ଚାଲିଗଲେ ‘ଗିଟାର୍ ଗଡ୍‌’ ଜେଏଫ୍ ବେକ୍‌

ଲସ୍‌ଏଞ୍ଜଲିସ୍‌: ହଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରି ପାଇଁ ଦୁଃଖଦ ଖବର। ଫେମସ୍ ଗିରାଟିଷ୍ଟ ଜେଫ୍ ବେକ୍‌ଙ୍କ ଦେହାନ୍ତ ହୋଇଛି। ଗିଟାର୍‌ର ଦେବତା ତଥା ଗିଟାର୍ ଗଡ୍ ରୂପେ ପରିଚିତ ଜେଫ୍ ବେକ୍‌ଙ୍କ ଦହେନ୍ତ ଖବର ପୂରା ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଦେଇଛି। ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଜେଫ୍ ବେକ୍‌ଙ୍କ ଅଫିସିଆଲ୍ ୱେବ୍‌ସାଇଟ୍ ଜରିଆରେ ସୂଚନା ମିଳିଛି। ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ସୂଚନା ମୁତାବକ, ଜେଫ୍ ଦୀର୍ଘ ସମୟ […]

popularguitar-godjeff-beck

Madhupriya Mistry
  • Published: Thursday, 12 January 2023
  • , Updated: 12 January 2023, 01:29 PM IST

ଲସ୍‌ଏଞ୍ଜଲିସ୍‌: ହଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରି ପାଇଁ ଦୁଃଖଦ ଖବର। ଫେମସ୍ ଗିରାଟିଷ୍ଟ ଜେଫ୍ ବେକ୍‌ଙ୍କ ଦେହାନ୍ତ ହୋଇଛି। ଗିଟାର୍‌ର ଦେବତା ତଥା ଗିଟାର୍ ଗଡ୍ ରୂପେ ପରିଚିତ ଜେଫ୍ ବେକ୍‌ଙ୍କ ଦହେନ୍ତ ଖବର ପୂରା ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଦେଇଛି। ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ଜେଫ୍ ବେକ୍‌ଙ୍କ ଅଫିସିଆଲ୍ ୱେବ୍‌ସାଇଟ୍ ଜରିଆରେ ସୂଚନା ମିଳିଛି। ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

ସୂଚନା ମୁତାବକ, ଜେଫ୍ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ବ୍ୟାକ୍ଟେରିଆଲ୍ ମେନିଞ୍ଜାଇଟିସ୍ ରୋଗରେ ପୀଡିତ ଥିଲେ। ଏହି ରୋଗର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଦେହାନ୍ତ ହୋଇଛି। ଏହି ଘଟଣା ପରେ ତାଙ୍କ ପୁରା ପରିବାର ଭାଙ୍ଗି ପଡିଛନ୍ତି।

ସେପଟେ ଜେଏଫ୍‌ଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ତାଙ୍କ ଫ୍ୟାନ୍‌ମାନେ ଲଗାତର ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଗିଟାରିଷ୍ଟ ଜେଏଫ୍ ବେକ୍ ପୂରା ବିଶ୍ୱରେ ପ୍ରସିଦ୍ଧ ଥିଲେ। ତାଙ୍କ ଫ୍ୟାନ୍ ଫଲୋଇଂ ଓ ତାଙ୍କ ଷ୍ଟାରଡମ୍ ଚାରିଆଡେ ଚର୍ଚ୍ଚିତ ଥିଲା। ତାଙ୍କ ଗିଟାର ବଜାଇବା ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା।

ଜେଏଫ୍ ଅନେକ ମ୍ୟୁଜିକ ଆଲବମ୍ ତିଆରି କରିଛନ୍ତି। ଟ୍ରୁଥ, ହୁ ଏଲ୍ସ, ବ୍ଲୋ ବାୟ ବ୍ଲୋ, ଫ୍ଲାଶ, ଦ ବେଷ୍ଟ ଅଫ୍ ଜେଫ ବେକ୍‌, ଲାଉଡ ହେଲର୍ ଭଳି ମ୍ୟୁଜିକ ଆଲବମରେ ସେ କାମ କରିଛନ୍ତି। ନିଜ ମ୍ୟୁଜିକ ପାଇଁ ସେ ୭ଟି ଗ୍ରାମି ଆୱାର୍ଡ ମଧ୍ୟ ଜିତିଛନ୍ତି।

Related story