୁଏସ୍‌ଏ

Miss USA cheslie-kryst

Advertisment

ନୂଆଦିଲ୍ଲୀ: ଜୀବନ ହାରିଲେ ମିସ୍‌ ୟୁଏସ୍‌ଏ ବିଜେତା। ୬୦ ମହଲା ଉପରୁ ଡେଇଁ ପଡିଲେ ସୁନ୍ଦରୀ।  ମିସ୍‌ ୟୁଏସ୍‌ଏ୨୦୧୯ ବିଜେତା ଚେଲ୍‌ସି କ୍ରିଷ୍ଟ ଆତ୍ମହତ୍ୟା କରିଛନ୍ତି। ପେଶାରେ ଓକିଲ ଥିବା ଏହି ଆମେରିକୀୟ ମଡେଲଙ୍କୁ ମୃତ୍ୟୁ ବେଳକୁ ୩୦ ବର୍ଷ ବୟସ ହୋଇଥିଲା। ଚେଲ୍‌ସିଙ୍କ ମୃତ୍ୟୁ ଖବରକୁ ନେଇ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ ଦୁଃଖ ପ୍ରକାଶ କରିଛନ୍ତି।

Advertisment

୨୦୨୧ର ମିସ୍‌ ୟୁନିଭର୍ସ ବିଜେତା ହରନାଜ ସାନ୍ଧୁ ଚେଲ୍‌ସିଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି। ନିଜ ଇନଷ୍ଟାଗ୍ରାମରେ ଏକ ଇମୋସନାଲ ପୋଷ୍ଟ ମଧ୍ୟ ଲେଖିଛନ୍ତି। ସେ ଚେଲ୍‌ସିଙ୍କ ସହ ନିଜର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, 'ଏହା ଏକ ଅବିଶ୍ୱସନୀୟ ଖବର। ଏହି ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଆପଣ ଅନେକ ଲୋକଙ୍କ ପାଇଁ ପ୍ରେରଣା ଥିଲେ। ଈଶ୍ୱର ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।'

Cheslie Kryst, 2019 winner of the Miss USA pageant, dies at 30 - ABC7 New  York

ଡେଲିମେଲ୍‌ର ଖବର ମୁତାବକ, ଚେଲ୍ସି ୬୦ ମହଲା ବିଲ୍ଡଂର ୨୯ତମ ଫ୍ଲୋରରୁ ଡେଇଁ ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଘଟଣା ସ୍ଥଳରେ ମୃତ ଘୋଷଣା କରାଯାଇଛି। ଓରିୟନ୍‌ ବିଲ୍ଡିଂର ୯ତମ ଫ୍ଲୋର୍‌ରେ ତାଙ୍କ ଫ୍ଲାଟ ଥିଲା।  ଗତ ବର୍ଷ ଡିସେମ୍ବରରେ ମିସ୍‌ ୟୁନିର୍ଭସ ବିଜେତା ହେବା ପରେ ହରଜାନ ସାନ୍ଧୁଙ୍କ ସାକ୍ଷାତକାର ନେଇଥିଲେ ଚେଲ୍‌ସି।

Advertisment

ତେବେ ସେ କାହିଁକି ଆତ୍ମହତ୍ୟା କଲେ ତା'ର କାରଣ ଏଯାଏଁ ଜଣାପଡି ନାହିଁ। ପୁଲିସ ମୃତେଦହ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଚେଲ୍‌ସିଙ୍କ ହଠାତ୍‌ ଏଭଳି ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି। ତାଙ୍କ ପରିବାର ଓ ଫ୍ୟାନମାନେ ସ୍ତବ୍ଧ ହୋଇଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe